ଓଡିଶା

odisha

ETV Bharat / bharat

ଉତ୍ତର ପ୍ରଦେଶ ପଞ୍ଚାୟତିରାଜ ମନ୍ତ୍ରୀ କୋରୋନା ପଜିଟିଭ୍ - ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ

ପୂର୍ବରୁ କିଛି ମନ୍ତ୍ରୀ କୋରୋନା ଚିହ୍ନଟ ହୋଇଥିବା ବେଳେ ଆଜି ଉତ୍ତର ପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ କୋରୋନା ପଜିଟିଭ୍
ଉତ୍ତରପ୍ରଦେଶର ପଞ୍ଚାୟତି ରାଜ ମନ୍ତ୍ରୀ କୋରୋନା ପଜିଟିଭ୍

By

Published : Aug 26, 2020, 4:55 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କୋରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ଆଉ ଏହାର ବିଶେଷ ପ୍ରଭାବ ଉତ୍ତର ପ୍ରଦେଶ ସରକାରର କ୍ୟାବିନେଟ ଉପରେ ଦେଖିବାକୁ ମିଳିଛି । ପୂର୍ବରୁ କିଛି ମନ୍ତ୍ରୀ କୋରୋନା ଚିହ୍ନଟ ହୋଇଥିବା ବେଳେ ଆଜି ପଞ୍ଚାୟତିରାଜ ମନ୍ତ୍ରୀ ଭୂପେନ୍ଦ୍ର ସିଂହ ଚୌଧୁରୀ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

କୋରୋନାର ପ୍ରାରମ୍ଭିକ ଲକ୍ଷଣ ପାଇବା ପରେ ପ୍ରଥମେ ତାଙ୍କର ପରୀକ୍ଷା କରାଯାଇଥିଲା ଏବଂ ପରେ ରିପୋର୍ଟ ପଜିଟିଭ୍ ଆସିଥିଲା । ଡାକ୍ତରଙ୍କ ପରାମର୍ଶରେ ସେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ଅନୁରୋଧ ରହିଛି ଯେ ଯେଉଁମାନେ ଗତ କିଛି ଦିନରୁ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଦୟା କରି ସେମାନେ ନିଜକୁ ଆଇସୋଲେଟ୍ କରି ନିଜ ଟେଷ୍ଟ କରାନ୍ତୁ।

ଏହା ପୂର୍ବରୁ ମଧ୍ୟ ଯୋଗୀ ସରକାରଙ୍କ ଅନେକ ମନ୍ତ୍ରୀ କୋରୋନା ଭାଇରସରେ ସଂକ୍ରମିତ ହୋଇ ସାରିଛନ୍ତି। କିଛି ଦିନ ତଳେ ଉଦୟଭାନ ସିଂହ, ଅତୁଲ ଗର୍ଗ, ବ୍ରଜେଶ ପୋଥକଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଥିଲା। COVID-19 ପାଇଁ ପଜିଟିଭ୍ ପରୀକ୍ଷା କରିବା ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୂର୍ବତନ ଭାରତୀୟ କ୍ରିକେଟର ତଥା ଉତ୍ତରପ୍ରଦେଶ ମନ୍ତ୍ରୀ ଚେତନ ଚୌହାନଙ୍କ ଅଗଷ୍ଟ 16 ରେ ମୃତ୍ୟୁ ହୋଇଛି ।

ABOUT THE AUTHOR

...view details