ଓଡିଶା

odisha

ETV Bharat / bharat

ସେୟାରରେ କୋଟି କୋଟି ଟଙ୍କା ନିବେଶ କରିଛନ୍ତି ସୋନିଆ

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷାଙ୍କ ପାଖରେ ୨.୪ କୋଟି ଟଙ୍କାର ସେୟାର ରହିଛି । ସମ୍ପତ୍ତି କଥା କହିଲେ, ତାଙ୍କ ପାଖରେ ୬୦ ଲକ୍ଷ ଟଙ୍କାର ଗହଣା ରହିଛି । ଏହାସହ ଇଟାଲୀରେ ତାଙ୍କ ନାଁରେ ୭.୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ରହିଛି, ଯାହା ତାଙ୍କୁ ତାଙ୍କ ପରିବାର ଠାରୁ ମିଳିଥିଲା ।

By

Published : Apr 11, 2019, 11:15 PM IST

ଫଟୋ ସୌଜନ୍ୟ: @congress

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ରାଏବରେଲୀରୁ ଭରିଛନ୍ତି ନାମାଙ୍କନ । ଏହି ନାମାଙ୍କନ ବେଳେ ନିଜ ବ୍ୟକ୍ତିଗତ ସମ୍ପତ୍ତିର ସଂପୂର୍ଣ୍ଣ ବିବରଣୀ ଦେଇଥିଲେ ସେ । ସେୟାରରେ ବହୁତ ନିବେଶ କରିବା କଥା ନିଜ ହଲଫନାମାରେ ଉଲ୍ଲେଖ କରିଛନ୍ତି ସେ ।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷାଙ୍କ ପାଖରେ ୨.୪ କୋଟି ଟଙ୍କାର ସେୟାର ରହିଛି । ସମ୍ପତ୍ତି କଥା କହିଲେ, ତାଙ୍କ ପାଖରେ ୬୦ ଲକ୍ଷ ଟଙ୍କାର ଗହଣା ରହିଛି । ଏହାସହ ଇଟାଲୀରେ ତାଙ୍କ ନାଁରେ ୭.୫ କୋଟି ଟଙ୍କାର ସମ୍ପତ୍ତି ମଧ୍ୟ ରହିଛି, ଯାହା ତାଙ୍କୁ ତାଙ୍କ ପରିବାର ଠାରୁ ମିଳିଥିଲା । ତାଙ୍କ ପାଖରେ ମାତ୍ର ୬୦ ହଜାରର ନଗଦ ଟଙ୍କା ରହିଛି ।

ସେହିପରି ସେ ବ୍ୟାଙ୍କରେ ୧୬.୫୯ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ(ଏଫଡି) କରି ରଖିଛନ୍ତି । ଏହାଛଡା ସେ ୭୨ ଲକ୍ଷ ଟଙ୍କା ୨୫ ହଜାର ୪୧୪ ଟଙ୍କାର ପୋଷ୍ଟାଲ ସର୍ଭିସିଂ, ବୀମା ପଲିସି ଓ ନ୍ୟାଶନାଲ ସର୍ଭିସିଂ ସ୍କିମ(ଏନଏସଏସ)ରେ ନିବେଶ କରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ଡେରାମଣ୍ଡି ଗାଁରେ ସାତ କୋଟି ୨୯ ଲକ୍ଷ ୬୧ ହଜାର ୭୯୩ କୋଟି ଟଙ୍କାର ନିଜସ୍ବ କୃଷି ସମ୍ବନ୍ଧୀୟ ଜମି ରହିଛି । ସେ ନିଜ ପୁଅ ରାହୁଲ ଗାନ୍ଧୀଙ୍କ ଠାରୁ ୫ ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇ ରଖିଛନ୍ତି ବୋଲି ନିଜ ହଲଫନାମାରେ ଉଲ୍ଲେଖ କରିଛନ୍ତି ।

ABOUT THE AUTHOR

...view details