ଲକ୍ଷ୍ନୌ: ପ୍ରକାଶ ପାଇଛି ଉତ୍ତରପ୍ରଦେଶ ପ୍ରଶାସନିକ ସେବା(ୟୁପିସିପିଏସ)2018ର ଚୂଡାନ୍ତ ପରୀକ୍ଷା ଫଳ । ଏହି ପରୀକ୍ଷା ଫଳର ଟପ୍ 3ରେ ବାଜି ମାରିଛନ୍ତି ଝିଅ । ୟୁପିସିପିଏସର ପ୍ରିଲିମ୍ସ ପରୀକ୍ଷା 28 ଅକ୍ଟୋବର 2018ରେ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷାରେ ମୋଟ 3 ଲକ୍ଷ 98 ହଜାର 630 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ତେବେ 30 ମାର୍ଚ୍ଚ 2019ରେ ପ୍ରକାଶ ପାଇଥିଲା ପ୍ରିଲିମ୍ସ ପରୀକ୍ଷା ଫଳ ।
ପ୍ରକାଶ ପାଇଲା ୟୁପି PCS-2018 ପରୀକ୍ଷା ଫଳ, ଟପ୍ 3ରେ ବାଜି ମାରିଲେ ଝିଅ - ୟୁପିସିପିଏସ ପରୀକ୍ଷା ଫଳ
ଉତ୍ତରପ୍ରଦେଶ ପ୍ରଶାସନିକ ସେବା(ୟୁପିପିସିଏସ)2018ର ଚୂଡାନ୍ତ ପରୀକ୍ଷା ଫଳ । ପରୀକ୍ଷା ଫଳର ଟପ୍ 3ରେ ବାଜି ମାରିଛନ୍ତି ଝିଅ । ଅଧିକ ପଢନ୍ତୁ...
ପ୍ରାକାଶ ପାଇଲା ୟୁପି PCS-2018 ପରୀକ୍ଷା ଫଳ, ଟପ୍ 3ରେ ବାଜି ମାରିଲେ ଝିଅ
ପ୍ରିଲିମ୍ସ ପରୀକ୍ଷା ଫଳରେ 998 ପଦ ପାଇଁ ମୋଟ 19096 ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିଲେ । ତେବେ ଏମାନଙ୍କ ମଧ୍ୟରୁ 16738 ଜଣ ମେନ୍ସ ପରୀକ୍ଷା ଦେଇଥିଲେ । ତେବେ ଅନ୍ୟପକ୍ଷେ ମେନ୍ସରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ 2 ହଜାର 696 ଜଣଙ୍କ ନାଁ ଇଣ୍ଟରଭ୍ୟୁ ପାଇଁ ଘୋଷଣା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