ଓଡିଶା

odisha

ETV Bharat / bharat

HCQର ଜରୁରୀକାଳିନ ଚିକିତ୍ସା ଉପରେ ରୋକ ଲଗାଇଲା ଆମେରିକାର ଏଫଡିଏ

FDAର ଏହି ପଦକ୍ଷେପ ନୂତନ ଅଧ୍ୟୟନକୁ ଆଧାରିତ କରି ନିଆଯାଇଛି । ହାଇଡ୍ରୋକ୍ସିକ୍ଲୋରକ୍ବିନକୁ ନେଇ କରାଯାଇଥିବା କ୍ଲିନିକାଲ ଟ୍ରାଏଲ ଟେଷ୍ଟରେ କୌଣସି ଆଶାତୀତ ଫଳାପଳ ନ ମିଳିପାରି ନାହିଁ । ତେଣୁ ଔଷଧ ଯଦି ଏପରି ବ୍ୟବହାର କରାଯାଏ ତେବେ ଏହା କୌଣସି ବିପଦ ଠାରୁ କମ ନୁହେଁ । ଅଧିକ ପଢନ୍ତୁ...

HCQର ଜରୁରୀକାଳିନ ଚିକିତ୍ସା ଉପରେ ରୋକ ଲଗାଇଲା ଆମେରିକାର ଏଫଡିଏ
HCQର ଜରୁରୀକାଳିନ ଚିକିତ୍ସା ଉପରେ ରୋକ ଲଗାଇଲା ଆମେରିକାର ଏଫଡିଏ

By

Published : Jun 16, 2020, 8:31 AM IST

ୱାଶିଂଟନ: ଆମେରିକାର ଖାଦ୍ୟ ଓ ଔଷଧ ନିୟାମକ ସଂସ୍ଥା(ଏଫଡିଏ) କୋଭିଡ ଚିକିତ୍ସା ପାଇଁ ହାଇଡ୍ରୋକ୍ସି-କ୍ଲୋରୋକୁଇନର ଜରୁରୀକାଳିନୀ ପ୍ରାଧିକରଣକୁ ପ୍ରତ୍ୟାହାର କରିନେଇଛି । ହାଇଡ୍ରୋକ୍ସିକ୍ଲୋରୋକ୍ବିନ ବା ଆଣ୍ଟି ମ୍ୟାଲେରିଆ ଔଷଧ କୋଭିଡ ଆକ୍ରାନ୍ତଙ୍କ ଠାରେ କୌଣସି ପ୍ରଭାବ ନ ଦେଖାଇବାରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏଫଡିଏର ଏହି ପଦକ୍ଷେପ ନୂତନ ଅଧ୍ୟୟନକୁ ଆଧାରିତ କରି ନିଆଯାଇଛି । ହାଇଡ୍ରୋକ୍ସି-କ୍ଲୋରକୁଇନକୁ ନେଇ କରାଯାଇଥିବା କ୍ଲିନିକାଲ ଟ୍ରାଏଲ ଟେଷ୍ଟରେ କୌଣସି ଆଶାତୀତ ଫଳାଫଳ ମିଳିପାରି ନାହିଁ । ତେଣୁ ଔଷଧ ଯଦି ଏପରି ବ୍ୟବହାର କରାଯାଏ ତେବେ ଏହା କୌଣସି ବିପଦ ଠାରୁ କମ ନୁହେଁ ।

ବାୟୋମେଟିକାଲ୍ ଆଡଭାନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅଥରିଟି (ବାରଡା) ର ଗ୍ୟାରୀ ଡିସବ୍ରୋଙ୍କୁ ଜୁନ୍ 15 ତାରିଖରେ FDA ମୁଖ୍ୟ ବୌଜ୍ଞାନିକ ଡେନିସ୍ ହିଣ୍ଟନ୍ ଏକ ଚିଠି ଲେଖିଥିଲେ । ସେଥିରେ ସେ କହିଥିଲେ ହାଇଡ୍ରୋକ୍ସିକ୍ଲୋରକୁଇନ(HCQ) ଓ (କ୍ଲିରୋକୁଇନ) ର ଓରାଲ ଫର୍ମୁଲେସନ କୋଭିଡ ଚିକିତ୍ସା ପାଇଁ FDA ଅନୁମତି ଦେଉନାହିଁ ।

