ଓଡିଶା

odisha

ETV Bharat / bharat

PM SVANidhi ଯୋଜନାରେ ସାମିଲ ପାଇଁ ୟୁପିରେ ହୋଇଛି ସର୍ବାଧିକ ଆବେଦନ - ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । PM SVANidhi ଯୋଜନାକୁ ଅଧିକ ବିସ୍ତାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

By

Published : Oct 20, 2020, 3:08 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ସୋମବାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । PM SVANidhi ଯୋଜନା (Pradhan Mantri Street Vendor’s Atmanirbhar Nidhi Yojana) ଅଧୀନରେ ସର୍ବାଧିକ ହିତାଧିକାରୀଙ୍କୁ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଯୋଜନାର ଅଗ୍ରଗତି ଉପରେ ନିୟମିତ ନଜର ରଖିବାକୁ ସେ ମୁଖ୍ୟ ସଚିବଙ୍କୁ କହିଛନ୍ତି । ଏହି ଯୋଜନା ଅଧିନରେ ସବସିଡିଯୁକ୍ତ ସୁଧ ହାରରେ ରାସ୍ତାକଡର ବିକ୍ରେତାମାନଙ୍କୁ 10,000 ଟଙ୍କା ପର୍ଯ୍ୟନ୍ତ ଅର୍ଥ ପାଇପାରିବେ। ଏପର୍ଯ୍ୟନ୍ତ 5.57 ଲକ୍ଷ ଆବେଦନ ଗ୍ରହଣ କରାଯାଇଛି, ଯାହା ଦେଶରେ ସର୍ବାଧିକ ।

ଏହାସହ ଧାନ କ୍ରୟ ପ୍ରଗତିର ସମୀକ୍ଷା କରି ସେ କହିଛନ୍ତି ଯେ କୃଷକମାନଙ୍କ ପାଇଁ ବିକ୍ରୟ କେନ୍ଦ୍ରରେ ସମସ୍ତ ବ୍ୟବସ୍ଥା କରାଯିବା ଉଚିତ। ଆବଶ୍ୟକତା ଅନୁଯାୟୀ କେନ୍ଦ୍ର ସଂଖ୍ୟା ବୃଦ୍ଧି କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି ଓ କୌଣସି ସର୍ତ୍ତରେ ବି କୃଷକମାନଙ୍କୁ ସେମାନଙ୍କ ଉତ୍ପାଦକୁ ଏମଏସପି ତଳେ ବିକ୍ରୟ କରିବାକୁ ପଡିବ ନାହିଁ।

ABOUT THE AUTHOR

...view details