ଓଡିଶା

odisha

ETV Bharat / bharat

30 ସେପ୍ଟେମ୍ବର ଯାଏଁ ୟୁପିରେ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ - ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ

30 ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ କୌଣସି ସାଂସ୍କୃତିକ ତଥା ଧାର୍ମିକ ସଭା ଆୟୋଜନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କଲେ ଉତ୍ତରପ୍ରଦେଶ ସରକାର । ମୁଖ୍ୟ ଶୋଭାଯାତ୍ରା ଏବଂ ମେଢ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିର୍ଦ୍ଦେଶ ଦେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ କୁମାର ଅୱସ୍ତି । ଅଧିକ ପଢନ୍ତୁ...

30 ସେପ୍ଟେମ୍ବର ଯାଏଁ ୟୁପିରେ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ
30 ସେପ୍ଟେମ୍ବର ଯାଏଁ ୟୁପିରେ ସାଂସ୍କୃତିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ

By

Published : Aug 26, 2020, 11:28 AM IST

ଲକ୍ଷ୍ନୌ: 30 ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟରେ କୌଣସି ସାଂସ୍କୃତିକ ତଥା ଧାର୍ମିକ ସଭା ଆୟୋଜନ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କଲେ ଉତ୍ତରପ୍ରଦେଶ ସରକାର । ସମସ୍ତ ମୁଖ୍ୟ ଶୋଭାଯାତ୍ରା ଏବଂ ମେଢ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ଅବନୀଶ କୁମାର ଅୱସ୍ତି ଏକ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମୂଲ୍ୟରେ ପ୍ରୋଟୋକଲକୁ ପାଳନ କରିବା ଆବଶ୍ୟକ ବୋଲି ଅବନୀଶ ଅୱସ୍ତି କହିଛନ୍ତି ।

ଗୋଟିଏ ସ୍ଥାନରେ ପାଞ୍ଚରୁ ଅଧିକ ବ୍ୟକ୍ତିଙ୍କ ସଭା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆଦେଶ ଅନୁଯାୟୀ, ଏହି ନିଷେଧାଦେଶ ରାଜ୍ୟରେ ଲାଗୁ କରାଯାଇଛି । କାରଣ ସାମାଜିକ ବିରୋଧୀମାନେ ଆଇନ ଶୃଙ୍ଖଳା ତଥା ସାମ୍ପ୍ରଦାୟିକ ସମନ୍ୱୟକୁ ଭଣ୍ଡୁର କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ଲୋକମାନେ ନିଜ ଘରେ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନା କରି ପାରିବେ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି, ଏବଂ ଏଥିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ABOUT THE AUTHOR

...view details