ଓଡିଶା

odisha

ETV Bharat / bharat

ଚୀନର 28 ସଂସ୍ଥାକୁ ବ୍ୟାନ କଲା ଆମେରିକା - ସିନଜିଆଙ୍ଗ

ଆମେରିକାର ବାଣିଜ୍ୟ ମନ୍ତ୍ରଣାଳୟ ଅଶାନ୍ତ ଶିନଜିୟାଙ୍ଗ କ୍ଷେତ୍ରରେ ଉଇଘର ମୁସଲମାନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କୁ ଟାର୍ଗେଟ କରିବା ଅଭିଯୋଗରେ ଚୀନର 28ଟି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଆମେରିକୀୟ ବିତ୍ତ ମନ୍ତ୍ରୀ ବିଲ୍ବର ରୋସ ବ୍ୟାନ ସମ୍ପର୍କରେ ସୂଚନା ଦେଇଛନ୍ତି।

ପ୍ରତିକାତ୍ମକ ଫଟୋ

By

Published : Oct 8, 2019, 2:33 PM IST

ଓ୍ବାସିଂଟନ: ଚୀନର 28ଟି ସଂସ୍ଥା ଉପରେ ପ୍ରତିବନ୍ଧକ ଲଗାଇଛି ଆମେରିକା। ତେବେ ଚୀନର ସିନଜିଆଙ୍ଗ ଅଞ୍ଚଳରେ ବସବାସ କରୁଥିବା ମୁସଲମାନ ଏବଂ ଉଇଘର ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଅକଥନୀୟ ଅତ୍ୟାଚାର ପାଇଁ ଆମେରିକା ଉକ୍ତ ସଂସ୍ଥା ଉପରେ ବ୍ୟାନ ଲଗାଇଥିବା ଜଣାପଡ଼ିଛି । ସେମାନଙ୍କୁ ଟାର୍ଗେଟ କରିବା ଏବଂ ବିଭିନ୍ନ ଅନୈତିକ କାର୍ଯ୍ୟରେ ବ୍ୟବହାର କରିବା ଅଭିଯୋଗ ହୋଇଥିଲା।

ଆମେରିକାର ବିତ୍ତ ମନ୍ତ୍ରୀ ବିଲ୍ବର ରୋସ ବ୍ୟାନ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହା ଫଳରେ ଚୀନର ଉକ୍ତ ସଂସ୍ଥା ଆମେରିକାରୁ ଜିନିଷ କିଣିପାରିବେ ନାହିଁ । ରୋସ ଆହୁରି ମଧ୍ୟ କହିଛନ୍ତି, ଚୀନର ମନମୁଖୀ ଶାସନ ଏବଂ ଏଭଳି ଅମାନବୀୟ କାଣ୍ଡ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ।

ଉଇଘର ହେଉଛି ଏକ ସଂଖ୍ୟାଲଘୁ ସମ୍ପ୍ରଦାୟ । ଏହି ସମ୍ପ୍ରଦାୟ ମଧ୍ୟ ଓ ପୂର୍ବ ଏସିଆର କେତେକ ସ୍ଥାନରେ ଦେଖାଯାଇଥାନ୍ତି । ମାତ୍ର ଚୀନର ଅଧିକାଂଶ ସ୍ଥାନରେ ଏହି ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି । ସେଠାକାର କମ୍ୟୁନିଷ୍ଟ ସରକାର ସେମାନଙ୍କୁ ନାଗରିକତା ପ୍ରଦାନ କରିଛନ୍ତି । ଏହି ସମ୍ପ୍ରଦାୟର ଲୋକେ ଦଶମ ଶତାବ୍ଦୀ ବେଳକୁ ଇସଲାମ ଧର୍ମର ବଡ଼ ସମର୍ଥକ ଭାବେ ଉଭା ହୋଇଥିଲେ । ପରେ ଷୋଡ଼ଷ ଶତାବ୍ଦୀ ବେଳକୁ ଏମାନେ ମୁସଲିମ ଧର୍ମଗ୍ରହଣ କରିନେଇଥିବା ଜଣାପଡ଼େ । ଏହାପରେ ଉଇଘର ସମ୍ପ୍ରଦାୟ ସଂସ୍କୃତି ଓ ପରିଚୟ ପାଇଁ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ତେବେ ଗତ ଅଗଷ୍ଟ ମାସରେ ଏ ନେଇ ଏକ ଗୁରୁତ୍ତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଆମେରିକା, ଜାତିସଂଘ ଏବଂ କାନାଡ଼ା ଏହି ପ୍ରସଙ୍ଗ ଉଠାଇଥିଲେ । ଚୀନ ଏବଂ ପାକିସ୍ତାନ ଉକ୍ତ ଧର୍ମର ସ୍ବାଧୀନତା ଉପରେ ବ୍ୟାପକ ଭାବେ ପ୍ରଭାବ ପକାଉଥିବା ଏବଂ ଉକ୍ତ ସମ୍ପ୍ରଦାୟର ଲୋକଙ୍କ ଉପରେ ଦମନ କରୁଥିବା ପ୍ରସଙ୍ଗ ଉଠିଥିଲା । ଭାରତ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ପାକିସ୍ତାନ ବିଳିବିଳାଇଛି । ଏହି ବାହାନାରେ ପାକିସ୍ତାନ ଇସଲାମ ଧର୍ମ, ଭାରତୀୟ ସେନା ଓ କାଶ୍ମୀର ଲୋକଙ୍କୁ ଟାର୍ଗେଟ କରିବା ସହିତ ପଶ୍ଚିମ ରାଷ୍ଟ୍ର ଆଗରେ ମୁସଲିମ ଧର୍ମର ରକ୍ଷା ପାଇଁ କାର୍ଯ୍ୟ କରିବା ବାହାନାରେ ଛଳନା କରୁଥିବାର ଅଭିଯୋଗ ହୋଇଛି । ଏପରିକି ଭାରତକୁ ପରମାଣୁ ଆକ୍ରମଣ କରିବାର ଧମକ ଦେଇଛି ପାକିସ୍ତାନ।

ABOUT THE AUTHOR

...view details