ଓଡିଶା

odisha

ETV Bharat / bharat

ଆମେରିକା-ତାଲିବାନ୍‌ ଚୁକ୍ତି ପାକିସ୍ତାନକୁ ଭାରତର ସୀମାରେ ଅଧିକ ଉନ୍ମୁକ୍ତ ହେବାକୁ ନଦେବା ଉଚିତ: ପୂର୍ବତନ ରାଷ୍ଟ୍ରଦୂତ - US-Taliban deal happening tomorrow in Doha

ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ଆଉ ଏକ ଉଦ୍ୟମ କରିବାକୁ ଯାଇ ଯୁକ୍ତରାଷ୍ଟ୍ର ଆମେରିକା ତାଲିବାନ ସଂଗଠନ ସହ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷର କରିବ। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏଥିରେ ଭାରତ ମଧ୍ୟ ସାକ୍ଷୀ ରହିବ। ଯୁଦ୍ଧ ପରବର୍ତ୍ତୀ ସମୟରେ ଆଫଗାନିସ୍ତାନରେ ପରିସ୍ଥିତିକ ସ୍ଵଭାବିକ କରିବା ତଥା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାହାର ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ଲାଗି ଏହି ଚୁକ୍ତିର ଗୁରୁତ୍ଵପୁର୍ଣ୍ଣ ଭୂମିକା ରହିଛି । ଶନିବାର ଏହି ଚୁକ୍ତି ସ୍ଵାକ୍ଷର ହେବ ଏବଂ ଏଥିରେ କତାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପି. କୁମାରନ୍‌ ଏହି ଚୁକ୍ତି ସ୍ଵାକ୍ଷର ଉତ୍ସବରେ ଉପସ୍ଥିତ ରହିବେ।

Interview over Taliban US deal
ଆମେରିକା-ତାଲିବାନ୍‌ ଚୁକ୍ତି ପାକିସ୍ତାନକୁ ଭାରତର ସୀମାରେ ଅଧିକ ଉନ୍ମୁକ୍ତ ହେବାକୁ ନଦେବା ଉଚିତ

By

Published : Feb 29, 2020, 1:00 AM IST

ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ଆଉ ଏକ ଉଦ୍ୟମ କରିବାକୁ ଯାଇ ଯୁକ୍ତରାଷ୍ଟ୍ର ଆମେରିକା ତାଲିବାନ ସଂଗଠନ ସହ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷର କରିବ। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏଥିରେ ଭାରତ ମଧ୍ୟ ସାକ୍ଷୀ ରହିବ। ଯୁଦ୍ଧ ପରବର୍ତ୍ତୀ ସମୟରେ ଆଫଗାନିସ୍ତାନରେ ପରିସ୍ଥିତିକ ସ୍ଵଭାବିକ କରିବା ତଥା ଆମେରିକୀୟ ସୈନ୍ୟଙ୍କ ପ୍ରତ୍ୟାହାର ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିବା ଲାଗି ଏହି ଚୁକ୍ତିର ଗୁରୁତ୍ଵପୁର୍ଣ୍ଣ ଭୂମିକା ରହିଛି । ଶନିବାର ଏହି ଚୁକ୍ତି ସ୍ଵାକ୍ଷର ହେବ ଏବଂ ଏଥିରେ କତାରରେ ଥିବା ଭାରତୀୟ ରାଷ୍ଟ୍ରଦୂତ ପି. କୁମାରନ୍‌ ଏହି ଚୁକ୍ତି ସ୍ଵାକ୍ଷର ଉତ୍ସବରେ ଉପସ୍ଥିତ ରହିବେ। ଦୋହାଠାରେ ଏହି ଚୁକ୍ତି ସମ୍ପନ୍ନ ହେବ ଏବଂ ଏଥିରେ ଆମେରିକା ପକ୍ଷରୁ ବୈଦେଶିକ ସଚିବ ପମ୍ପିଓ ଏବଂ ତାଲିବାନ ପକ୍ଷରୁ ଜଲମୟ ଖଲିଦାଦ୍‌ ସ୍ଵାକ୍ଷର କରିବେ । ଏହି ଚୁକ୍ତି ସ୍ଵାକ୍ଷର ସମାବେଶରେ ସମ୍ପୃକ୍ତ ଅଞ୍ଚଳର ଅନ୍ୟ ପ୍ରତିନିଧିଙ୍କ ମଧ୍ୟରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଏସ୍‌ଏମ୍‌ କ୍ଵିରେସୀ, ଉଜ୍‌ବେକ୍‌ ବୈଦେଶିକ ମନ୍ତ୍ରୀ କାମିଲୋଭ ଏବଂ ଅନ୍ୟ ବିଶିଷ୍ଟ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି, କିନ୍ତୁ ଭାରତର ପ୍ରତିନିଧିଙ୍କର ଏଠାରେ ଉପସ୍ଥିତି ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ଯେ, ଭାରତ ପ୍ରଥମଥର ପାଇଁ ବିଶ୍ଵ ଦରବାରରେ ତାଲିବାନ ପ୍ରତିନିଧିଙ୍କ ସହ ଗୋଟିଏ ମଞ୍ଚରେ ବସିବାକୁ ଯାଉଛନ୍ତି ।

