ଓଡିଶା

odisha

ETV Bharat / bharat

ଜେଏନୟୁ ହିଂସା ପରେ ୟୁପିରେ ହାଇଆଲର୍ଟ ଜାରି - ଜେଏନୟୁ ହିଂସା

ଜେଏନୟୁରେ ହିଂସାକାଣ୍ଡ ଉଗ୍ରରୂପ ନେଉଛି। ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି। ଅଧିକ ଖବର ପଢନ୍ତୁ...

UP on high alert after JNU attack
ଜେଏନୟୁ ହିଂସା ପରେ ୟୁପିରେ ହାଇଆଲର୍ଟ ଜାରି

By

Published : Jan 6, 2020, 11:39 AM IST

ଲକ୍ଷ୍ନୌ: ପୁଣି ଜେଏନୟୁରେ ଜଳିଲା ନିଆଁ। ଯୁବଶକ୍ତିଙ୍କୁ ନେଇ କୁହୁଳୁଥିବା ଏହି ନିଆଁ ଏବେ ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହିଂସା ପରେ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି।

ପୂର୍ବରୁ ମଧ୍ୟ ରାଜ୍ୟରେ ଇରାନିଆନ ମେଜର ଜେନେରାଲ କ୍ବାସମ ସୋଲେମାନିରର ହତ୍ୟା ଓ ପାକିସ୍ଥାନର ଗୁରୁଦ୍ବାରାରେ ହୋଇଥିବା ନାନକାନା ସାହିବର ଆକ୍ରମଣକୁ ନେଇ ଉତ୍ତେଜନା ଜାରିରହିଛି। ଏପଟେ ସିଏଏକୁ ନେଇ ନେଇ ଆରମ୍ଭ ହୋଇଥିବା ପ୍ରତିବାଦ ସମ୍ପୂର୍ଣ୍ଣ ଥମିଯାଇଥିବା ବେଳେ ରାଜ୍ୟର ସମସ୍ତ ପୋଲିସ ଫୋର୍ସକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ଶିକ୍ଷାଅନୁଷ୍ଠାନରେ କଡା ନଜର ରଖିବାକୁ କୁହାଯାଇଛି।

ଜେଏନୟୁ ହିଂସା ପରେ ୟୁପିରେ ହାଇଆଲର୍ଟ ଜାରି

ସେଥିମଧ୍ୟରୁ ଆଲିଗଡ ମୁସଲିମ ବିଶ୍ବବିଦ୍ୟାଳୟକୁ ବନ୍ଦ ରଖାଯିବା ସହ ସୋମବାର ଦିନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କାରଣ ଏହି ସମସ୍ତ ବିଶ୍ବବିଦ୍ୟାଳୟ ଗତ ମାସରେ ଜାମିଆମିଲିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ଏହି ପ୍ରତିବାଦ ଏକ ଆନ୍ଦୋଳନର ରୂପ ନେବା ସହ ଏକ ଅଶାନ୍ତିକର ପରିସ୍ଥିତି ସୃଷ୍ଟି କରୁଛି।

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ରବିବାର ହେଇଥିବା ହିଂସାକୁ ନେଇ ବିବାଦ ଦେଖିବାକୁ ମିଳିଥିଲା। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓ ବାମପନ୍ଥୀ ଛାତ୍ର ସଙ୍ଗଠନ ମଧ୍ୟରେ ହୋଇଥିବା ମାରପିଟରେ ଜେଏନୟୁ ଛାତ୍ର ସଂଘର ଅଧ୍ୟକ୍ଷାଙ୍କ ସମେତ 2 ଅଧ୍ୟାପକ ଓ 18ଜଣ ଛାତ୍ର ଆହତ ହୋଇଛନ୍ତି। ଏପରିକି ଜେଏନୟୁର ଛାତ୍ର ସଙ୍ଗଠନର ସଭାପତି ଆଶିଷ ଘୋଷ ମଧ୍ୟ ଲୁଡା ରଡ ଆକ୍ରମଣରେ ଆଘାତ ପାଇଛନ୍ତି।

ABOUT THE AUTHOR

...view details