ଓଡିଶା

odisha

ETV Bharat / bharat

ଆମେରିକା-ତାଲିବାନ ଶାନ୍ତି ଚୁକ୍ତି, ସାମିଲ ହୋଇପାରନ୍ତି 30 ଦେଶର ରାଷ୍ଟ୍ରଦୂତ

ଆମେରିକା ଏବଂ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ଆଜି ଦୋହାରେରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବ । ଏଥିରେ ଭାରତ ସମେତ ପ୍ରାୟ 30ଟି ଦେଶର ରାଷ୍ଟ୍ରଦୂତ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଅଧିକ ଖବର ପଢନ୍ତୁ...

By

Published : Feb 29, 2020, 10:10 AM IST

US-Taliban peace deal
ଆମେରିକା-ତାଲିବାନ ଶାନ୍ତି ଚୁକ୍ତି

ଦୋହା: ଆମେରିକା ଏବଂ ଆଫଗାନିସ୍ତାନର ଆତଙ୍କବାଦୀ ସଂଗଠନ ତାଲିବାନ ମଧ୍ୟରେ ଆଜି କତାର ରାଜଧାନୀ ଦୋହାରେରେ ଶାନ୍ତି ଚୁକ୍ତି ସ୍ବାକ୍ଷର ହେବ । ଏହାଦ୍ବାରା ଆଫଗାନିସ୍ତାନରେ ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ହେବ ବୋଲି ଆଶା କରାଯାଉଛି । ତେବେ ବହୁ ପ୍ରତୀକ୍ଷିତ ଶାନ୍ତି ଚୁକ୍ତି ସ୍ବାକ୍ଷର ବେଳେ ଭାରତ ସମେତ ପ୍ରାୟ 30 ଟି ଦେଶର ରାଷ୍ଟ୍ରଦୂତ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି । ଶନିବାର ସନ୍ଧ୍ୟାରେ ହେବାକୁ ଥିବା ଏହି ଐତିହାସିକ ଦିନର ସାକ୍ଷୀ ହେବାକୁ ଭାରତ ସମେତ 30 ଦେଶକୁ ଆମନ୍ତ୍ରିତ କରାଯାଇଛି ।

ତେବେ କତାରରେ ଭାରତର ରାଷ୍ଟ୍ରଦୂତ ପି କୁମାରନ୍ ଏହି ଉତ୍ସବରେ ଯୋଗଦେବାର ସମ୍ଭାବନା ରହିଛି । ତାଲିବାନ ସହ ଜଡିତ ଏକ କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ଭାରତ ଅଧିକାରୀକ ରୂପରେ ଅଂଶଗ୍ରହଣ କରିବାକୁ ଯାଉଛି । ଏହି ଚୁକ୍ତି ଦ୍ବାରା ଉଭୟ ଦେଶରେ 18 ବର୍ଷର ବିବାଦର ଅନ୍ତ ଘଟିବ ଏବଂ ଆମେରିକା ଆଫଗାନିସ୍ତାନରୁ ନିଜ ସୈନ୍ୟବାହିନୀ ପ୍ରତ୍ୟାହାର କରିବ । ଆମେରିକାରର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏହି ଚୁକ୍ତିନାମା ସ୍ବାକ୍ଷର କରିବେ । ଏହାପରେ ପ୍ରତିରକ୍ଷା ସଚିବ ମାର୍କ ଏସପର୍ ଆଫଗାନିସ୍ତାନ ସରକାରଙ୍କ ସହ ଏନେଇ ମିଳିତ ଘୋଷଣା କରିବେ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି।

ତେବେ ଏହି ଚୁକ୍ତିନାମା ସ୍ବାକ୍ଷର ପୂର୍ବରୁ ଭାରଚର ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଶୁକ୍ରବାର ଆଫଗାନିସ୍ତାନ ରାଷ୍ଟ୍ରପତି ଆଶରଫ ଘାନି, ସିଇଓ ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ଭେଟି ଶାନ୍ତି, ନିରାପତ୍ତା ଏବଂ ବିକାଶ ପାଇଁ ଆଫଗାନିସ୍ତାନକୁ ଭାରତର ସମର୍ଥନ ଜଣାଇଛନ୍ତି। ଏହା ବ୍ୟତୀତ ଶୁକ୍ରବାର ଆଫଗାନିସ୍ତାନ ସରକାରଙ୍କ ଛଅଜଣିଆ ପ୍ରତିନିଧୀ ଦଳ କତାରର ରାଜଧାନୀ ଦୋହାକୁ ଯାଇ ତାଲିବାନ ସହ ଆଲୋଚନା କରିଥିଲେ ।

ତେବେ ଚୁକ୍ତିନାମାର ଏକ ଅଂଶରେ 5000 ତାଲିବାନ କଏଦୀଙ୍କୁ ମୁକ୍ତ କରିବାକୁ କୁହାଯାଇଛି । ଏହି ପ୍ରସଙ୍ଗରେ ଆମେରିକା ତାଲିବାନ ଏବଂ ଆଫଗାନିସ୍ତାନ ସରକାରଙ୍କ ପ୍ରତିନିଧୀଙ୍କ ସହ ଆଲୋଚନା କରିବାକୁ ଚାହୁଁଛି । କିନ୍ତୁ ତାଲିବାନ ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଇଚ୍ଛୁକ କି ନାହିଁ ତାହା ନିଶ୍ଚିତ ନ ଥିବାରୁ କାବୁଲ ଏହି ଆଲୋଚନାକୁ ନେଇ ଭୟଭୀତ ହୋଇପଡିଛନ୍ତି । ତେବେ ଶନିବାର ଚୁକ୍ତି ସ୍ବାକ୍ଷର ହେବାର 10 ରୁ 15 ଦିନ ମଧ୍ୟରେ ସରକାରଙ୍କ ସମେତ ତାଲିବାନ ଏବଂ ଆଫଗାନିସ୍ତାନ ନେତାମାନେ ସାକ୍ଷାତ କରିବେ ବୋଲି ଆଶା କରାଯାଉଛି । ଯୁଦ୍ଧ ପରେ ଆଫଗାନିସ୍ତାନର ଢାଞ୍ଚା ଏବଂ ସ୍ଥାୟୀ ଅସ୍ତ୍ରବିରତି ଉଲ୍ଲଂଘନ, ମହିଳା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଅଧିକାର ଏବଂ ଶାସନ ସମ୍ବନ୍ଧରେ ସେମାନେ ଆଲୋଚନା କରିବେ ବୋଲି ଜଣାପଡିଛି ।

@ANI

ABOUT THE AUTHOR

...view details