ଆମେରିକା-ତାଲିବାନ୍‌ ଚୁକ୍ତି ପାକିସ୍ତାନକୁ ଭାରତର ସୀମାରେ ଅଧିକ ଉନ୍ମୁକ୍ତ ହେବାକୁ ନଦେବା ଉଚିତ

ପୂର୍ବରୁ ଭାରତ ନିଜ ଆଭିମୁଖ୍ୟରୁ ହଟି ଏ ପ୍ରସଙ୍ଗରେ ଋଷ ସହ କଥା ହେବା ଲାଗି ଦୁଇ ପୂର୍ବତନ ରାଷ୍ଟ୍ରଦୂତକୁ ବେସରକାରୀ ଭାବେ ପଠାଇଥିବା ଜଣାପଡ଼ିଛି । ଏହି ଚୁକ୍ତି ସ୍ଵାକ୍ଷରର ଅବ୍ୟବହିତ ପୂର୍ବରୁ ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ଆମେରିକାରେ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରିଥିବା ମୀରା ଶଙ୍କରଙ୍କ ସହ ଆଲୋଚନା କରିଥିଲେ । ତାଲିବାନୀଙ୍କୁ ମୁଖ୍ୟଧାରାରେ ସାମିଲ୍‌ କରିବାର ଏହି ପ୍ରକ୍ରିୟା ବିଷୟରେ ସେ ତାଙ୍କଠାରୁ ଜାଣିବାକୁ ଚାହିଁଥିଲେ । ଆଲୋଚନାରୁ ଏହା ସ୍ପଷ୍ଟ ଯେ, ରାଷ୍ଟ୍ରଦୂତ ଶଙ୍କର ଆଫଗାନିସ୍ତାନରେ ଚାଲିଥିବା ରାଜନୀତିକ ପରିବର୍ତ୍ତନ ପ୍ରକ୍ରିୟାକୁ ଭାରତ ଖୁବ୍‌ ନିକଟରୁ ଅବଲୋକନ କରିବ। ପୂର୍ବରୁ ଆଫଗାନିସ୍ତାନକୁ ନିଜର ସୈନିକ ପଠାଇବା ଲାଗି ପ୍ରତ୍ୟାଖ୍ୟାନ କରିଥିବା ଭାରତକୁ ପଡ଼ୋଶୀ ଆଫଗାନିସ୍ତାନକୁ ଆବଶ୍ୟକ ସହାୟତା ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଋଷ ସିନେଟ ସଦସ୍ୟ ତଥା ଦେଶର ବୈଦେଶିକ ବ୍ୟାପାର କମିଟିର ଉପାଧ୍ୟକ୍ଷ ଆଣ୍ଡ୍ର୍ୟୁ କ୍ଲିମ୍‌ଲୋଭ୍‌ ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ଋଷର ସହଯୋଗ ଆବଶ୍ୟକ ବୋଲି ମତ ଦେଇଥିଲେ। ମୀରା ଶଙ୍କରଙ୍କ ବିଶ୍ଵାସ ଯେ, ଭାରତ ତାଲିବାନ୍‌ ସଙ୍ଗେ ସମ୍ପର୍କ ନିବିଡ଼ କରିବା ଦରକାର। ଐହା ସହ ଇରାନ୍‌ ଓ ଋଷ ଭଳି ରାଷ୍ଟ୍ରଙ୍କ ସଙ୍ଗେ ମଧ୍ୟ ଯଥେଷ୍ଟ ନିକଟତର ରହିବା ଜରୁରୀ । ଉପସ୍ଥାପନ କରୁଛୁ ମୀରା ଶଙ୍କରଙ୍କ ସହ ସାକ୍ଷାତକାରର ଅଂଶ ବିଶେଷ । ଭାରତ ଆଫଗାନିସ୍ତାନକୁ ଅସ୍ତ୍ରଯୋଗାଇବା ଲାଗି ଆଗଭର ହେବା ଉଚିତ ଆମେରିକା-ତାଲିବାନ୍‌ ଚୁକ୍ତି ପାକିସ୍ତାନକୁ ଭାରତର ସୀମାରେ ଅଧିକ ଉନ୍ମୁକ୍ତ ହେବାକୁ ନଦେବା ଉଚିତ- ପୂର୍ବତନ ରାଷ୍ଟ୍ରଦୂତ

ପ୍ରଶ୍ନ: ଯୁଦ୍ଧ ପରର ଆଫଗାନିସ୍ତାନରୁ ଆମେରିକା ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ଚାହିଁଛି । ଏହିକ୍ରମରେ ତାଲିବାନଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ତଥା ଆଫଗାନିସ୍ତାନରେ ଶାନ୍ତି ରକ୍ଷା ଲାଗି ଆମେରିକା ପକ୍ଷରୁ ତାଲିବାନ୍‌ ନେତାଙ୍କ ସହ ଏକ ଗୁରୁତ୍ଵପୂର୍ଣ୍ଣ ଚୁକ୍ତି ଦୋହାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଭାରତ ଆଗରେ କ’ଣ ସବୁ ଗୁରୁତ୍ଵପୂଣ୍ଣ ଆହ୍ବାନ ରହିବ?

ଯେତେବେଳେ ଆମେରିକା ଏବଂ ନାଟୋ ଦେଶମାନେ ଆଫଗାନିସ୍ତାନରୁ ନିଜର ସେନା ପ୍ରତ୍ୟାହାର କରିବେ, ତାହା ଏକବିବାଦୀୟ ଓ ଅରାଜକ ପରିସ୍ଥିତି ଆଡ଼କୁ ଯିବା ଆଶଙ୍କା ରହିଛି। ଏହା ହେଲେ ଆତଙ୍କବାଦୀ ତଥା କଠୋର ପନ୍ଥୀମାନେ ତାହାର ସୁଯୋଗ ନେଇପାରନ୍ତି । ଏହା ହେଲେ ସମଗ୍ର ଅଞ୍ଚଳରେ ଶାନ୍ତି ପରାହତ ହେବା ସହ ବିଶ୍ଵସ୍ତରରେ ନିରାପତ୍ତା ସଙ୍କଟକୁ ଆସିପାରେ । ଏଣୁ ଆମେରିକୀୟ ସେନାର ପ୍ରତ୍ୟାହର ଏବଂ ତାଲିବାନଙ୍କୁ ମୁଖ୍ୟସ୍ରୋତକୁ ଆଣିବାର ପ୍ରୟାସ ଏକ ଶୃଙ୍ଖଳିତ ପ୍ରକ୍ରିୟାରେ ହେବା ଆବଶ୍ୟକ। ଏବେ ଆଫଗାନିସ୍ତାନ ସରକାରର ପୁଲିସ ଏବଂ ସେନା ଆନ୍ତର୍ଜାତୀୟ ସହାର୍ଯ୍ୟରେ ଚାଲିଛି । ଯଦି ଏହି ଚୁକ୍ତି ସ୍ଵାକ୍ଷର ପରେ ଆନ୍ତର୍ଜାତୀୟ ସହଯୋଗ ବନ୍ଦ ହୋଇଯାଏ ତେବେ ପ୍ରଶାସନିକ ବ୍ୟବସ୍ଥା ଏହି ଦେଶରେ ସଙ୍ଗେ ସଙ୍ଗେ ବିପର୍ଯ୍ୟସ୍ତ ହୋଇପଡ଼ିବ। ଏହାକୁ କୌଣସି ଦେଶ କେବେ ବି ଚାହିଁବେ ନାହିଁ। ପୁଣି ଆମେ ଯେତେବେଳେ ତାଲିବାନଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଲାଗି ବିଚାର କରୁଛୁ ସେତେବଳେ ବିଗତ କିଛି ବର୍ଷ ହେଲା ଅର୍ଥାତ୍‌ ଯୁଦ୍ଧ ପରବର୍ତ୍ତୀ ସମୟରେ ଯେତେବଳେ ଆଫଗାନିସ୍ତାନରେ ଏକ ବହୁବିଧ ଗଣତାନ୍ତ୍ରିକ ବ୍ୟବସ୍ଥା ସୃଷ୍ଟି କରାଯାଇଛି ତାହାର ଭବିଷ୍ୟତ କ’ଣ ହେବ? ପୁଣି ମହିଳା ଓ ସଂଖ୍ୟାଲଘୁଙ୍କ ଅଧିକାର ସୁରକ୍ଷା ଲାଗି ନିଆଯାଉଥିବା ପଦକ୍ଷେପ ସବୁର ଭବିଷ୍ୟତ କ’ଣ ହେବ ? ଦ୍ଵିତୀୟରେ ଯେଉଁଠି ପାକିସ୍ତାନ ଆମେରିକାକୁ ଏହି ଚୁକ୍ତି ସମ୍ପନ୍ନ କରିବାରେ ମୁଖ୍ୟ ଭୂମିକା ନେଉଛି ସେଠାରେ ପାକିସ୍ତାନ ପୂର୍ବ କରିଡରରେ ମୁକ୍ତ ଭାବେ ବିଚରଣ କରିବାକୁ ସୁଯୋଗ ପାଇବା ଅନୁଚିତ ।

