ଲକ୍ଷ୍ନୌ: ଆରମ୍ଭ ହେଲା ନବରାତ୍ରି । ନବରାତ୍ରିର ପ୍ରଥମ ଦିନରେ ଦେବୀ ପାଟନ ମନ୍ଦିରରେ ପ୍ରାର୍ଥନା କଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି କାନପୁରରେ ଭକ୍ତମାନେ ସହରର ଭୈବ ଲକ୍ଷ୍ମୀ ଏବଂ ଦୁର୍ଗା ମନ୍ଦିରରେ ପ୍ରାର୍ଥନା କରିଥିଲେ। ଏହାସହ ମନ୍ଦିର ପୁନଃ ଖୋଲିବା ନେଇ ସେମସ୍ତେ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।
କୋଭେଡ୍ କଟକଣାକୁ ଦୃଷ୍ଟିରେ ରଖି ମନ୍ଦିରକୁ ନିୟମିତ ପରିମଳ କରାଯାଉଛି ବୋଲି ମନ୍ଦିର ପୁରୋହିତ ମହନ୍ତ ଆନନ୍ଦ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ଭକ୍ତଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଲକ କରିବା ସହ କୌଣସି ଫୁଲ ଫଳ ଇତ୍ୟାଦି ସାମାନଙ୍କଠାରୁ ଗ୍ରହଣ କରାଯାଉନାହିଁ ।