ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର କଂଗ୍ରେସକୁ 500 ବସ ଗାଜିଆବାଦ ଏବଂ 500 ବସ ନୋଏଡାର ଜିଲ୍ଲାଧିକାରୀଙ୍କୁ ପ୍ରଦାନ କରିବାକୁ କହିଛି । ମଙ୍ଗଳବାର ସକାଳେ ଉପମୁଖ୍ୟ ସଚିବ ଗୃହ ଅବନୀଶ ଅବସ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବଙ୍କୁ ଏକ ଚିଠି ପଠାଇଛନ୍ତି । ଏହି ଚିଠିରେ ଲେଖାଯାଇଛି ଯେ, ‘ଆପଣଙ୍କ ଚିଠି ଅନୁସାରେ ଆପଣ ଲକ୍ଷ୍ନୌରେ ବସ ଦେବାରେ ଅସମର୍ଥ ଅଛନ୍ତି ଏବଂ ନୋଏଡା, ଗାଜିଆବାଦ ସୀମାରେ ହିଁ ବସ ଦେବାକୁ ଚାହାଁନ୍ତି ।’
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଏଭଳି ପରିସ୍ଥିତିରେ ଦୟାକରି ମଧ୍ୟାହ୍ନ 12 ଟା ସୁଦ୍ଧା ଜିଲ୍ଲାଅଧିକାରୀ ଗାଜିଆବାଦକୁ 500 ବସ୍ ଯୋଗାଇବାରେ ବ୍ୟବସ୍ଥା କରନ୍ତୁ । ସେହି ଅନୁଯାୟୀ ଜିଲ୍ଲାଧିକାରୀଙ୍କୁ ଗାଜିଆବାଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗାଜିଆବାଦରେ ସମସ୍ତ ବସ୍ ଜିଲ୍ଲା ପ୍ରଶାସନ ଗ୍ରହଣ କରିବ ଏବଂ ବ୍ୟବହାର କରିବ । ଦୟାକରି ଗାଜିଆବାଦର କୌଶମ୍ବୀ ବସ୍ ଏବଂ ସାହିବାବାଦ ବସ୍ ଷ୍ଟାଣ୍ଡରେ ବସ୍ ଯୋଗାଇ ଦିଅନ୍ତୁ । ଅବସ୍ତି ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହି 500 ବସ୍ ବ୍ୟତୀତ ଏକ୍ସପୋ ମାର୍ଟ ନିକଟସ୍ଥ ନୋଏଡାର ଜିଲ୍ଲାଧିକାରୀ ଗୌତମ ବୁଦ୍ଧନଗରରେ ଉପଲବ୍ଧ କରାଯାଉ ।