ପ୍ରଶ୍ନ: କିଛିଦିନ ତଳେ ହ୍ବାଇଟ୍‌ ହାଉସ୍‌ଠାରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ଏକାଠି ବସି ତାଙ୍କୁ ଜଣେ ଘନିଷ୍ଠ ବନ୍ଧୁ ବୋଲି ଆମେରିକା ରାଷ୍ଟ୍ରପତି କହିବା ଏବଂ ନୂଆଦିଲ୍ଲୀଠାରେ ଆେ୍ରାଜିତ ମିଳିତ ସାମ୍ବାଦିକ଼ ସମ୍ମିଳନୀରେ ଗୋଟିଏ ବାକ୍ୟରେ ଉଭୟ ଇମ୍ରାନ୍‌ ଖାନ୍‌ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଲ ବନ୍ଧୁ ବୋଲି କହିବା ଏହି ପରିପ୍ରେକ୍ଷୀରେ କିଛି ମହତ୍ତ୍ଵ ରକ୍ଷା କରୁଛି କି?

ଯେହେତୁ ଆମେରିକା ନିର୍ବାଚନ ପାଖେଇ ଆସୁଛି ଏବଂ ସେଠାରେ ପୁନର୍ବାର ନିର୍ବାଚନ ଜିତିବାକୁ ହେଲେ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ହେବ ବୋଲି ବିଚାର କରାଯାଉଛି । ସେଠାରେ ତାଲିବାନଙ୍କୁ ଆଲୋଚନା ଟେବଲ୍‌କୁ ଆଣିବା ଲାଗି ପାକିସ୍ତାନ ଆଡ଼କୁ ଆମେରିକା ଢଳିଥିବା ଯେଉଁ ଚର୍ଚା ଚାଲିଛି ତାହା କେତେ ଦୂର ସତ୍ୟ ହୋଇପାରେ? ଆନ୍ତର୍ଜାତିକ ସ୍ତରରେ ପାକିସ୍ତାନ ଉପରେ ଆମେରିକା ଅନେକ ଦିଗରୁ ଚାପ ପକାଇଆସୁଛି। ଉଦାହରଣ ଭାବେ ନିକଟରେ ମସୁଦ ଆଝାରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଆଖ୍ୟା ଦେବା, ଫିନାନ୍ସିଆଲ୍‌ ଆକ୍ସନ ଅନ୍‌ ଟାସ୍କ ଫୋର୍ସ ( ଏଫ୍‌ଏଟିଏଫ୍‌) ଦ୍ଵାରା ପାକିସ୍ତାନ ଉପରେ ଚାପ ପକାଇବା କିମ୍ବା ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌)ବୁଝାମଣା ଦ୍ଵାରା ପାକିସ୍ତାନ ଉପରେ ଚାପ ପକାଇବା ଭଳି ଅନେକ ମାଧ୍ୟମ ଆମେରିକା ପାଖରେ ରହିଛି । କିନ୍ତୁ ଆମେ ଏହା ବୁଝିବା ଦରକାର ଯେ, ପୂର୍ବରୁ ଆମେରିକା-ପାକିସ୍ତାନ ଭିତରେ ଯେଉଁ ଅନ୍ଧ ସମର୍ଥନ ଓ ବିଶ୍ଵାସ ରହିଥିଲା ତାହା ନାହିଁ । ଯେଉଁ ରଣନୀତିକ ସମ୍ପର୍କ ଥିଲା ତାହା ଆଉ ନାହିଁ ।

