ଲକ୍ଷ୍ନୌ: କୋଭିଡ-19 ରେ ପ୍ରଭାବିତ ଲୋକଙ୍କୁ ଆଶ୍ବସ୍ତି ପହଞ୍ଚାଇବା ଲାଗି ଉତ୍ତରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅନ୍ତର୍ଗତ 30,241 ମେଟ୍ରିକ ଟନ ଚାଉଳ ଏବଂ 1,500 ମାଟ୍ରିକ ଟନ ଚଣାଡାଲି ମାଗଣାରେ ଯୋଗାଉଛନ୍ତି । ଗୁରୁବାର ରାଜ୍ୟସରକାର ଏହାର ସୂଚନା ଦେଇଛନ୍ତି ।
15 ଲକ୍ଷ ପରିବାରକୁ 30 ହଜାର ମେଟ୍ରିକ ଟନ ଚାଉଳ ବାଣ୍ଟିଲେ ୟୁପି ସରକାର - up govt provides over 30000 mt rice
ଉତ୍ତରପ୍ରଦେଶ ସରକାର କହିଛନ୍ତି, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) ଅନ୍ତର୍ଗତ ଉତ୍ତରପ୍ରଦେଶର 15 ଲକ୍ଷ ପରିବାରଙ୍କୁ 30,241 ମେଟ୍ରିକ ଟନ ଚାଉଳ ଉପଲବ୍ଧ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ରାଜ୍ୟ ସରକାର କହିଛନ୍ତି, ‘ପିଏମଜିକେଏୱାଇ ଯେଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ 3.07 କୋଟି ପରିବାରର 12.85 କୋଟି ଲୋକଙ୍କୁ 6.42 ଲକ୍ଷ ମେଟ୍ରିକ ଟନ ଚାଉଳ ଏବଂ 30,733 ମାଟ୍ରିକ ଟନ ଚଣାଡାଲି ବିତରଣ କରାଯାଇ ସାରିଛି ।’ ସେପଟେ ରାଜ୍ୟସରକାର ଏକ ଟ୍ବିଟ ଜରିଆରେ କହିଛନ୍ତି, ଦେଶବ୍ୟାପୀ ଲକଡାଉନ ସମୟରେ ଜିଲ୍ଲାଧିକାରୀଙ୍କ ପକ୍ଷରୁ ନିଜ ନିଜ ଜିଲ୍ଲାରେ ଏକ ସର୍ଭେ କରାଯାଉଛି । ଏହି ସର୍ଭେ ଅନୁସାରେ ପ୍ରତ୍ୟେକ ଜିଲ୍ଲାରେ ଫସିରହିଥିବା ଶ୍ରମିକଙ୍କ ପାଇଁ ଅସ୍ଥାୟୀ ରାସନ କାର୍ଡ ତିଆରି କରାଯାଉଛି । ଖୁବଶ୍ରୀଘ୍ର ପରିବାରଙ୍କ ସଦସ୍ୟ ହିସାବରେ ପାଞ୍ଚ କିଲୋ ଚାଉଳ ଏବଂ ଗୋଟେ କିଲୋ ଚଣାଡାଲି ବିତରଣ କରାଯିବ ।
ସୂଚନା ଥାଉକି କୋଭିଡ-19 କୁ ଦୃଷ୍ଟିରେ ରଖି ରାଜ୍ୟରେ 7.88 ଲକ୍ଷ ନୂତନ ରାସନ କାର୍ଡ ତିଆରି କରାଯାଇଛି । ଏହାଦ୍ବାରା ଗରିବ ଶ୍ରେଣୀର ଲୋକ, ଶ୍ରମିକ ଏବଂ ମନରେଗା କର୍ମୀଙ୍କୁ ଏହି ରାସନ ସହଜରେ ମିଳିପାରିବ । ଲକଡାଉନର ଚତୁର୍ଥ ପର୍ଯ୍ୟାୟରେ ବଡ଼ ସଂଖ୍ୟାରେ ପ୍ରବାସୀ ଶ୍ରମିକ ୟୁପି ଫେରୁଛନ୍ତି । ଯୋଗୀ ସରକାର ଏହି ଶ୍ରମିକଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ପ୍ରସ୍ତୁତ ଅଛନ୍ତି । ସେପଟେ କେନ୍ଦ୍ର ସରକାର ମଧ୍ୟ ଏହି ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ରାସନ ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ।