ଓଡିଶା

odisha

By

Published : Jul 25, 2020, 12:05 PM IST

ETV Bharat / bharat

ଅପହରଣକାରୀଙ୍କ ଠାରୁ ବ୍ୟବସାୟୀଙ୍କ ପୁଅକୁ ଉଦ୍ଧାର କଲା ୟୁପି ପୋଲିସ

ୟୁପି ପୋଲିସକୁ ସଫଳତା । ଅପହରଣ ହେବାର ଖୁବ କମ ଦିନ ମଧ୍ୟରେ ଅପହରଣକାରୀଙ୍କ ଠାରୁ ନିରାପଦ ସହକାରେ ଉଦ୍ଧାର କଲା ପୋଲିସ । ଅଧିକ ପଢନ୍ତୁ...

ଅପହରଣକାରୀଙ୍କ ଠାରୁ ବ୍ୟବସାୟୀଙ୍କ ପୁଅକୁ ଉଦ୍ଧାର କଲା ୟୁପି ପୋଲିସ
ଅପହରଣକାରୀଙ୍କ ଠାରୁ ବ୍ୟବସାୟୀଙ୍କ ପୁଅକୁ ଉଦ୍ଧାର କଲା ୟୁପି ପୋଲିସ

ଲକ୍ଷ୍ନୌ: ଗୋଣ୍ଡାରୁ ଅପହରଣ ହୋଇଥିବା ଜଣେ ବ୍ୟବସାୟୀଙ୍କ 6 ବର୍ଷର ପୁଅକୁ ସଫଳତାର ସହ ଉଦ୍ଧାର କରିଛି ୟୁପି ପୋଲିସ। ଏହି ଘଟଣାରେ 4 କୋଟି ଟଙ୍କା ମାଗିଥିବା ଏକ ଝିଅକୁ ଗିରଫ କରିଛି ପୋଲିସ । ଏହା ସହିତ ପୁରା ଘଟଣା କ୍ରମରେ 4 ଜଣଙ୍କୁ ଗିରଫ କରାଯାଇଛି । ଅପହରଣ ଘଟଣା ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ୟୁପି ପୋଲିସ ଅତି କୌଶଳତାର ସହ ଏହାକୁ ସମାଧାନ କରିପାରିଛି । ଗିରଫ ପୂର୍ବରୁ ପୋଲିସ ଓ ଅଭିଯୁକ୍ତମାନଙ୍କ ମଧ୍ୟରେ ଗୁଳି ଚାଳନା ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି।

ଗିରଫ ହୋଇଥିବା 4 ଅପରାଧୀ ହେଲେ, ସୁରଜ ପାଣ୍ଡେ ଓ ଛବି ପାଣ୍ଡେ ଏମାନେ ଗୋଣ୍ଡା ଜିଲ୍ଲା ଶାହାପୁର ପୋଲିସ ଷ୍ଟେସନ ପରସପୁରର ବାସିନ୍ଦା ହୋଇଥିବାବେଳେ, ଉମେଶ ଯାଦବ ଯିଏ କର୍ଣ୍ଣଲଗଞ୍ଜ ଜନପଦଗୋଣ୍ଡା ଅଞ୍ଚଳର ଏବଂ ଚତୁର୍ଥ ଅପରାଧୀ ଦୀପୁ କାଶ୍ୟପର ଘର ହେଉଛି କର୍ଣ୍ଣଲଗଞ୍ଜ ସୋନୱାରାରେ । ତେବେ ନିରାପଦର ସହକାରେ ଅପହରଣକାରୀଙ୍କ ଠାରୁ ବ୍ୟବସାୟୀଙ୍କ ପୁଅଙ୍କୁ ଉଦ୍ଧାର କରିଥିବାରୁ ସରକାର ଏସଟିଏଫ ଦଳକୁ 2 ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।

ଏନେଇ ୟୁପି ଏଡିଜି ପ୍ରଶାନ୍ତ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପୋଲିସର ଏନକାଉଣ୍ଟରରେ ଦୁଇ ଅପହରଣକାରୀ ଉମେଶ ଯାଦବ ଏବଂ ଦୀପୁ କାଶ୍ୟପ ଆହତ ହୋଇଛନ୍ତି। ସେମାନଙ୍କ ଗୋଡରେ ଗୁଳି ବାଜିଛି । ସୁରଜ ପାଣ୍ଡେ, ଛବି ପାଣ୍ଡେ ଏବଂ ତାଙ୍କ ଭାଇଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଏକ ଅଲ୍ଟୋ ଗାଡି ଜବତ କରାଯାଇଛି। ଅପରାଧୀଙ୍କ ନିକଟରୁ ପିସ୍ତଲ ଏବଂ ଦୁଇଟି ଛୁରି ମଧ୍ୟ ଜବତ କରାଯାଇଛି। ଆହତ ଅଭିଯୁକ୍ତ ଚିକିତ୍ସିତ ହେଉଛନ୍ତି। ଏହାପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନା ମୁତାବକ, ଗତ କିଛି ଦିନ ପୂର୍ବେ ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ କରାଯାଇଥିଲା। ଅପହରଣକାରୀମାନେ ମାସ୍କ ବଣ୍ଟନ କରିବାର ବାହାନା କରି ବ୍ୟବସାୟୀଙ୍କ ପୁଅକୁ ଅପହରଣ କରି ନେଇଥିଲେ। ଏହାର ପ୍ରତିବଦଳରେ 4 କୋଟି ଟଙ୍କା ମାଗିଥିଲେ । ଏହି ଘଟଣା ପରେ ପୋଲିସ ପ୍ରଶାସନ ଏବଂ ଏସଟିଏଫ ଖୋଜାଖୋଜି ଆରମ୍ଭ କରିଦେଇଥିଲେ।

ABOUT THE AUTHOR

...view details