ପ୍ରଶ୍ନ: ବିଗତ ଦିନମାନଙ୍କରେ ଆଫକାନିସ୍ତାନରେ ଭିତ୍ତିଭୂମି ବିକାଶ ପାଇଁ ଭାରତ ଅନେକ ସହାୟତା ପ୍ରଦାନ କରିଛି । ସେଠାରେ ସଂସଦୀୟ ଭବନର ନିର୍ମାଣ ହେଉ ବା ରାସ୍ତାଘାଟ ନିର୍ମାଣ ଲାଗି ଭାରତ ପାଣ୍ଠି ଖର୍ଚ କରିଛି। ଆଗକୁ ଭାରତ ଏହି ଧାରାରେ ଅଧିକ ନିବେଶ କରିବା ଆବଶ୍ୟକ କି? ପୁଣି ପରିବର୍ତ୍ତତ ପରିସ୍ଥିତିରେ ଏହା ସମ୍ଭବ କି?

ମୁଁ ଭାବୁଛି ଆଫଗାନିସ୍ତାନ ଭୂମିକରୁ ଭାରତ ନିଜ ପକ୍ଷକୁ ଓହରାଇବ ନାହିଁ। ଏହା ପରିସ୍ଥିତିକୁ ଅଧିକ ଖରାପ କରିବ ଏବଂ ଭାରତ ଯଦି ଏମିତି ପଦକ୍ଷେପ ନିଏ ତେବେ ତାହାର ଅନେକ ପରିମାଣ ଭୋଗିବାକୁ ପଡ଼ିପାରେ । ଏହା ହେଲେ ଏବେ ଭାରତ- ପାକ୍‌ ସମ୍ପର୍କ ଭଳି ଆଫଗାନ୍‌-ଭାରତର ସମ୍ପର୍କ ହୋଇପାରେ। ଏଣୁ ଭାରତ ଏହାର ପକ୍ଷକୁ ଓହରାଇବା ଉଚିତ ନୁହେଁ । ଅପରପକ୍ଷେ ଭାରତ ଅଧିକରୁ ଅଧିକ ଆଫଗାନିସ୍ତାନର ସୁରକ୍ଷାବଳକୁ ମଜଭୁତ କରିବା ପାଇଁ ଆବଶ୍ୟକ ଅସ୍ତ୍ରଶସ୍ତ୍ର, ବୈଷୟିକ ଯନ୍ତ୍ରପାତି ଓ ତାଲିମ ପ୍ରଦାନ କରିବା ଆବଶ୍ୟକ। ଯେଉଁ ଭିତ୍ତିଭୂମି ପ୍ରକ,ତ୍ପସବୁ ରହିଛି ତାହାକୁ ସୁରକ୍ଷା କରିବା ପାଇଁ ଆମେ ରାଜି ହୋଇଛୁ। ଏଣଉ ସେଠାରେ ଆମେ କିଛି ଅର୍ଦ୍ଧସାମରିକବଳ ମୁତ୍ତୟନ କରିଛୁ। ଆମେ ଆଫଗାନ ପ୍ରତିପକ୍ଷଙ୍କୁ ଯନ୍ତ୍ରପାତି ଓ ତାଲିମ ବ୍ୟବସ୍ଥା କରାଇବା ଦରକାର। ବିଶେଷକରି ବିମାନ ଦ୍ଵାରା କିପରି ସାମଗ୍ରୀକୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେଇ ହେବ, ଲୋକଙ୍କୁ ଉଦ୍ଧାର କରାଯାଇପାରିବ ସେ ବାବଦରେ ତାଲିମ ଦେବା ଆବଶ୍ୟକ। ଅତୀତରେ ଆମେ ସେମାନଙ୍କୁ ହେଲିକପ୍ଟର ଯୋଗାଇଛୁ। କିନ୍ତୁ ସେଥିରେ ଏସବୁ ବ୍ୟବସ୍ଥା ନାହିଁ। ଆମେ ଆଫଗାନିସ୍ତାନରେ ଅନେକ କିଛି କରି ପାରିବା। ଏଥିଲାଗି