ଲକ୍ଷ୍ନୌ:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମନରେଗା ଯୋଜନାରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିଛନ୍ତି । ଡିବିଟି ମାଧ୍ୟମରେ 225.39 କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି । ମନରେଗା ଯୋଜନା ଅଧିନରେ ଆସୁଥିବା ଗ୍ରାମ ସେବକମାନଙ୍କର ଭତ୍ତା ମଧ୍ୟ ବୃଦ୍ଧି ହୋଇଛି । ପୂର୍ବରୁ ହିତାଧିକାରୀମାନେ 3,630 ପାଉଥିବା ବେଳେ ବର୍ତ୍ତମାନ 6000 ହଜାର ଟଙ୍କା ପାଉଛନ୍ତି।
MGNREGA ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ୟୁପି ସରକାର - ୟୁିପି ସରକାର
ମନରେଗା ଯୋଜନାରେ ଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କଲେ ୟୁପି ସରକାର । ଅଧିକ ପଢନ୍ତୁ...
ମନରେଗା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କଲେ ୟୁିପି ସରକାର
ସେହିପରି ଯୋଗୀ କହିଛନ୍ତି, ରାଜ୍ୟସରକାର ମନରେଗାରେ 22 ଲକ୍ଷରୁ ଅଧିକ ନିଯୁକ୍ତି ଯୋଗାଉଛନ୍ତି । ଏହି ମାସର ଶେଷ ସୁଧା ଏହି ସଂଖ୍ୟା 50 ଲକ୍ଷକୁ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ସେହିପରି ଏହି ଯୋଜନା ମାଧ୍ୟମରେ ହିତାଧିକାରୀମାନେ ଗ୍ରାମ ଓ ଜିଲ୍ଲାରେ ଅଧିକ ନିଯୁକ୍ତି ସୃଷ୍ଟି କରିବାରେ ସାହାଯ୍ୟ କରିବାକୁ ଓ ଅଭାବୀ ଲୋକଙ୍କୁ ନିଯୁକ୍ତି ପାଇବାକୁ ନିଶ୍ଚିତ କରିବାକୁ ନିବେଦନ କରିଛନ୍ତି ।
ସୌଜନ୍ୟ @ ANI