ଓଡିଶା

odisha

ETV Bharat / bharat

ଏଣିକି ଆମେରିକାରେ ନିଜେ ଗ୍ରାଉଣ୍ଡ ପରିଚାଳନା କରିପାରିବ ଏୟାର ଇଣ୍ଡିଆ - ଏୟାର ଇଣ୍ଡିଆ ପାଇଁ ଆମେରିକାର ଘୋଷଣା

ପୂର୍ବରୁ ଯେକୌଣସି ଦେଶକୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ସେଠାରେ ନିଜେ ଗ୍ରାଉଣ୍ଡ ପରିଚାଳନାର ଅଧିକାର ରଖୁଥିଲା । ହେଲେ ଆମେରିକାରେ ନିଜସ୍ବ ନୀତି ଅନୁଯାୟୀ ଏହି ଅଧିକାରକୁ ଛଡାଇ ଦିଆଯାଇଥିଲା । ହେଲେ ଶୁକ୍ରବାର ପୁଣି ଥରେ ନିଜ ଗ୍ରାଉଣ୍ଡ ପରିଚାଳନାର ଅଧିକାର ଫେରି ପାଇଛି ଏୟାର ଇଣ୍ଡିଆ ।

air india, air india latest news, us's new announcement, us's announcement on air india, air india groud handling in us, ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଲାଟେଷ୍ଟ ନ୍ୟୁଜ୍‌, ଆମେରିକାର ନୂଆ ଘୋଷଣା, ଏୟାର ଇଣ୍ଡିଆ ପାଇଁ ଆମେରିକାର ଘୋଷଣା, ଆମେରିକାରେ ଏୟାର ଇଣ୍ଡିଆର ଗ୍ରାଉଣ୍ଡ ପରିଚାଳନା
ଏଣିକି ଆମେରିକାରେ ନିଜେ ଗ୍ରାଉଣ୍ଡ ପରିଚାଳନା କରିପାରିବ ଏୟାର ଇଣ୍ଡିଆ

By

Published : Sep 5, 2020, 2:28 PM IST

ନୂଆଦିଲ୍ଲୀ: ପୂର୍ବରୁ ଯେକୌଣସି ଦେଶକୁ ବିମାନ ସେବା ଯୋଗାଉଥିବା ଏୟାର ଇଣ୍ଡିଆ ସେଠାରେ ନିଜେ ଗ୍ରାଉଣ୍ଡ ପରିଚାଳନାର ଅଧିକାର ରଖୁଥିଲା । ହେଲେ ଆମେରିକାରେ ନିଜସ୍ବ ନୀତି ଅନୁଯାୟୀ ଏହି ଅଧିକାରକୁ ଛଡାଇ ଦିଆଯାଇଥିଲା । ତେଣୁ ଆମେରିକାରେ ଗ୍ରାଉଣ୍ଡ ପରିଚାଳନା ପାଇଁ ଏୟାର ଇଣ୍ଡିଆକୁ ସେଠାକାର ଆଞ୍ଚଳିକ କମ୍ପାନୀର ସହାୟତା ନେବାକୁ ପଡୁଥିଲା । ହେଲେ ଶୁକ୍ରବାର ପୁଣି ଥରେ ନିଜ ଗ୍ରାଉଣ୍ଡ ପରିଚାଳନାର ଅଧିକାର ଫେରି ପାଇଛି ଏୟାର ଇଣ୍ଡିଆ । ୟାହାକୁ ନେଇ ଏୟାର ଇଣ୍ଡିଆ କର୍ମଚାରୀଙ୍କ ମଧ୍ୟ ଖେଳିଛି ଖୁସିର ଲହରୀ ।

ସୂଚନା ଅନୁୟାୟୀ 2019 ମସିହା ଜୁଲାଇ ମାସରେ ଏୟାର ଇଣ୍ଡିଆ ସମେତ ଅନ୍ୟ ବିମାନ କମ୍ପାନୀଠାରୁ ଗ୍ରାଉଣ୍ଡ ପରିଚାଳନାର ଅଧିକାର ଛଡାଇଥିଲା ୟୁଏସ ଡିପାର୍ଟମେଣ୍ଟ ଅଫ ଟ୍ରାନ୍ସପୋର୍ଟେସନ (ୟୁଏସଡିଓଟି) । ଏଥିସହ ଆମେରିକାରେ ଏୟାରଇଣ୍ଡିଆର ଗ୍ରାଉଣ୍ଡ ପରିଚାଳନା ପାଇଁ ଅନ୍ୟ ଘରୋଇ କମ୍ପାନୀକୁ ଦିଆଯାଇଥିଲା ଦାୟିତ୍ବ । ହେଲେ ବର୍ଷେ ପରେ ପୁଣି ନିଜ ଅଧିକାର ଫେରି ପାଇଛି ଏୟାର ଇଣ୍ଡିଆ । ତେବେ ଗ୍ରାଉଣ୍ଡ ପରିଚାଳନା ମଧ୍ୟରେ ରହିଛି ଯାତ୍ରୀଙ୍କ ବ୍ୟାଗେଜକୁ ବିମାନର ଲୋଡ ଓ ଅନଲୋଡ କରିବା ପ୍ରକ୍ରିୟା । ଏଥିସହ ବିମାନରେ ବରଫ ସଫେଇ, ଚେକ-ଇନ ଓ ଟିକେଟିଂ ମଧ୍ୟ ଏହି ପ୍ରକ୍ରିୟାର ଅନ୍ତର୍ଗତ ।

ଏନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେଇ କହିଛନ୍ତି କି, ଆମେରିକା ଦ୍ବାରା ହୋଇଥିବା ନୂଆ ଘୋଷଣାରେ କମ୍ପାନୀକୁ ଏକ ନୂଆ ସୁଯୋଗ ମିଳିଛି । ପୂର୍ବରୁ କମ୍ପାନୀ ଉପରେ ଗ୍ରାଉଣ୍ଡ ପରିଚାଳନାର ସୁଯୋଗ ଦିଆଯାଉନଥିବାବେଳେ ଏବେ ନୂଆ ଘୋଷଣା ପରେ କମ୍ପାନୀ ଗ୍ରାଉଣ୍ଡ ସମ୍ଭାଳିବା ନେଇ ପ୍ରସ୍ତୁତ ରହିଥିବା ମଧ୍ୟ ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details