ଓଡିଶା

odisha

ETV Bharat / bharat

ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲା ଆମେରିକା

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମା ସୋମବାର ୮୫ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ଦଲାଇଲାମାଙ୍କୁ ଶୁଭେଚ୍ଛା ଜଣାଇଛି ଆମେରିକା ।

ଦଲାଇଲାମା
ଦଲାଇଲାମା

By

Published : Jul 6, 2020, 1:45 PM IST

ୱାଶିଂଟନ: ବୌଦ୍ଧ ଧର୍ମଗୁରୁ ଦଲାଇଲାମା ସୋମବାର ୮୫ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ଦଲାଇଲାମାଙ୍କୁ ଶୁଭେଚ୍ଛା ଜଣାଇଛି ଆମେରିକା । ଭାରତରେ ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟର ଆମେରିକା ପକ୍ଷରୁ ଦଲାଇଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରଦୂତ କେନ୍ ଜଷ୍ଟର ଏନେଇ ସୋମବାର ଟ୍ବିଟ କରି କହିଛନ୍ତି, ଆମେରିକା ସରକାର ଏବଂ ଆମେରିକୀୟ ଲୋକଙ୍କ ତରଫରୁ ଆମେ ପବିତ୍ର ଦଲାଇ ଲାମାଙ୍କୁ 85 ତମ ଜନ୍ମଦିନରେ ଅଭିନନ୍ଦନ ଜଣାଉଛୁ। ଆମେରିକୀୟ ଏବଂ ତିବ୍ଦତୀୟମାନେ ବାଣ୍ଟୁଥିବା ମୂଲ୍ୟବୋଧକୁ ଆଗକୁ ନେବା ପାଇଁ ତାଙ୍କ ପବିତ୍ରତା ସହିତ କାର୍ଯ୍ୟ କରିବା ଆମର ସୌଭାଗ୍ୟ ।

ସୂଚନାଯୋଗ୍ୟ, ୧୯୩୫ ଜୁଲାଇ ୬ରେ ଦଲାଇଲାମା ଚୀନର ତାକତ୍‌ସେରଠାରେ ଜନ୍ମଗ୍ରହଣ କରିଥିଲେ। ମାତା ଦିକି ତେସରିଂ ଏବଂ ପିତା ଚୋକେୟଙ୍ଗ୍‌ ତେସରିଂ ତାଙ୍କର ନାମ କରଣ ଲାହାମୋ ଥୋଣ୍ଡୁପ୍‌ ଭାବେ କରିଥିଲେ। ୧୯୫୯ ମାର୍ଚ୍ଚ ୩୦ରେ ସେ ଭାରତକୁ ଶରଣାର୍ଥୀ ଭାବେ ଆସିଥିଲେ। ସେହିବର୍ଷ ଏପ୍ରିଲ୍‌ ୧୮ରେ ସେ ଆସାମର ତେଜ୍‌ପୁରରେ ପହଞ୍ଚିଥିଲେ। ପରେ ହିମାଚଳପ୍ରଦେଶର ଧର୍ମଶାଳାରେ ସେ ୮୦ ହଜାରରୁ ଅଧିକ ତିବ୍ବତ ଶରଣାର୍ଥୀଙ୍କ ସହିତ ବାସ କରିବା ଆରମ୍ଭ କରିଥିଲେ। ଦଲାଇ ଲାମାଙ୍କ ଉଦ୍ୟମରେ ୨ଶହରୁ ଅଧିକ ବୌଦ୍ଧ ସ୍ତୁପର ବିକାଶ ହୋଇପାରିଛି।

ABOUT THE AUTHOR

...view details