ଚେନ୍ନାଇ: କୋଭିଡ-19 ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କୁ ମିଳିବ ସମ୍ମାନଜନକ ସମାଧି । ଶବଦାହ ପାଇଁ ତାମିଲନାଡୁ ସରକାର ଆଣିଛନ୍ତି ଏକ ନୂତନ ନିୟମ । କୋରୋନା ପୀଡିତଙ୍କ ଅନ୍ତିମ ସଂସ୍କାରକୁ ରୋକିବାକୁ ଚେଷ୍ଟା କରନ୍ତି କିମ୍ବା ଯେଉଁମାନେ ଏଭଳି କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତି ସେମାନେ ବର୍ଷେରୁ 3 ବର୍ଷ ଜେଲଦଣ୍ଡ ମିଳିବ ।
କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର ରୋକିଲେ ହେବ 3 ବର୍ଷ ଜେଲ
କୋରୋନା ଶବଦାହ ରୋକିଲେ ହେବ 3 ବର୍ଷ ଜେଲ । ମାଡ୍ରାସ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖିଥିଲେ। ଅଧିକ ପଢନ୍ତୁ..
ମାଡ୍ରାସ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖିଥିଲେ। ଗତ ସପ୍ତାହରେ ଚେନ୍ନାଇର ଏକ ଶ୍ମଶାନରେ କୋରୋନା ଆକ୍ରାନ୍ତଙ୍କ ମୃତଦେହ ସଂସ୍କାର ସମୟରେ ଆମ୍ବୁଲାନ୍ସ ଉପରେ ଆକ୍ରମଣ ହୋଇଥିଲା । ସ୍ଥାନୀୟ ଲୋକେ ଇଟା,ପଥର ମାଡ କରିଥିଲେ । ଅନ୍ତିମ ସଂସ୍କାର ପାଇଁ ସମ୍ପୂର୍ଣ୍ଣ ବାରଣ କରିଥିଲେ । ଏଥିରେ କିଛି ଅଧିକାରୀ ଏବଂ ସ୍ବାସ୍ଥ୍ୟକର୍ମୀ ଆହତ ହୋଇଥିଲେ ।
ତାମିଲନାଡୁ ଏପର୍ଯ୍ୟନ୍ତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1,821 ରହିଛି । ଯେଉଁଥିରେ ପ୍ରାୟ ଅଧା ମାମଲା ପାଞ୍ଚଟି ସହର - ଚେନ୍ନାଇ, କୋଏମ୍ବାଟୁର, ମଦୁରାଇ, ତିରୁପୁର ଏବଂ ସାଲେମରୁ ଆସିଛି। ଏହି ସହରଗୁଡିକରେ ସମ୍ପୂର୍ଣ୍ଣ କଟକଣା ଜାରି ରହିଛି ।