କୋଚି: କୋରୋନା ଭୂତାଣୁ ସମଗ୍ର ବିଶ୍ବରେ ନିଜର କାୟା ବିସ୍ତାର କରିଛି । ଆମେରିକା, ଋଷ, ଚୀନ ଭଳି ଶକ୍ତିଶାଳୀ ରାଷ୍ଟ୍ର ଏହା ସାମନାରେ ମୁଣ୍ଡ ପୋତି ଦେଇଛନ୍ତି । ହେଲେ ଭାରତ ଏହାର ଦୃଢ ମୁକାବିଲା କରିଛି । ସେଥିପାଇଁ ଏଠାରେ ଅନ୍ୟ ଦେଶ ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା କମ ରହିଛି ।
ଆଉ ଏହାକୁ ଦେଖି ଭାରତ ଛାଡିବାକୁ ଇଚ୍ଛା ପ୍ରକାଶ କରିନାହାଁନ୍ତି ଜଣେ ଆମେରିକୀୟ ନାଗରିକ । 74 ବର୍ଷିୟ ଥିଏଟର ନିର୍ଦ୍ଦେଶକ ଓ ଲେଖକ ଟେରୀ ଜନ କନଭର୍ସେ କୋଚିରେ ରହିଥିବାବେଳେ ଲକଡାଉନ ଯୋଗୁଁ ଆମେରିକା ଫେରିପାରିନଥିଲେ । ଏବେ ସେ ଫେରିବାକୁ ମଧ୍ୟ ଚାହୁଁନାହାନ୍ତି । ନିଜ ଦେଶର ପରିସ୍ଥିତି ଅପେକ୍ଷା ଭାରତରେ ଭଲ ସ୍ଥିତି ଥିବାରୁ ସେ ଏଠାରେ ଆହୁରି 6 ମାସ ରହିବାକୁ ଇଚ୍ଛା କରିଛନ୍ତି । ଲକଡାଉନ ସରିବା ପର୍ଯ୍ୟନ୍ତ 180 ଦିନ ନିଜର ଭିସା ଅବଧି ବୃଦ୍ଧି କରିବାକୁ ସେ ଆବେଦନ କରିଛନ୍ତି । ଏନେଇ ସେ କେରଳ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ।