ଓଡିଶା

odisha

ETV Bharat / bharat

ଆମେରିକାକୁ କୋରୋନା କାଳ, 5 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ - corna update

କୋରୋନା କାଳରେ କାନ୍ଦୁଛି ଆମେରିକା। 5 ମିଲିୟନରେ ପହଁଞ୍ଚିବ ସଂକ୍ରମଣ ମାମଲା। ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦେଶର ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଅଧିକ ଖବର ପଢନ୍ତୁ...

ଆମେରିକାକୁ କୋରୋନା କାଳ, 5 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ
ଆମେରିକାକୁ କୋରୋନା କାଳ, 5 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ

By

Published : Aug 9, 2020, 10:59 AM IST

Updated : Aug 9, 2020, 12:19 PM IST

ୱାଶିଂଟନ: ମହାମାରୀ କାଳରେ ଦୁଃଖ ପାଉଛି ଆମେରିକା। ଆରମ୍ଭ ହେବା ଦିନଠୁ ଦେଶରେ ପରିସ୍ଥିତି ଶୋଚନୀୟ ହେବାରେ ଲାଗିଛି। ତେବେ ଦେଶରେ ବର୍ତ୍ତମାନ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ଶୋଚନୀୟ ହୋଇପଡିଥିବା ବେଳେ ବେକାରୀ ସମସ୍ୟା ମଧ୍ୟ ବଢିଚାଲିଛି।

ଦେଶରେ ଶୁକ୍ରବାର 58,173 ମାମଲା ଚିହ୍ନଟ ହୋଇଥିବା ବେଳେ ଯାହା ମାମଲାକୁ 4.9କୁ ପହଁଞ୍ଚାଇଛି। ଏନେଇ ଜହନ ହକପିନ୍ସ ପକ୍ଷରୁ ସୂଚନା ମିଳିଛି। "ଆମେରିକାରେ କୋଭିଡ୍-19ର ପ୍ରଥମ ମାମଲା 198 ଦିନ ପୂର୍ବରୁ ଜାନୁୟାରୀ 22 , 2020 ରେ ରିପୋର୍ଟ କରାଯାଇଥିଲା। ଗତକାଲି ଦେଶରେ 58,173 ନୂତନ ନିଶ୍ଚିତ ମାମଲା ଏବଂ 1,243 ମୃତ୍ୟୁ ଖବର ପ୍ରକାଶ ପାଇଛି।"

ଆଗାମୀ ଦିନରେ ଦେଶ ନିୟୁତ ସୀମା ଅତିକ୍ରମ କରିବ ବୋଲି ଆଶା କରାଯାଉଛି। କୋରୋନାଭାଇରସ୍ ମାମଲା ଏବଂ ମୃତ୍ୟୁ ସଂଖ୍ୟା 161,300 ରୁ ଅଧିକ ହୋଇ ଏହା ବିଶ୍ବକୁ ଆଗେଇ ନେଇଛି । ମୋଟ ଉପରେ, ବିଶ୍ବ ସ୍ତରରେ 19.4 ନିୟୁତ ମାମଲା ପ୍ରମାଣିତ ହୋଇଛି ଏବଂ ପ୍ରାୟ 721,800 ଲୋକ ଭୂତାଣୁ ପାଇଁ ପ୍ରାଣ ହରାଇଛନ୍ତି।

Last Updated : Aug 9, 2020, 12:19 PM IST

ABOUT THE AUTHOR

...view details