ଲକ୍ଷ୍ନୌ: ହାଥରସ ଘଟଣାକୁ ନେଇ ଗୋଟିଏ ପକ୍ଷେ ସାରା ଦେଶରେ ଆକ୍ରୋଶର ମାହୋଲ ରହିଥିବା ବେଳେ ଅନ୍ୟପକ୍ଷେ ହିଂସା ଷଡଯନ୍ତ୍ର ନେଇ ସାମ୍ନାକୁ ଆସିଛି ବଡ ସୂଚନା । କିଛି ସଙ୍ଗଠନ ଉତ୍ତରପ୍ରଦେଶରେ ଶାନ୍ତି ଭାଙ୍ଗିବା ସହ ହିଂସା ସୃଷ୍ଟି ପାଇଁ ଷଡଯନ୍ତ୍ର କରିଥିବା ଖୁଲାସା କରିଛି ପୋଲିସ । ଏହାକୁ ନେଇ ଉତ୍ତରପ୍ରଦେଶ ପୋଲିସ ସୋସିଆଲ ମିଡିଆ ଉପରେ ରଖିଛି ତୀକ୍ଷ୍ଣ ନଜର ।
ଉତ୍ତରପ୍ରଦେଶ ପୋଲିସ 'justiceforhathrasvictime' ନାଁରେ ଏକ ୱେବସାଇଟ ବିଷୟରେ ତଥ୍ୟ ସଂଗ୍ରହ କରିବାରେ ଲାଗିଛି । ପୋଲିସ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ୱେବସାଇଟ ତିଆରି କରି ହିଂସା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ପୋଲିସ ବିଭାଗ ପକ୍ଷରୁ ୱେବସାଇଟ ବିଷୟରେ ସୂଚନା ପାଇବା ପରେ ଏହାକୁ ବନ୍ଦ କରିଦିଆଯାଇଛି ।