ୱାଶିଂଟନ: ସୋମବାର ଭାରତ ଉପରେ ଗୁରୁତର ଅଭିଯୋଗ ଆଣି ଭାରତୀୟ ସ୍ବତନ୍ତ୍ର ବିମାନ ଉଡାଣକୁ ବନ୍ଦ କରିଦେଇଛି ଆମେରିକା। ଭାରତ-ଆମେରିକା ବିମାନ ଚୁକ୍ତିନାମା ଅନୁଯାୟୀ ଏକ ଅନୁଚିତ ଏବଂ ଭେଦଭାବ ନୀତି ଆପଣାଇଥିବା ଅଭିଯୋଗ କରିଛି ଆମେରିକା ।
ପରିବହନ ବିଭାଗ ଅଭିଯୋଗ କରିଛି ଯେ, କୋରୋନା ଭାଇରସ କାରଣରୁ ବିମାନ ଉପରେ ରୋକ ଲାଗିବା ସତ୍ତ୍ବେ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ ଏୟାର ଇଣ୍ଡିଆ ସ୍ବତନ୍ତ୍ର ବିମାନ ଚଳାଚଳ କରୁଛି । ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ମଧ୍ୟ ଲୋକଙ୍କୁ ଟିକେଟ ବିକ୍ରି କରୁଛି ।