ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ 69 ହଜାର ଶିକ୍ଷକ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ପ୍ରିୟଙ୍କା ଗାନ୍ଧୀ ଏହାକୁ ମଧ୍ୟପ୍ରଦେଶର 2013 ‘ବ୍ୟାପମ ଦୁର୍ନୀତି’ ସହିତ ତୁଳନା କରିଛନ୍ତି । ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଏହି ମାମଲାରେ ନ୍ୟାୟ ନ ମିଳେ ତେବେ କଂଗ୍ରେସ ଆନ୍ଦୋଳନ କରିବ।
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ଉତ୍ତର ପ୍ରଦେଶର 69000 ଶିକ୍ଷକ ନିଯୁକ୍ତି ସ୍କାମ ହେଉଛି ମଧ୍ୟପ୍ରଦେଶର ‘ବ୍ୟାପମ ଦୁର୍ନୀତି’ । ତେବେ ଏହି କ୍ଷେତ୍ରରେ ବିଶୃଙ୍ଖଳା ସାଧାରଣ ନୁହେଁ। ଡାଏରୀରେ ଛାତ୍ରଛାତ୍ରୀଙ୍କ ନାମ, ଟଙ୍କା କାରବାର, ପରୀକ୍ଷା କେନ୍ଦ୍ରର ଅନିୟମିତତା ଦର୍ଶାଏ ଯେ ଏହି ସ୍କାମର ଚେର ବହୁତ ଦୂର ଯାଏଁ ବ୍ୟାପିଛି ’। ପ୍ରକାଶଥାଉକି, ଆହ୍ର ପତି ଆଲୋକ ମାଥୁରଙ୍କ ଖଣ୍ଡପୀଠ ଶିକ୍ଷକ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖିଥିଲେ ଓ ୟୁଜିସି ଦ୍ବାରା ନୂତନ ଯାଞ୍ଚ ଆବଶ୍ୟକ ବୋଲି କହିଥିଲେ ।