ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଚରମବାଣୀ ଶୁଣାଇଲା ଆମେରିକା । ଏହା ସହିତ ସୀମାପାର ଆତଙ୍କବାଦ ଉପରେ ରୋକ ଲଗାଇବାରୁ ପାକିସ୍ତାନକୁ ମଧ୍ୟ କଡା ନିର୍ଦ୍ଦେଶ ଦେଇଛି ।
ପାକିସ୍ତାନକୁ ଆମେରିକାର ଚରମବାଣୀ, ଆତଙ୍କବାଦ ଉପରେ ରୋକ ଲଗାଅ - cross border terrorism issues
ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଚରମବାଣୀ ଶୁଣାଇଲା ଆମେରିକା । ସୀମାପାର ଆତଙ୍କବାଦ ଉପରେ ରୋକ ଲଗାଇବାକୁ ଦେଲା କଡା ନିର୍ଦ୍ଦେଶ । ଅଧିକ ପଢନ୍ତୁ...
![ପାକିସ୍ତାନକୁ ଆମେରିକାର ଚରମବାଣୀ, ଆତଙ୍କବାଦ ଉପରେ ରୋକ ଲଗାଅ](https://etvbharatimages.akamaized.net/etvbharat/prod-images/768-512-4823291-thumbnail-3x2-pak.jpg)
ୟୁଏସ ଷ୍ଟେଟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିୟନ୍ତ୍ରଣ ରେଖାରେ ହେଉଥିବା ଅସ୍ତ୍ରବିରତି ଉଲ୍ଲଙ୍ଘନ ସମ୍ବନ୍ଧରେ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳୁଛି । ଆମେ ଉଭୟ ଦେଶକୁ ଶାନ୍ତି ବଜାୟ ରଖିବା ପାଇଁ ଆବେଦନ କରୁଛୁ ବୋଲି ୟୁଏସ ପକ୍ଷରୁ କୁହାଯାଇଛି । ଏହା ସହିତ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତାର ସମର୍ଥନ କରିଛି ଆମେରିକା ।
ସୂଚନାଯୋଗ୍ୟ ଯେ, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଲଗାତାର ସୀମାରେ ଅସ୍ତ୍ରବିରତି ଉଲଙ୍ଘନ କରୁଛି । ଘାଟିରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଛି । ଏଥିପାଇଁ ପାକ୍ ସେନା ଜାମ୍ମୁ-କାଶ୍ମୀରର ବିଭିନ୍ନ ସେକ୍ଟରରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିଛି ।