ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟ ପରିଚାଳନା: ସ୍ବତନ୍ତ୍ର ସଚିବ ପଦାଧିକାରୀ ନିଯୁକ୍ତି କରିବେ ୟୁପି ସରକାର - appoint Special Secretary rank officers for health services management

ୟୁପି ସରକାର ସାତୋଟି ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ସଚିବ ପଦାଧିକାରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଧିକାରୀମାନେ ସ୍ୱାସ୍ଥ୍ୟ ସେବାର ଉନ୍ନତ ପରିଚାଳନାରେ ତଥା କୋରୋନା ବିସ୍ତାରକୁ ରୋକିବାରେ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସାହାଯ୍ୟ କରିବେ। ଅଧିକ ପଢନ୍ତୁ...

ସ୍ବାସ୍ଥ୍ୟ ପରିଚାଳନା: ସ୍ବତନ୍ତ୍ର ସଚିବ ପଦାଧିକାରୀ ନିଯୁକ୍ତି କରିବେ ୟୁପି ସରକାର
ସ୍ବାସ୍ଥ୍ୟ ପରିଚାଳନା: ସ୍ବତନ୍ତ୍ର ସଚିବ ପଦାଧିକାରୀ ନିଯୁକ୍ତି କରିବେ ୟୁପି ସରକାର

By

Published : Aug 11, 2020, 5:00 PM IST

ଲକ୍ଷ୍ନୌ: କୋରୋନା ପାଇଁ ଜନଜୀବନ ଏକ ପ୍ରକାର ଠପ୍ ହୋଇଯାଇଛି । ଲକଡାଉନ କାରଣରୁ ଅନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯିବାରୁ ପ୍ରବାସୀମାନେ ଚାକିରୀ ହରାଇ ଏବେ ନିଜ ରାଜ୍ୟକୁ ଫେରୁଛନ୍ତି । ଏଭଳି ସ୍ଥିତିରେ ୟୁପି ସରକାର ସାତୋଟି ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସହାୟତା କରିବା ପାଇଁ ସ୍ୱତନ୍ତ୍ର ସଚିବ ପଦାଧିକାରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଧିକାରୀମାନେ ସ୍ୱାସ୍ଥ୍ୟ ସେବାର ଉନ୍ନତ ପରିଚାଳନାରେ ତଥା କୋରୋନା ବିସ୍ତାରକୁ ରୋକିବାରେ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ସାହାଯ୍ୟ କରିବେ। ଏହା ସହ ସରକାର ମଧ୍ୟ ରାଜ୍ୟରେ କୋଭିଡ୍ ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

ଲକ୍ଷ୍ନୌ, କାନପୁର, ବାରାଣାସୀ, ପ୍ରୟାଗରାଜ, ଗୋରଖପୁର, ବହରାଇଚ ଏବଂ ବରେଲିରେ ସ୍ୱତନ୍ତ୍ର ସଚିବ ପଦବୀ ଅଧିକାରୀଙ୍କୁ ନିଯୁକ୍ତ କରାଯିବ ବୋଲି ଗଣମାଧ୍ୟମ ସୂଚନା ଦେଇଛନ୍ତି । ଏଗୁଡ଼ିକ ହେଉଛି ସେହି ଜିଲ୍ଲା ଯେଉଁଠାରେ କରୋନା ସଂକ୍ରମଣ ମାତ୍ରା ସର୍ବାଧିକ । ରାଜ୍ୟରେ ମୋଟ କୋଭିଡ୍ ରୋଗୀଙ୍କ ପ୍ରାୟ ଅଧା ଏହି ଜିଲ୍ଲାମାନଙ୍କରୁ ଚିହ୍ନଟ ହୋଇଛି । ବିଶେଷକରି ରାଜଧାନୀ ଲକ୍ଷ୍ନୌରେ ସର୍ବାଧିକ । ଲକ୍ଷ୍ନୌରେ କୋରୋନା ପରିସ୍ଥିତିର ମୁକାବିଲା ପାଇଁ SGPGI, ରାମ ମନୋହର ଲୋହିଆ ପ୍ରତିଷ୍ଠାନ ଏବଂ କେଜିଏମୟୁ ପରି ପ୍ରାଥମିକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ରାଜ୍ୟରେ 4,197 ନୂତନ କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ 51 ଜଣ ପ୍ରାଣ ହରାଇଥିଲେ । ବର୍ତ୍ତମାନ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 2120ରେ ପହଞ୍ଚିଛି । ରାଜ୍ୟରେ ମୋଟ ସକ୍ରିୟ ମାମଲା ହେଉଛି 47,878 ଏବଂ 76,724 ଲୋକ ସୁସ୍ଥ ହୋଇଛନ୍ତି । ଲକ୍ଷ୍ନୌରେ ସର୍ବାଧିକ 629 ଟି ମାମଲା, କାନପୁରରେ 269 ଟି ମାମଲା ରହିଛି।

ABOUT THE AUTHOR

...view details