ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶ କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀ କୋରୋନା ପଜିଟିଭ - ଉତ୍ତର ପ୍ରଦେଶ କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀ କୋରୋନା ପଜିଟିଭ

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଥବା ଜଣାପଡିଛି ।

UP Sports minister Upendra tiwari tests positive for COVID-19
ଉତ୍ତର ପ୍ରଦେଶ କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀ କୋରୋନା ପଜିଟିଭ

By

Published : Jul 12, 2020, 4:18 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଆଉ ଜଣେ ମନ୍ତ୍ରୀ କୋରୋନା ସଂକ୍ରମଣର ଶିକାର ହୋଇଛନ୍ତି । କ୍ରୀଡାମନ୍ତ୍ରୀ ଉପେନ୍ଦ୍ର ତିୱାରୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଥବା ଜଣାପଡିଛି । ଏହାପରେ ତାଙ୍କର ପରିବାର ଲୋକଙ୍କ ପରୀକ୍ଷା ହେବ ବୋଲି ମଧ୍ୟ ସୂଚନା ରହିଛି ।

ଏହା ପୂର୍ବରୁ ଏକାଧିକ ମନ୍ତ୍ରୀ କୋରୋନା ସଂକ୍ରମିତ ହୋଇଛନ୍ତି । ଶନିବାର ପୂର୍ବତନ କ୍ରିକେଟର ତଥା ପୂର୍ବତନ ହୋମ ଗାର୍ଡ ମନ୍ତ୍ରୀ ଚେତନ ଚୌହାନ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ସଞ୍ଜୟ ଗାନ୍ଧି PGI ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ୟୁପି ସରକାରର ମନ୍ତ୍ରୀ ମୋତି ସିଂହ ଓ ଧର୍ମ ସିଂହ ମଧ୍ୟ ପୂର୍ବରୁ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିସହିତ ସମାଜବାଦୀ ପାର୍ଟିର ପୂର୍ବତନ ସାଂସଦ ଧର୍ମେନ୍ଦ୍ର ଯାଦବ, ବିଧାନମଣ୍ଡଳ ଦଳର ନେତା ରାମ ଗୋବିନ୍ଦ ଚୌଧୁରୀ, ଏମଏଲସି ସୁନୀଲ ସିଂହ ସାଜନ କୋରୋନା ସଂକ୍ରମିତ ହୋଇଛନ୍ତି ।

ରବିବାର ରାଜଧାନୀ ଲକ୍ଷ୍ନୌରେ 50 ନୂଆ କୋରୋନା ସଂକ୍ରମଣ କେସ୍ ସାମ୍ନାକୁ ଆସିଛି । ସଂକ୍ରମଣର ସଂଖ୍ୟା ଦିନକୁ ଦିନ ବେକାବୁ ହେଉଥିବାରୁ ଯୋଗୀ ସରକାର ରାଜ୍ୟରେ ପୁନଃ ଲକଡାଉନ ଘୋଷଣା କରିଥିଲେ । ଗତ ଶୁକ୍ରବାର ରାତି 10ରୁ ଲାଗୁ ହୋଇଥିବା ଲକଡାଉନ, 13 ଜୁଲାଇ ସକାଳ 5ଟା ପର୍ଯ୍ୟନ୍ତ ବଳବତ୍ତର ରହିବ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁୟାୟୀ ରବିବାର (ଜୁଲାଇ12) ଦିନ8ଟା ସୁଦ୍ଧା ଉତ୍ତର ପ୍ରଦେଶରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 35,092ରେ ପହଞ୍ଚିଛି । ମୃତ୍ୟୁ ସଂଖ୍ୟା 913ରେ ପହଞ୍ଚିଛି । 22,689 ଜଣ ସୁସ୍ଥ ହୋଇଥିବାବେଳେ, 11,490 ଆକ୍ଟିଭ କୋରୋନା ଭାଇରସ କେସ୍ ରହିଛି ।

ABOUT THE AUTHOR

...view details