ଆମେ ଆଫଗାନିସ୍ତାନର ବାସ୍ତବ ସମସ୍ୟା ବାବଦରେ ଅନୁଧ୍ୟାନ ସହ ଏହାକୁ ଚିହ୍ନଟ କରିବା ସହ ସ୍ଥାନୀୟ ରାଜନେତାଙ୍କ ସହ ସମ୍ପର୍କ ରଖିବାକୁ ହେବ। ଆମେ ଏବେ ଏହା କହିବା ଉଚିତ ନୁହେଁ ଯେ, ଆମେ ତାଲିବାନଙ୍କ ସହ କୌଣସି ଚୁକ୍ତି କରୁ ନାହୁଁ। କାରଣ ସେମାନେ ଏବେ ଶାନ୍ତିପ୍ରକ୍ରିୟାରେ ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ। ସେଠାରେ କ’ଣ ତାଲିବାନ ଜାତୀୟତାବାଦ, ଆଫଗାନ୍‌ ଜାତୀୟତାବାଦ ବୋଲି କିଛି ଅଲଗା ରହିଛି? ଏଣୁ ଆମକୁ ଅପେକ୍ଷା କରିବାକୁ ହେବ। ପରିସ୍ଥିତି କେମିତି ବଦଳୁଛି ତାହାକୁ ଦେଖିବା ଲାଗି ପଡ଼ିବ। ଉଦାହରଣ ଭାବେ ଆପଣ ଦୀର୍ଘଦିନ ଧରି ବନ୍ଦୀ ଥିବା ମୁଲା ବାରାଡରଙ୍କୁ ଗ୍ରହଣ କରିପାରିବେ। ସେ ଏବେ ଏହି ଚୁକ୍ତିରେ ପ୍ରମୁଖ ଭୂମିକା ନେଉଛନ୍ତି। ଆମେ ଏବେ ଆକଳନ କରିବା ଦରକାର ଯେ, ଆମେରିକାର ଅପସାରଣ ପରେ ପରିସ୍ଥିତି କିପରି ପରିବର୍ତ୍ତତତ ହେଉଛି ଏବଂ ଏହି ଅନୁସାରେ ଆମେ ଆମର ଯୋଜନା ପ୍ରଣୟନ କରିବା ଦରକାର ।

ପ୍ରଶ୍ନ: ତାଲିବାନଙ୍କ ସଙ୍ଗେ ଗୋଟିଏ ମତରେ ପହଞ୍ଚି ଲାଗି ଭାରତକୁ ଅନେକ ସମୟ ଲାଗିଗଲା। ଏଥିପାଇଁ ଭାରତକୁ ଦୁଇ ଜଣ ପୂର୍ବତନ କୂଟନୀତିଜ୍ଞଙ୍କୁ ଋଷ ପଠାଇବାକୁ ପନଇଥିଲା । ମୁଁ ଋଷର ସିନେଟ୍‌ ସଦସ୍ୟ ତଥା ବୈଦେଶିକ ବ୍ୟାପର ଉପାଧ୍ୟକ୍ଷଙ୍କ ସହ ଏ ସମ୍ପର୍କରେ କଥା ହେବାର ସୁଯୋଗ ପାଇଥିଲି । ତାଙ୍କ ମତରେ ମସ୍କୋକୁ ଯେ ପର୍ଯ୍ୟନ୍ତ ଶାନ୍ତି ପ୍ରକ୍ରିୟାରେ ନିୟୋଜିତ କରାଇ ନାହିଁ ତାହା ଫଳପ୍ରଦ ହେବ ନାହିଁ। ଏହି ପରିପ୍ରେକ୍ଷୀରେ ଭାରତ ତାଲିବାନଙ୍କ ସହ ସମ୍ପର୍କ ରକ୍ଷା ଲାଗି ଋଷ ଏବଂ ଇରାନ୍‌କୁ ବ୍ୟବହାର କରିବା ଜରୁରୀ କି? ଏହିସବୁ ରାଷ୍ଟ୍ରର ଭୂମିକା କ’ଣ ହେବା ଆବଶ୍ୟକ?

