ଲକ୍ଷ୍ନୌ: କୋରୋନା ଭାଇରସ ଯୋଗୁଁ ସାରା ଦେଶ ଏବେ ଲକଡାଉନ । ଏପରି ସ୍ଥିତିରେ କିଛି ଅସାମାଜିକ ବ୍ୟକ୍ତି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଛନ୍ତି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ଲଳିତପୁର ଜିଲ୍ଲାରେ । ଲଳିତପୁର ଥାନା ଅଧିନରେ ଥିବା ଏକ ଗାଁରେ ନାବାଳିକା ଜଣକ ଦୋକାନକୁ ସଉଦା କିଣିବାକୁ ଗଲା ବେଳେ ତିନିଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ଲଲିତପୁର ପୋଲିସ ଅଧୀକ୍ଷକ କ୍ୟାପ୍ଟେନ ଏମଏମ ବାଗେ କହିଛନ୍ତି, ଶୁକ୍ରବାର ଅପରାହ୍ଣ ପ୍ରାୟ 2.30 ସମୟରେ ଜାଖାଲୁନ୍ ଥାନା ଅନ୍ତର୍ଗତ ଏକ ଗାଁରେ ଏହି ଘଟଣା ଘଟିଛି । ଘରର ରାସନ ସରିଯିବାରୁ ଏହି 16 ବର୍ଷୀୟ ନାବାଳିକା ଜଣକ ରାସନ କିଣିବାକୁ ଗାଁରେ ଥିବା ଏକ ଦୋକାନକୁ ଯାଇଥିଲେ । ତେବେ ସେଠାରେ ଥିବା ତିନି ଯୁବକ ତାଙ୍କୁ ଦୋକାନ ଭିତରେ ଅଟକ ରଖି ଗଣଦୁଷ୍କର୍ମ କରିଥିଲେ । ସେହି ସମୟରେ ଅନ୍ୟ ଦୁଇ ଯୁବକ ଦୋକାନର ବାହାରପଟୁ ତାଲା ପକାଇ ବାହାରେ ଜଗି ରହିଥିଲେ ।