ଓଡିଶା

odisha

ETV Bharat / bharat

ମେ’ ସୁଦ୍ଧା ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବନି ଆମେରିକା - ଆମେରିକୀୟ ସେନା ପ୍ରତ୍ୟାହାର ମାମଲା

ଆସନ୍ତା ମେ’ ମାସ ପୂର୍ବରୁ ଆଫଗାନସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ଯୁକ୍ତରାଷ୍ଟ୍ର ଆମେରିକା । ଅଧିକ ପଢନ୍ତୁ...

ମେ’ ସୁଦ୍ଧା ଆଫଗାନିସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ଆମେରିକା
ମେ’ ସୁଦ୍ଧା ଆଫଗାନିସ୍ଥାନରୁ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ଆମେରିକା

By

Published : Feb 8, 2021, 7:31 PM IST

ୱାଶିଂଟନ୍: ଆସନ୍ତା ମେ ମାସ ପୂର୍ବରୁ ଆଫଗାନସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରିବ ନାହିଁ ଯୁକ୍ତରାଷ୍ଟ୍ର ଆମେରିକା । ଆମେରିକାର ରିପବ୍ଲିକାନ୍ ସିନେଟର ଲିଣ୍ଡସେ ଗ୍ରାହାମ ଏହି ସୂଚନା ଦେଇଥିବା ଜଣାପଡିଛି । ସେ କହିଛନ୍ତି ଯେ ୱାଶିଂଟନ୍ ଏବଂ ତାଲିବାନ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଶାନ୍ତି ଚୁକ୍ତିରେ ଆମେରିକାର ସୈନ୍ୟମାନେ ମେ ମାସ ସୁଦ୍ଧା ଆଫଗାନିସ୍ତାନ ଛାଡିବେ ନାହିଁ ଏବଂ ଯେତେବେଳେ ଶାନ୍ତି ଚୁକ୍ତି ଠିକ ଭାବେ ଅନୁପାଳନ କରାଯିବ ସେତେବେଳେ ସୈନ୍ୟ ପ୍ରତ୍ୟାହାର ଦିଗରେ ଆମେରିକା ତତ୍ପରତା ଦେଖାଇବ । ରବିବାର ରାତିରେ ସିବିଏସ୍ଇ ନ୍ୟୁଜକୁ ସାକ୍ଷାତକାରରେ ଗ୍ରାହାମ୍ ଏହି ମନ୍ତବ୍ୟ ଦେଇଥିବା ଜଣା ପଡିଛି ।

ଗ୍ରାହାମ୍ କହିଛନ୍ତି ଯଦି ଆମେରିକା ସେନା ଆଫଗାନିସ୍ତାନ ଛାଡି ଚାଲିଯାଏ, ତେବେ ସେଠାରେ ଆତଙ୍କୀ ସଂଗଠନ ଆଇଏସଆଇଏସ ନିଜର କ୍ଷମତା ବିସ୍ତାର ଆରମ୍ଭ କରିବ । ଏହା ଫଳରେ ଆଫଗାନସ୍ତାନର ମହିଳା ଓ ଶିଶୁମାନଙ୍କୁ ହିଁ ନିର୍ଯ୍ୟାନତା ଭୋଗ କରିବାକୁ ପଡିବ ବୋଲି ଗ୍ରାହମ କହିଛନ୍ତି । ଆଫଗାନସ୍ତାନ ଯୁଦ୍ଧ ବନ୍ଦ କରିବାକୁ ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ପରେ ଆଫଗାନିସ୍ତାନରେ ହଜାର ହଜାର ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ତଥା ଆଫଗାନିସ୍ତାନ ମଧ୍ୟରେ କଥାବାର୍ତ୍ତା ହୋଇଥିଲା । ଦୁଇ ଦେଶ ମଧ୍ୟରେ 12 ସେପ୍ଟେମ୍ବର 2020 ରେ ଶାନ୍ତି ଆଲୋଚନା ଆରମ୍ଭ ହୋଇଥିଲା । ଗତମାସର ଶେଷ ଭାଗରେ ପେଣ୍ଟାଗନର ପ୍ରେସ ସଚିବ ଜନକିର୍ବି କହିଥିଲେ ଯେ ତାଲିବାନ ଏହି ଚୁକ୍ତିନାମାକୁ ବିପଦରେ ପକାଉଛି । ଏହାର ଜବାବରେ ତାଲିବାନ ମଧ୍ୟ ପ୍ରତିକ୍ରିୟାଶୀଳ ହୋଇଥିବା ଦେଖିବାକୁ ମିଳିଛି ।

ର’ ମୁଖପାତ୍ର ମହମ୍ମଦ ନାଏମ ଏକ ଆଫଗାନିସ୍ତାନ ଗଣମାଧ୍ୟମକୁ କହିଛନ୍ତି ଯେ ତାଲିବାନ ଚୁକ୍ତି ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଆମେ ଅନ୍ୟ ପକ୍ଷକୁ ଏହାର ପ୍ରତିଶ୍ରୁତି ଉପରେ ଦୃଢ ରହିବାକୁ ଆହ୍ବାନ କରୁଛୁ। ଆଫଗାନିସ୍ତାନରେ ହୋଇଥିବା ଯୁଦ୍ଧରେ ପ୍ରାୟ 2,400 ଆମେରିକୀୟ ସୈନିକଙ୍କ ମୃତ୍ୟୁ ଘଟାଇଛି, ତାହା ଆମେରିକାର ଇତିହାସରେ ସବୁଠାରୁ କ୍ଷତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶରୁ ସୈନ୍ୟବାହିନୀର ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଚାହୁଁଥିଲେ, କିନ୍ତୁ ତାଙ୍କର କିଛି ବରିଷ୍ଠ ସହାୟକ ଏବଂ ପେଣ୍ଟାଗନ ଅଧିକାରୀ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ଆଫଗାନିସ୍ତାନରେ ପ୍ରାୟ 2500 ଆମେରିକୀୟ ସୈନିକ ଥିବା ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details