ନୂଆଦିଲ୍ଲୀ: ଲକଡାଉନ ଯୋଗୁଁ ପାଠପଢାରେ ଅନେକ ବ୍ୟାଘାତ ସୃଷ୍ଟି ହୋଇଛି । ପରୀକ୍ଷା ଠୁ ଆରମ୍ଭ କରି ନୂତନ ପାଠ୍ୟକ୍ରମ ସବୁଥିରେ ଚଳିତବର୍ଷ ବ୍ୟତିକ୍ରମ ଦେଖାଦେଇଛି । ତେବେ ମେ 31 ରେ ୟୁପିଏସସି 2020 ପ୍ରିଲିମସ୍ ପରୀକ୍ଷା ହେବାର ଥିଲା । କିନ୍ତୁ ଲକଡାଉନ ଯୋଗୁଁ ଏନେଇ ଜୁନ 5 ରେ ନୂଆ ପରୀକ୍ଷା ସୂଚୀ ଜାରି ହେବ ବୋଲି ୟୁପିଏସସି ପକ୍ଷରୁ କୁହାଯାଇଛି ।
ଜୁନ 5 ରେ ଆସିବ UPSC ପରୀକ୍ଷାର ନୂତନ ସୂଚୀ - UPSC Civil Service
ଲକଡାଉନ ମଧ୍ୟରେ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା ତାରିଖ ନିର୍ଦ୍ଧାରିତ କରିବା ନେଇ ଏକ ବୈଠକ କରିଥିଲା । ତେବେ ଆଗାମୀ ଜୁନ 5 ରେ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ୟୁପିଏସସି ପରୀକ୍ଷା ସମ୍ବନ୍ଧରେ ସମସ୍ତ ସୂଚନା ଦିଆଯିବ ବୋଲି ସୂଚନା ଦିଆଯାଇଛି ।
ଲକଡାଉନ ଯୋଗୁଁ ବୁଧବାର କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା ତାରିଖ ବିଷୟରେ ଦିନସାରା କଳ୍ପନା ଜଳ୍ପନା ପରେ ସଂଗଠନ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରକାଶ କରିଛି । ଅନେକ କଟକଣା ଜାରି ହୋଇଥିବା କାରଣରୁ ଆୟୋଗ ପକ୍ଷରୁ ନିଷ୍ପତ୍ତି ନିାଯାଇଛି ଯେ ବର୍ତ୍ତମାନ ସମୟରେ ପରୀକ୍ଷା ଓ ସାକ୍ଷାତକାର ଆରମ୍ଭ କରିବା ସମ୍ଭବପର ନୁହେଁ । ତେଣୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଦ୍ବାରା କଟକଣା କୋହଳକୁ ଦୃଷ୍ଟିରେ ରଖି ଲକଡାଉନ 4 ପରେ ପୁଣି ଥରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।
ଦୁଇ ମାସ ମଧ୍ୟରେ ସ୍ଥଗିତ ଥିବା ପରୀକ୍ଷା ଓ ସାକ୍ଷାତକାର ସମ୍ବନ୍ଧରେ ଜୁନ 5 ରେ ଅନୁଷ୍ଠିତ ହେବାକୁ ଥିବା ପରବର୍ତ୍ତୀ ବୈଠକରେ ପରୀକ୍ଷାର ସଂଶୋଧିତ ସାରଣୀ ଜାରି କରାଯିବ । ୟୁପିଏସସିର ଅଫିସିଆଲ ୱେବସାଇଟରେ ଏନେଇ ସମସ୍ତ ସୂଚନା ଦିଆଯିବ ବୋଲି କୁହାଯାଇଛି ।
TAGGED:
UPSC Civil Service