ଆମେରିକା ବିରୋଧରେ ପ୍ରତିଶୋଧ ନେବା ତଥା ନିଜର ଅସ୍ତିତ୍ଵ ଜାହିର କରିବା ଲାଗି ଇରାନ୍‌ ତାଲିବାନ ନେତାଙ୍କ ସହ ସମ୍ପର୍କ ରକ୍ଷା କରି ଆସିଛି। କାରଣ ସେଠାରେ ଆମେରିକୀୟଙ୍କ ଉପସ୍ଥିତି ଦ୍ଵାରା ସେମାନେ ଯଥେଷ୍ଟ ଚିନ୍ତିତ ଥିଲେ । ଯଦିଓ ସେମାନେ ତାଲିବାନଙ୍କୁ ସିଆ ପନ୍ଥୀ ବିରୋଧୀ ବୋଲି ଅଭିଯୋଗ କରି ପ୍ରାଥମିକ ସ୍ତରରେ ତାଙ୍କୁ ଭରସା କରୁ ନଥିଲେ, କିନ୍ତୁ ସେଠାରେ ଆମେରିକାର ଉପସ୍ଥିତିକୁ ଗୌଣ କରିବା ଲାଗି ଇରାନ୍‌ ତାଲିବାନଙ୍କ ସଙ୍ଗେ ସମ୍ପର୍କ ରକ୍ଷା କରିଆସିଛି । ଉଭୟ କେନ୍ଦ୍ର ଏସୀଆ ଏବଂ ଋଷରେ ରଣନୀତିକ ଭାରସାମ୍ୟ ଅଭାବ ତଥର ଅସ୍ଥିରତାକୁ ଦେଖି ଋଷ ଉଦ୍‌ବେଗ ପ୍ରକାଶ କରି ଆସିଛି। ନିଦ୍ଦିଷ୍ଟ ଭାବେ ଦେଖିବାକୁ ଗଲେ ଋଷକୁ ଆବଶ୍ୟକ ନାର୍କୋଟିକ୍‌ ଦ୍ରବ୍ୟ ଆଫଗାନିସ୍ତାନରୁ ଅଧିକାଂଶ ଯାଉଥିଲା । ଏଣୁ ଏଠାରେ ଋଷର ଏକ ଦୃଷ୍ଟି ରହିବ। ସେମାନେ ତାଲିବାନଙ୍କ ସହ ବ୍ରୋକରିଂ ଆଲୋଚନା ମଧ୍ୟ ଯୋଜନା ରଖିଛନ୍ତି । ଏଣୁ ଆଗକୁ ସେମାନେ ଏ ଉପରେ ଅଧିକ ନିବେଶ କରିବେ। ଏହି ପରିପ୍ରେକ୍ଷୀରେ ଆଶା କରାଯାଉଛି ଯେ, ଭାରତ -ଇରାନ୍‌ ସହ ସମ୍ପୃକ୍ତ ସମସ୍ତ ରାଷ୍ଟ୍ର ଉତ୍ତମ ସମ୍ପର୍କ ରକ୍ଷା ପାଇଁ ଚେଷ୍ଟା କରିବ, ଏଥିରେ ଆାମେରିକା ଓ ଋଷ ବି ଅନ୍ୟତମ ।

For All Latest Updates

TAGGED:

ABOUT THE AUTHOR

...view details