ଚେନ୍ନାଇ: ସ୍ଥାନୀୟ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ 3 ଜଣ ଯାତ୍ରୀଙ୍କୁ ଗିରଫ କରିଛି କଷ୍ଟମ ବିଭାଗ । ବେଆଇନ ଭାବେ 2.32 ଲକ୍ଷ ୟୁଏସ ଡଲାର ନେବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯିବା ତାଙ୍କ ପାଖରୁ ଏହି ଟଙ୍କାକୁ ଜବତ କରାଯାଇଛି । ଜବତ ହୋଇଥିବା ଆମେରିକୀୟ ଡଲାରର ମୂଲ୍ୟ ଭାରତୀୟ ମୂଦ୍ରା ଅନୁସାରେ ପ୍ରାୟ 1.64 କୋଟି ଟଙ୍କା ହେବ ।
ଚେନ୍ନାଇ ଏୟାରପୋର୍ଟରୁ ବିଦେଶୀ ମୁଦ୍ରା ଜବତ, 3 ଗିରଫ - 2.32 ଲକ୍ଷ ୟୁଏସ ଡୋଲାର ଜବତ
ବେଆଇନ ଭାବେ 2.32 ଲକ୍ଷ ୟୁଏସ ଡଲାର ନେବା ଅଭିଯୋଗରେ ଚେନ୍ନାଇସ୍ଥିତ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ 3 ଯାତ୍ରୀଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବେଆଇନ ଟଙ୍କା ଚାଲାଣ ହେଉଥିବା ନେଇ କଷ୍ଟମ ବିଭାଗକୁ ଖବର ମିଳିଥିଲା । ଏହା ପରେ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରୁଥିବା ଏହି 3 ଜଣ ଯାତ୍ରୀଙ୍କୁ ସୋମବାର ରାତିରେ ବିଭାଗ ପକ୍ଷରୁ ଅଟକାଇ ରଖାଯାଇଥିଲା । ଯାଞ୍ଚ ଏବଂ ପଚରାଉଚୁରା କରିବା ଦ୍ବାରା ସେହି ଯାତ୍ରୀ କୌଣସି ପ୍ରକାର ଉତ୍ତର ଦେଇ ପାରିନଥିଲେ । ଶେଷରେ ସେମାନଙ୍କ ବ୍ୟାଗ ଯାଞ୍ଚ କରାଯାଇଥିଲା । ଏହି ବ୍ୟାଗରେ ରଖାଯାଇଥିବା ଟଙ୍କା ବ୍ୟାଗର ଏପରି ଅଂଶରେ ଲୁଚାଇ ରଖାଇଯାଇଥିଲା ଯେ, ଯାହାକୁ ସହଜରେ ଖୋଜିବ ହେବା ନାହିଁ ।
କଷ୍ଟମ ବିଭାଗ ଦ୍ବାରା ପଚରାଉଚୁରା କରାଯିବା ପରେ ଜଣାପଡିଥିଲେ, ଏହି 3 ଜଣ ଯାତ୍ରୀଙ୍କୁ ଏୟାରପୋର୍ଟ ବାହାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଉକ୍ତ ବିଦେଶୀ ମୁଦ୍ରା ଦିଆ ଯାଇଥିଲା । ସେମାନେ ଗୋଟିଏ ହିଁ ଗ୍ୟାଙ୍ଗର ବୋଲି ଜଣାପଡିଛି ।