ଓଡିଶା

odisha

ETV Bharat / bharat

ଯୋଗୀ ସରକାରଙ୍କ 31 ହଜାର ଶିକ୍ଷକ ନିଯୁକ୍ତି ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ - ସୁପ୍ରିମକୋର୍ଟ

ଉତ୍ତରପ୍ରଦେଶରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। 69000 ଶିକ୍ଷକ ନିଯୁକ୍ତି ମାମଲାରେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ 31661 ପଦବୀ ପୂରଣ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ଯୋଗୀ ସରକାର
ଯୋଗୀ ସରକାର

By

Published : Sep 22, 2020, 3:24 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ପ୍ରାଥମିକ ଶିକ୍ଷକ ନିଯୁକ୍ତି ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। 69000 ଶିକ୍ଷକ ନିଯୁକ୍ତି ମାମଲାରେ ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ 31661 ପଦବୀ ପୂରଣ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ବିଟିସି ଛାତ୍ରଙ୍କ ଓକିଲ ରିତୁ ରେନୁୱାଲ ସୁପ୍ରିମକୋର୍ଟରେ ଏହି ଆବେଦନ କରିଛନ୍ତି। 31661 ପଦବୀ ନିଯୁକ୍ତି ପାଇଁ ୟୁପି ସରକାରଙ୍କ ବିଜ୍ଞପ୍ତି ଉପରେ ରୋକ୍ ଲଗାଇବାକୁ ଦାବି କରାଯାଇଛି।

ଏହି ଆବେଦନରେ ସୁପ୍ରିମକୋର୍ଟ 69 ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ଏଭଳି ପରିସ୍ଥିତିରେ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ୟୁପି ସରକାରଙ୍କ 31661 ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ବୋଲି ଆବେଦନରେ କୁହାଯାଇଛି । ପ୍ରକାଶଥାଉକି, ସେପ୍ଟେମ୍ବର 19 ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ସପ୍ତାହରେ 31661 ପଦ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ବିଭାଗରେ ଖାଲି ପଦବୀ ସମ୍ପର୍କରେ ସୂଚନା ପାଇବା ପରେ ଶିକ୍ଷକ ନିଯୁକ୍ତି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ବଡ ଘୋଷଣା କରିଥିଲେ।

ଯୋଗୀ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଏକ ସପ୍ତାହରେ 31,661 ସହକାରୀ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାକିରି ସମେତ ଯୁବକମାନଙ୍କୁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ଯୋଗାଇବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ABOUT THE AUTHOR

...view details