ଲକ୍ଷ୍ନୌ: ନିକଟରେ ମୁମ୍ବାଇର ଏକ ହସ୍ପିଟାଲରେ ମୃତଦେହ ନିକଟରେ କୋରୋନା ଆକ୍ରାନ୍ତ ଚିକିତ୍ସା ହେଉଥିବା ଭିଡିଓ ଖୁବ ଚର୍ଚ୍ଚାର ପରିସରକୁ ଆସିଥିଲା । ବର୍ତ୍ତମାନ ଉତ୍ତରପ୍ରଦେଶରୁ ଆସିଛି ଏକ ଅଜବ ଖବର । ପଲିଥିନରେ ଗୁଡା ହୋଇଥିବା କିଛି ମୃତଦେହ ସହିତ ଏକ ଖୋଲା ଟ୍ରକରେ ଝାଡଖଣ୍ଡ ଯାତ୍ରା କରୁଛନ୍ତି ଆହତ ପ୍ରବାସୀ ଶ୍ରମିକ । ଏଭଳି ଦୃଶ୍ୟ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କ୍ରୋଧ ପ୍ରକାଶ କରିଛନ୍ତି । ଏହା ଏକ ଅମାନବୀୟ କାର୍ଯ୍ୟ ବୋଲି କହିଛନ୍ତି ସେ।
ମୃତଦେହ ସହ ଘରକୁ ଫେରୁଛନ୍ତି ଆହତ ପ୍ରବାସୀ ଶ୍ରମିକ - cooronavirus
ମୃତଦେହ ସହ ଘରକୁ ଫେରୁଛନ୍ତି ଆହତ ପ୍ରବାସୀ ଶ୍ରମିକ । ଉତ୍ତରପ୍ରଦେଶରୁ 2ଶହ କିଲୋମିଟରର ଦୂରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଅଧିକ ପଢନ୍ତୁ..
ଶନିବାର ସକାଳେ ଲକ୍ଷ୍ନୌ ଠାରୁ 200 କିଲୋମିଟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହାର ଗୋଟିଏ ଦିନ ପରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏହି ଫଟୋ । ଗୋଟିଏ ଟ୍ରକରେ ଆହତ ଓ ମୃତଦେହମାନଙ୍କୁ ନିଆଯାଉଥିଲା। ତେବେ ଏଭଳି ଘଟଣା ଜାଣିବା ପରେ ଝାଡଖଣ୍ଡ ସିଏମ ଟ୍ବିଟ କରି କହିଛନ୍ତି,"ଆମର ପ୍ରବାସୀ ଶ୍ରମିକଙ୍କ ଏହି ଅମାନୁଷିକ ବ୍ୟବହାରକୁ ଏଡାଇ ପାରିବୁନାହିଁ । ମୁଁ ଉତ୍ତରପ୍ରଦେଶ ସରକାର ଏବଂ ଓ ନିତିଶ କୁମାର ଜୀଙ୍କୁ କୁ ଅନୁରୋଧ କରୁଛି ଯେ ଝାଡଖଣ୍ଡ ସୀମା ପର୍ଯ୍ୟନ୍ତ ମୃତ ଦେହର ଉପଯୁକ୍ତ ପରିବହନ ବ୍ୟବସ୍ଥା କରନ୍ତୁ । ଆମେ ବୋକାରୋରେ ଥିବା ସେମାନଙ୍କ ଘରକୁ ଯଥେଷ୍ଟ ସମ୍ମାନର ବ୍ୟବସ୍ଥା କରିବୁ।"
ଅରାୟାର ଜିଲ୍ଲା ମାଜିଷ୍ଟ୍ରେଟ ଅଭିଷେକ ସିଂ କହିଛନ୍ତି ଯେ ଭାଇରାଲ ହୋଇଥିବା ଫଟୋ ଯାଞ୍ଚ କରାଯିବ। ଅରାୟାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଉତ୍ତରପ୍ରଦେଶରେ ବିରୋଧୀ ଏବଂ ବିଜେପି ସରକାର ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ କରିଥିଲା। କଂଗ୍ରେସ ଶାସିତ ଦୁଇଟି ରାଜ୍ୟରୁ ଏହି ଟ୍ରକଗୁଡିକ ବେଆଇନ ଭାବେ ଚାଲୁଥିବା ଦର୍ଶାଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣା ପାଇଁ ଦଳକୁ ଦାୟୀ କରିଛନ୍ତି। କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି।