ଓଡିଶା

odisha

ETV Bharat / bharat

ପାକିସ୍ତାନ ସମସ୍ତ ଆତଙ୍କୀ ଆଡ୍ଡାକୁ ମାଟିରେ ମିଶାଇବା ପାଇଁ ଆମେରିକା ସଂସଦରେ ପ୍ରସ୍ତାବ

ଆତଙ୍କବାଦୀଙ୍କ ଚରାଭୂମିକୁ ଛାରଖାର କରିବା ପାଇଁ ଆମେରିକା କଠୋର ପଦକ୍ଷେପ ନେବା ପାଇଁ ଅଣ୍ଟାଭିଡିଛି । ଏନେଇ ଆମେରିକା ସଂସଦରେଏକ ପ୍ରସ୍ତାବ ଆଗତ କରାଯାଇଛି । ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ସଂସଦରେ ଏହି ପ୍ରସ୍ତାବ ଆଣିଛନ୍ତି ।

By

Published : Mar 29, 2019, 2:13 PM IST

ଡିଜାଇନ ଫଟୋ

ୱାଶିଂଟନ: ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ପାକିସ୍ତାନ । ଆତଙ୍କବାଦୀଙ୍କ ଲାଳନପାଳନ କରିବା ସହ ସେମାନଙ୍କୁ ଶରଣ ଦେବାରେ ହେଳା କରି ନଥାଏ ପାକିସ୍ତାନ । ଏଠାରୁ ଶିକ୍ଷାଦୀକ୍ଷା ନେଇ ସାରା ବିଶ୍ୱରେ ତାଣ୍ଡବଲୀଳା ରଚୁଛନ୍ତି ଆତଙ୍କବାଦୀ । ଏବେ ଆତଙ୍କବାଦୀଙ୍କ ଚରାଭୂମିକୁ ଛାରଖାର କରିବା ପାଇଁ ଆମେରିକା କଠୋର ପଦକ୍ଷେପ ନେବା ପାଇଁ ଅଣ୍ଟା ଭିଡିଛି । ଏନେଇ ଆମେରିକା ସଂସଦରେଏକ ପ୍ରସ୍ତାବ ଆଗତ କରାଯାଇଛି । ଆମେରିକା କଂଗ୍ରେସର ସାଂସଦ ସ୍କଟ ପେରି ସଂସଦରେ ଏହି ପ୍ରସ୍ତାବ ଆଣିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଆମେରିକା ସଂସଦରେ ଉପସ୍ଥିତ ପ୍ରତିନିଧି ମଣ୍ଡଳ ସଭାରେ ଜମ୍ମୁକାଶ୍ମୀରରେ ପୁଲୱାମାରେ ଗତ ଫେବୃୟାରୀ ୧୪ରେ ହୋଇଥିବା ଆତଙ୍କବାଦୀ ଅକ୍ରମଣକୁ କଡା ନିନ୍ଦା କରାଯାଇଛି । ରିପବ୍ଲିକାନ କଂଗ୍ରେସର ସ୍କଟ ପେରି ସଂସଦରେ ଏହି ପ୍ରସ୍ତାବ ରଖିବା ସହ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଠିକଣା ଜବାବ ଦେବାର ସମୟ ଏବେ ଆସିଛି ବୋଲି କହିଛନ୍ତି । ପାକିସ୍ତାନ ମାଟିରୁ ଆତଙ୍କବାଦୀଙ୍କୁ ସମୂଳେ ନାଶ ପାଇଁ ଆମେରିକା ପ୍ରୟାସ କରୁଛି। ଏହାସତ୍ତ୍ୱେପାକିସ୍ତାନ ଆତଙ୍କବାଦୀଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରୁଛି ଯାହାର ଲମ୍ବା ଇତିହାସ କାହାରିକୁ ଅଛପା ନହିଁ ।

ପେରୀ ଆହୁରି କହିଛନ୍ତି, ଆତଙ୍କବାଦୀ ଆକ୍ରମଣ ଫଳରେ ସାଧାରଣ ଜନତାଙ୍କୁ ଜୀବନ ଯାଉଛି । ଏହି ଭଳି ଆତଙ୍କବାଦୀ ଆକ୍ରମଣକୁ ରୋକିବା ବଦଳରେ ପାକିସ୍ତାନ କଠୋରପନ୍ଥୀ ଆତଙ୍କୀଙ୍କୁ କୋଳାଗ୍ରତ କରୁଛି । ଏବେ ପାକିସ୍ତାନକୁ ଏହାର ପରିଣାମ ଭୋଗିବାର ସମୟ ଆସିଛି ବୋଲି ସେ କହିଛନ୍ତି ।

For All Latest Updates

ABOUT THE AUTHOR

...view details