ବେଜିଂ: ଚୀନରେ କାୟା ବିସ୍ତାର କରିଥିବା କୋରୋନା ଭାଇରସକୁ ନେଇ ଆଲର୍ଟରେ ରହିଛି ଭାରତୀୟ ଦୂତାବାସ । ଚୀନର ହୁଓ୍ବେଇ ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କୁ ସ୍ଥାନାନ୍ତର କରିବା ପାଇଁ ଭାରତୀୟ ଦୂତାବାସ ପ୍ରୟାସ ଜାରି ରଖିଛି । ହୁଓ୍ବେଇରେ ରହୁଥିବା ଛାତ୍ରଛାତ୍ରୀଙ୍କ ସମେତ ଭାରତୀୟ ନାଗରିକଙ୍କ ସମ୍ପର୍କରେ ଥିବା ସୂଚନା ଦେଇଛି ଦୂତାବାସ ।
କୋରୋନା ଆଲର୍ଟ: ଶୀଘ୍ର ଯୋଗାଯୋଗ ପାଇଁ ଅପିଲ କଲା ଭାରତୀୟ ଦୂତାବାସ - କରୋନା ଆଲର୍ଟ
ହୁଓ୍ବେଇରେ ରହୁଥିବା ଭାରତୀୟ ନାଗରିକଙ୍କୁ ଶୀଘ୍ର ସମ୍ପର୍କ କରିବା ପାଇଁ ଅପିଲ କରିଛି ବେଜିଂରେ ଥିବା ଭାରତୀୟ ଦୂତାବାସ । ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପ ଲାଇନ ନମ୍ବର ଜାରି । ଅଧିକ ପଢନ୍ତୁ...
କରୋନା ଆଲର୍ଟ: ଶୀଘ୍ର ଯୋଗାଯୋଗ ପାଇଁ ଅପିଲ କଲା ଭାରତୀୟ ଦୂତାବାସ
ଅନ୍ୟପକ୍ଷେ ହୁଓ୍ବେଇରେ ରହୁଥିବା ଭାରତୀୟ ନାଗରିକଙ୍କୁ ଶୀଘ୍ର ସମ୍ପର୍କ କରିବା ପାଇଁ ଅପିଲ କରିଛି ବେଜିଂରେ ଥିବା ଭାରତୀୟ ଦୂତାବାସ । ଭାରତୀୟ ନାଗରିକଙ୍କୁ (+8618610952903, +8618612083629, +8618612083617) ମୋବାଇଲ ନମ୍ବର କିମ୍ବା email ID helpdesk.beijing@mea.gov.in ରେ ସମ୍ପର୍କ କରିବାକୁ କୁହାଯାଇଛି । ଚୀନ୍ରେ କୋରୋନା ଭାଇରସ୍ ଜନିତ ମୃତ୍ୟୁସଂଖ୍ୟା 132ରେ ପହଞ୍ଚିଛି। ସେହିପରି ପ୍ରାୟ 600ରୁ ଊର୍ଦ୍ଧ୍ବ ଭାଇରସ୍ ଆକ୍ରାନ୍ତ ଅଛନ୍ତି ।