ୱାଶିଂଟନ: ମହାମାରୀ କୋରୋନା ଯୋଗୁଁ ସବୁ ସ୍ଥାନ ଏବେ ଏକ ପ୍ରକାର ଠପ ହୋଇଯାଇଛି । ଏଥିରୁ ରକ୍ଷା ପାଇବା ପାଇଁ ସରକାର ବିଭିନ୍ନ ନିୟମକାନୁନ ଜାରି କରିଛନ୍ତି । ଏହି ସମୟରେ ଆମେରିକା ସମାଧାନ ସ୍ବରୂପ ଏହାର ଚିକିତ୍ସା ପାଇଁ ଭ୍ୟାକ୍ସିନ ବାହାର କରିଥିବା ନେଇ ଦାବି କରିଛି ।
କୋରୋନା ପାଇଁ ଆମେରିକା ଆଣିଲା ଭ୍ୟାକ୍ସିନ - ଆମେରିକା
ଆମେରିକାରେ ମହାମାରୀ କୋରୋନା ପାଇଁ ଦିଆଗଲା ପ୍ରଥମ ଭ୍ୟାକ୍ସିନ । ଏପରି ଦାବି କରିଛି ଆମେରିକା । ଅଧିକ ପଢନ୍ତୁ...
ଏହି ଭ୍ୟାକସିନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ସୋମବାର କରାଯାଇଥିବା ସୂଚନା ଦେଇଛନ୍ତି ଆମେରିକା ସ୍ବାସ୍ଥ୍ୟ ବିଭାଗ । ଏତେ ଶୀଘ୍ର କୌଣସି ରୋଗର ଭ୍ୟାକ୍ସିନ ବାହାରିବା ଇତିହାସରେ ପ୍ରଥମ ଘଟଣା । ଏହାଛଡ଼ା COVID-19ରେ ଆକ୍ରାନ୍ତଙ୍କୁ ଭଲ କରିବା ପାଇଁ ଆଣ୍ଟି ଭାଇରାଲ ଥେରାପି ଓ ଅନ୍ୟ ଚିକିତ୍ସା ବ୍ୟବସ୍ଥାର ମଧ୍ୟ ବିକାଶ କରାଯାଉଛି ।
mRNA-1273 ନାମକ ଭ୍ୟାକ୍ସିନକୁ ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହେଲଥ(NIH)ର ବୈଜ୍ଞାନିକମାନେ ବିକଶିତ କରିଥିବା କୁହାଯାଇଛି । କିନ୍ତୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ଏହି ଭ୍ୟାକ୍ସିନ ଉପଲବ୍ଧ ହେବାକୁ ଆହୁରି ବର୍ଷେରୁ 18 ମାସ ଲାଗିଯିବ ବୋଲି ସୂଚନା ମିଳିଛି । ଏହି ଭ୍ୟାକ୍ସିନ ବର୍ତ୍ତମାନ 18ରୁ 55 ବର୍ଷିୟ ମୋଟ 45 ଜଣଙ୍କୁ ଦିଆଯିବ । ସୋମବାର ଜଣେ କୋରୋନା ଆକ୍ରାନ୍ତଙ୍କୁ ଏହି ଭ୍ୟାକ୍ସିନ ଦିଆଯାଇଥିବା ଜଣାପଡିଛି ।