ଲକ୍ଷ୍ମୌ: ସାରା ଦେଶରେ କୋରୋନା ଲଢେଇ ଜାରି ରହିଛି । ଏପରିସ୍ଥଳେ ଅନେକ ସ୍ଥାନରେ କୋରୋନା ଯୋଦ୍ଧା ମାନଙ୍କୁ ଆକ୍ରମଣ, ଅପମାନଜକ ମନ୍ତବ୍ୟ ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସୁଛି । ଡାକ୍ତର, ସ୍ବାସ୍ଥ୍ୟ କର୍ମୀ, ପୋଲିସ୍ କର୍ମଚାରୀ ଏବଂ ଏପରିକି ପରିମଳ କର୍ମଚାରୀଙ୍କୁ ଆକ୍ରମଣ କରାଯାଉଛି । ଏବେ ଏମାନଙ୍କ ଉପରେ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ଉପରେ ଉତ୍ତରପ୍ରଦେଶ ସରକାର କଠୋର ହୋଇଛନ୍ତି । କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ 5 ଲକ୍ଷ ଟଙ୍କା ଜୋରିମାନା ଏବଂ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇଁ ନିଷ୍ପତ୍ତି ନେଇଛନ୍ତି ୟୁପି ସରକାର ।
ଡାକ୍ତର, ପାରାମେଡିକାଲ୍ କର୍ମଚାରୀ, ପୋଲିସ୍ କର୍ମଚାରୀ ଏବଂ ପରିମଳ କାର୍ଯ୍ୟରେ ନିୟୋଜିତ କୋରୋନା ଯୋଦ୍ଧାଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିଙ୍କୁ 5 ଲକ୍ଷ ଟଙ୍କା ଜୋରିମାନା ଏବଂ 7 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ। । ଏହି ପ୍ରସଙ୍ଗରେ ଯୋଗୀ ଆଦିତ୍ୟନାଥ କ୍ୟାବିନେଟ୍ ଦ୍ବାରା ବୁଧବାର ଦିନ ଏକ ଡ୍ରାଫ୍ଟ ଅର୍ଡିନାନ୍ସ ପାରିତ ହୋଇଛି । ମହାମାରୀ ରୋଗ ଆଇନ, 1897 ଅନୁଯାୟୀ ଏହି ଦଣ୍ଡ ବିଧାନ କରାଯାଇଛି ।