ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ହାଥରସ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଏହି ଆଫିଡେଭିଟରେ ୟୁପି ସରକାର ବିରୋଧୀଙ୍କୁ ଉପରେ ଅଭିଯୋଗ ଲଗାଇଛନ୍ତି । ବିରୋଧୀ ଜାତିଗତ ଦଙ୍ଗା ବିସ୍ତାର କରୁଥିବା ଅଭିଯୋଗ ହୋଇଛି । ୟୁପି ସରକାର ଆଫିଡେଭିଟରେ ଆଉ ଏକ ବଡ ଦାବି କରିଛନ୍ତି ଯେ ପରିବାରର ଅନୁମୋଦନ ପରେ ମଧ୍ୟରାତ୍ରିରେ ପୀଡିତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ଓ ହିଂସାକୁ ଏଡାଇ ଦିଆଯାଇଛି।
ହାଥରସ ଗଣଦୁଷ୍କର୍ମ: ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କଲେ ୟୁପି ସରକାର - ହାଥରସ ଗଣଦୁଷ୍କର୍ମ
ଉତ୍ତରପ୍ରଦେଶ ସରକାର ହାଥରସ ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ଏହି ଆଫିଡେଭିଟରେ ୟୁପି ସରକାର ବିରୋଧୀଙ୍କୁ ଉପରେ ଅଭିଯୋଗ ଲଗାଇଛନ୍ତି ।
![ହାଥରସ ଗଣଦୁଷ୍କର୍ମ: ସୁପ୍ରିମକୋର୍ଟରେ ଆଫିଡେଭିଟ୍ ଦାଖଲ କଲେ ୟୁପି ସରକାର ହାଥରସ ଗଣଦୁଷ୍କର୍ମ](https://etvbharatimages.akamaized.net/etvbharat/prod-images/768-512-9067636-thumbnail-3x2-hathras.jpg)
ହାଥରସ ଗଣଦୁଷ୍କର୍ମ
ଏହାସହ ଅଯୋଧ୍ୟା-ବାବ୍ରୀ ମାମଲା ପାଇଁ ଜିଲ୍ଲାକୁ ହାଇଆଲର୍ଟରେ ରଖିଥିବା କୁହାଯାଇଛି । କୋରୋନା କାରଣରୁ ଲୋକଙ୍କୁ ଏକାଠି ହେବାକୁ ଅନୁମତି ନଦେବା ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ଆଫିଡେଭିଟରେ ସରକାର କହିଛନ୍ତି ଯେ ସେପ୍ଟେମ୍ବର 14 ରେ ପୋଲିସଠାରୁ ସୂଚନା ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ତୁରନ୍ତ ପଦକ୍ଷେପ ନେଇଥିଲା।
ସରକାର କହିଛନ୍ତି ଯେ ରାଜନୈତିକ ଦଳ, ସୋସିଆଲ ମିଡିଆ, ପ୍ରିଣ୍ଟ ଏବଂ ବୈଦୁତିକ ମିଡିଆ ଏହି ପ୍ରସଙ୍ଗକୁ ବ୍ୟବହାର କରି ଜାତି ଓ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ପାଇଁ ସୁଚିନ୍ତିତ ଉଦ୍ୟମ କରିଛନ୍ତି ।