ନୂଆଦିଲ୍ଲୀ: ଆମେରିକାର ଏକ ଫାର୍ମା କମ୍ପାନୀ ଆଡଭାନ୍ସଡ ପେନେଟ୍ରେସନ ଟେକ୍ନୋଲୋଜି ଏଲଏଲସି ସଫଳତାର ସହ ଏକ ଔଷଧ ପ୍ରସ୍ତୁତ କରିଛନ୍ତି, ଯିଏକି କୋରୋନା ବିରୁଦ୍ଧରେ ପ୍ରତିରକ୍ଷା ପାଇଁ ପ୍ରଥମ ଧାଡି ଭାବରେ ପରୀକ୍ଷଣ କରିଛି । ଇଏ ହେଉଛି ସେହି ଭୂତାଣୁ, ଯିଏ ଏପର୍ଯ୍ୟନ୍ତ ବିଶ୍ୱରେ ଆଠ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଛି । ଗଣ ମାଧ୍ୟମର ଖବର ଅନୁସାରେ ଏହି ଔଷଧକୁ ଆମେରିକାର ଫୁଡ ଏବଂ ଡ୍ରଗ୍ସ ଆଡମିନଷ୍ଟ୍ରେସନ ଅନୁମତି ଦେଇ ସାରିଛି । ଏବେ ଏହାକୁ ‘ନନ ପ୍ରେସକ୍ରିପ୍ସନ ଓଭର ଦ କାଉଣ୍ଟର’ ବା (OTC) ଭାବରେ ବିକ୍ରି କରାଯାଉଛି । ଏହି ଔଷଧ କୋରୋନା ଭାଇରସ ସହିତ ଅନ୍ୟ ଭାଇରାଲ ସଂକ୍ରମଣକୁ ମଧ୍ୟ ଭଲ କରି ଦେଉଛି ବୋଲି ଏହି ପ୍ରକଳ୍ପ ସହ ଜଡିତ ବୈଜ୍ଞାନିକମାନେ କହିଛନ୍ତି ।
କୋରୋନାକୁ ମାରିବା ପାଇଁ ଆମେରିକା ଆଣିଲା ଓଟିସି ଅଏଣ୍ଟମେଣ୍ଟ
ଆମେରିକାର ଏକ ଫାର୍ମା କମ୍ପାନୀ ଆଡଭାନ୍ସଡ ପେନେଟ୍ରେସନ ଟେକ୍ନୋଲୋଜି ଏଲଏଲସି ସଫଳତାର ସହ ଏକ ଔଷଧ ପ୍ରସ୍ତୁତ କରିଛନ୍ତି, ଯାହାକୁ ନାକରେ ଲଗାଇବା ଦ୍ୱାରା ୩୦ ସେକେଣ୍ଡ ମଧ୍ୟରେ କୋରୋନା ଭୂତାଣୁ ନିହତ ହେଉଛି । ଏବେ ଏହାକୁ ‘ନନ ପ୍ରେସକ୍ରିପ୍ସନ ଓଭର ଦ କାଉଣ୍ଟର’ ଭାବରେ ବିକ୍ରି କରାଯାଉଛି । ଅଧିକ ପଢନ୍ତୁ...
ଫାର୍ମା କମ୍ପାନୀ ଏକ ବିବୃତ୍ତିରେ କହିଛି ଯେ ଲ୍ୟାବ ରିପୋର୍ଟ ଅନୁଯାୟୀ, ଏହି ଔଷଧକୁ ନାକରେ ଲଗାଇବା ଦ୍ୱାରା ୩୦ ସେକେଣ୍ଡ ମଧ୍ୟରେ କୋରୋନା ଭୂତାଣୁ ନିହତ ହେଉଛି । ଆମେରିକା ବ୍ୟତୀତ ଲଣ୍ଡନ ସ୍ଥିତ ଲ୍ୟାବ ଭାଇରୋଲୋଜି ରିସର୍ଚ୍ଚ ସର୍ଭିସେସ୍ ଲିମିଟେଡ୍ (ଭିଆରଏସଏଲ) ଓଟିସି ଅଏଣ୍ଟମେଣ୍ଟର ପରୀକ୍ଷଣ କରିଛନ୍ତି ଏବଂ କୋରୋନା ଭାଇରସ କିମ୍ବା ଇନଫ୍ଲୁଏଞ୍ଜା ଏ ଭାଇରସକୁ ମାରିବାରେ ଏହା ସକ୍ଷମ ବୋଲି ଦାବି କରିଛନ୍ତି । ଏହାକୁ ଦୁଇ ମାସ ପରୀକ୍ଷଣ କରିବା ପରେ ୟୁଏସଏଫଡିଏରୁ ଅନୁମତି ମିଳିଛି ।
ତେବେ ଏହି ପରୀକ୍ଷା ଦୁଇ ମାସରୁ ଅଧିକ, ଅର୍ଥାତ୍ ମେ ଏବଂ ଜୁନ୍ ମାସରେ କରାଯାଇଥିଲା । ସମସ୍ତ ନିର୍ଦ୍ଦିଷ୍ଟ ଆଣ୍ଟି-ଭାଇରାଲ୍ ଆସେସ୍, ଟ୍ରିପ୍ଲିକେଟ୍ ରେ କରାଯାଇଥିଲା ବୋଲି ଏଥିରେ କୁହାଯାଇଛି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କୋଭିଡ୍ ଉତ୍ସ କେନ୍ଦ୍ର ଅନୁଯାୟୀ ସମୁଦାୟ 22,864,873 ଲୋକ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବ ସ୍ତରରେ କୋରୋନା ଦ୍ବାରା ସଂକ୍ରମିତ ହୋଇଛନ୍ତି ।