ଓଡିଶା

odisha

ଦିଲ୍ଲୀର ସରକାରୀ ବିଦ୍ୟାଳୟ ବୁଲିବେ ମେଲାନିଆ ଟ୍ରମ୍ପ

By

Published : Feb 22, 2020, 10:17 PM IST

ଆସନ୍ତା 24 ରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ । ଏହି ଗସ୍ତ ସମୟରେ ମେଲାନିଆ ଦିଲ୍ଲୀର ଏକ ସରକାରୀ ବିଦ୍ୟାଳୟ ବୁଲିଯିବେ । ଅଧିକ ପଢନ୍ତୁ...

ଦିଲ୍ଲୀର ସରକାରୀ ବିଦ୍ୟାଳୟ ଯିବେ ମେଲାନିଆ ଟ୍ରମ୍ପ
ଦିଲ୍ଲୀର ସରକାରୀ ବିଦ୍ୟାଳୟ ଯିବେ ମେଲାନିଆ ଟ୍ରମ୍ପ

ନୂଆଦିଲ୍ଲୀ: ଆସନ୍ତା 24 ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କେବଳ ରାଷ୍ଟ୍ରପତି ନୁହେଁ ତାଙ୍କ ସହ ପତ୍ନୀ ମେଲାନିଆ ମଧ୍ୟ ଭାରତ ଆସିବେ । ଟ୍ରମ୍ପ ଦମ୍ପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ତେବେ ଆମେରିକାର ପ୍ରଥମ ମହିଳା ମେଲାନିଆ ନିଜର ଏହି ଗସ୍ତ ସମୟରେ ଦିଲ୍ଲୀର ନାନକପୁରାରେ ଥିବେ ଏକ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିବେ ।

ଆମେରିକାର ପ୍ରଥମ ମହିଳା ମେଲାନିଆଙ୍କ ଦିଲ୍ଲୀ ସରକାରୀ ବିଦ୍ୟାଳୟ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ମେଲାନିଆ ଯେଉଁ ରାସ୍ତା ଦେଇ ଏହି ସ୍କୁଲକୁ ଯିବେ, ସେହି ରାସ୍ତାର ସୌନ୍ଦର୍ଯ୍ୟକରଣ କାମ ଚାଲିଥିବା କାଉନସିଲର ମିଷ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ ରହିଛି ପୌରପାଳିକା ବିଭାଗ ।

ମେଲାନିଆ ଟ୍ରମ୍ପ ଏହି ସ୍କୁଲକୁ 'ହ୍ୟାପିନେସ କ୍ଲାସ'ରେ ଯୋଗ ଦେବାକୁ ଯିବେ । ସେଠାରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଓ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ସ୍ବାଗତ କରିବାର କାର୍ଯ୍ୟକ୍ରମ ରହିଛି ।

@ANI

For All Latest Updates

ABOUT THE AUTHOR

...view details