ମାର୍ଚ୍ଚ 28 ରେ, ଷ୍ଟ୍ରାଟେଜିକ୍ ନ୍ୟାସନାଲ ଷ୍ଟକପିଲ (SNS) ରୁ ବଣ୍ଟନ ହେବାକୁ ଥିବା କ୍ଲୋରୋକାଇନ୍ ଫସଫେଟ୍ (CQ) ଏବଂ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ସଲଫେଟ୍ (HCQ) ର ଓରାମ ଫର୍ମୁଲେସନ ପାଇଁ FDA ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ (EUA) ଜାରି କରିଥିଲା ​​। ହିଣ୍ଟନ୍ କହିଛନ୍ତି ଯେ FDA ବର୍ତ୍ତମାନ ବିଶ୍ବାସ କରେ ଯେ, CQ ଏବଂ HCQ ପାଇଁ ପ୍ରସ୍ତାବିତ ଡୋଜିଂ ରେଜିମେନ୍ ଆଣ୍ଟିଭାଇରାଲ୍ ପ୍ରଭାବ ସୃଷ୍ଟି କରିବାର ସମ୍ଭାବନା ନାହିଁ ।

ବର୍ତ୍ତମାନ ଆମେରିକୀୟ ଚିକିତ୍ସା ନିର୍ଦ୍ଦେଶାବଳୀରେ କ୍ଲିନିକାଲ୍ ଟ୍ରାଏଲ ପାଇଁ କୋଭିଡ ପରୀକ୍ଷା କିମ୍ବା ଡାକ୍ତରଖାନାରେ ଭର୍ତ୍ତି ଆକ୍ରାନ୍ତଙ୍କ ଠାରେ CQ କିମ୍ବା HCQ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ । NIH ନିର୍ଦ୍ଦେଶାବଳୀ ଏହା ବିରୋଧରେ କ୍ଲିନିକାଲ ପରୀକ୍ଷା କରିବାକୁ ସୁପାରିଶ କରିଛି ବୋଲି ଏଫଡିଏ କହିଛି । ଚିଠିରେ କୁହାଯାଇଛି ଯେ, ପରୀକ୍ଷଣରୁ ଜଣାପଡିଛି ଏହି ଔଷଧ ମୃତ୍ୟୁହାର ତଥା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ଉପରେ HCQର ପ୍ରଭାବ କୌଣସି ପ୍ରମାଣ ଦର୍ଶାଇନାହିଁ ।

ହିଣ୍ଟନ୍ କହିଛନ୍ତି ଯେ SNS ରୁ ବଣ୍ଟନ ହୋଇଥିବା HCQ ବର୍ତ୍ତମାନ EUA ଅଧୀନରେ ଡାକ୍ତରଖାନାରେ ଭର୍ତ୍ତି କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଉ ଅନୁମତିପ୍ରାପ୍ତ ନୁହେଁ । ଆନ୍ତଃ ବାଣିଜ୍ୟରେ FDA ଅନୁମୋଦିତ HCQ ବଣ୍ଟନ କରାଯାଇପାରିବ । ହାଇଡ୍ରୋକ୍ସିକ୍ଲୋରୋକୁଇନ ହେଉଛି ସର୍ବ ପୁରାତନ ତଥା ଜଣାଶୁଣା ମ୍ୟାଲେରିଆ ବିରୋଧୀ ଔଷଧ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କୋଭିଡ ବିରୋଧରେ ଲଢେଇରେ ହାଇଡ୍ରୋକ୍ସିକ୍ଲୋରୋକ୍ଇନ୍କୁ ଏକ “ଗେମ୍ ଚେଞ୍ଜର” ଔଷଧ ବୋଲି କହିଥିଲେ।

ଟ୍ରମ୍ପଙ୍କ ଅନୁରୋଧ କ୍ରମେ ଭାରତ ଏପ୍ରିଲରେ ମହାମାରୀର ଶିକାର ହୋଇଥିବା ଆମେରିକାକୁ 50 ନିୟୁତ HCQ ଟାବଲେଟ୍ ରପ୍ତାନି କରିବାକୁ ଅନୁମତି ଦେଇଥିଲା। ମାରାତ୍ମକ କୋରୋନା ଭାଇରସକୁ ରୋକିବା ପାଇଁ ପ୍ରତିଦିନ ଏହି ମ୍ୟାଲେରିଆ ଔଷଧ ନେଉଥିବା ଟ୍ରମ୍ପ ନେଉଥିବା ପ୍ରକାଶ କରିଥିଲେ।

ABOUT THE AUTHOR

...view details