ବୋଷ୍ଟନ: ମଡର୍ଣ୍ଣା ଟିକାକୁ ଝଟକା । ବର୍ତ୍ତମାନ ମଡର୍ଣ୍ଣା ଟିକା ନେଇ ଗୁରୁତର ହୋଇଛନ୍ତି ବୋଷ୍ଟନ୍ ଡାକ୍ତର । ଗୁରୁବାର ଦିନ ‘ମଡର୍ଣ୍ଣା’ର କୋରୋନା ଭାଇରସ ଟିକା ନେବା ପରେ ‘ସେଲଫିସ୍ ଆଲର୍ଜି’ ଥିବା ବୋଷ୍ଟନ୍ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମସ୍’ ରିପୋର୍ଟ କରିଛି ।
ମଡର୍ଣ୍ଣା ଟିକା ନେବା ପରେ ବୋଷ୍ଟନ ଡାକ୍ତରଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା - ମଡର୍ଣ୍ଣା ଟିକାକୁ ଝଟକା
ମଡର୍ଣ୍ଣା ଟିକାକୁ ଝଟକା । ଗୁରୁବାର ଦିନ ‘ମଡର୍ଣ୍ଣା’ର କୋରୋନା ଭାଇରସ ଟିକା ନେବା ପରେ ‘ସେଲଫିସ୍ ଆଲର୍ଜି’ ଥିବା ବୋଷ୍ଟନ୍ର ଜଣେ ଡାକ୍ତରଙ୍କ ଦେହରେ ଭୀଷଣ ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେଇଥିବା କଥା ଶୁକ୍ରବାର ଦିନ ‘ନ୍ୟୁୟର୍କ ଟାଇମସ୍’ ରିପୋର୍ଟ କରିଛି । ଅଧିକ ପଢନ୍ତୁ...

ମଡର୍ଣ୍ଣା ଟିକା ନେବା ପରେ ବୋଷ୍ଟନ ଡାକ୍ତରଙ୍କ ଦେହରେ ପାର୍ଶ୍ବ ପ୍ରତିକ୍ରିୟା
ବୋଷ୍ଟନ୍ ମେଡିକାଲ ସେଣ୍ଟରର ବାର୍ଦ୍ଧକ୍ୟକାଳୀନ କର୍କଟରୋଗ ବିଭାଗର ଶିକ୍ଷାର୍ଥୀ ଥିବା ଡାକ୍ତର ହୋସେନ ସଦରଜାଦେ କହିଛନ୍ତି ଯେ, ଟିକା ନେବା କ୍ଷଣି ହିଁ ସେ ତୀବ୍ର ପାର୍ଶ୍ବପ୍ରତିକ୍ରିୟା ଅନୁଭବ କରିଥିଲେ । ତାଙ୍କ ମୁଣ୍ଡ ବୁଲାଇବା ସହ ହୃଦସ୍ପନ୍ଦନ ବଢ଼ି ଯାଇଥିଲା । ତେବେ ସର୍ବପ୍ରଥମେ ମଡର୍ଣ୍ଣା ଟିକା ନେବା ପରେ ଏହା ହେଉଛି ସର୍ବସାଧାରଣରେ ପ୍ରଥମ ପାର୍ଶ୍ବପ୍ରତିକ୍ରିୟା ।