ଓଡିଶା

odisha

By

Published : Jul 8, 2020, 12:31 PM IST

ETV Bharat / bharat

ଶକ୍ତ ହେଲେ ଯୋଗୀ ସରକାର, ମାସ୍କ ନପିନ୍ଧିଲେ ଗଣିବେ 500

ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କ ଠାରୁ 500 ଟଙ୍କା ଜୋରିମାନା ଗଣିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

_yogi govt
ମାସ୍କ ନପିନ୍ଧିଲେ 500 ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏପଟେ ସରକାରଙ୍କ ନିର୍ଦ୍ଦେଶାବଳୀ ସତ୍ତ୍ବେ ଲୋକ ନିୟମକୁ ବେଖାତିର କରୁଛନ୍ତି । ଲୋକଙ୍କ ଏହି ବେଖାତିରକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଫଳରେ ଯେଉଁମାନେ ମାସ୍କ ବ୍ୟବହାର କରୁନାହାଁନ୍ତି ସେମାନଙ୍କ ଠାରୁ 500 ଟଙ୍କା ଜୋରିମାନା ଗଣିବାକୁ ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହାର ବିଜ୍ଞପ୍ତି ଖୁବଶୀଘ୍ର ପ୍ରକାଶ ପାଇବ।

ଗତ ମଙ୍ଗଳବାର ଯୋଗୀ ଆଦିତ୍ୟନାଥ ଅନାବଶ୍ୟକ ଟ୍ରାଫିକ ବନ୍ଦ ଏବଂ ମାସ୍କର ବାଧ୍ୟତାମୂଳକ ବ୍ୟବହାର କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯଦି ସର୍ବସାଧାରଣ ସ୍ଥାନରେ କୌଣସି ବ୍ୟକ୍ତି ବିନା ମାସ୍କରେ ବୁଲୁଥିବା ଦେଖିବାକୁ ମିଳୁଛି ତାଙ୍କଠାରୁ ଅଧିକ ଜୋରିମାନା ଆଦାୟ କରାଯାଇପାରିବ। ସେ ସ୍ବାସ୍ଥ୍ୟ ବିଭାଗକୁ ଏ ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିବାକୁ କହିଛନ୍ତି।

ଏପଟେ ରାଜ୍ୟର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି, ବର୍ତ୍ତମାନ ପ୍ରଥମ ଥର ନିୟମ ଉଲ୍ଲଂଘନ ପାଇଁ 500 ଟଙ୍କା ଜୋରିମାନା ଲାଗୁ କରାଯିବ। ଏହାପରେ ଯେତେଥର ଜଣେ ବ୍ୟକ୍ତି ବିନା ମାସ୍କରେ ବୁଲୁଥିବା ଦେଖିବାକୁ ମିଳିବ ସେତେଥର ସେମାନଙ୍କ ଠାରୁ 500 ଟଙ୍କା ଜୋରିମାନା ନିଆଯିବ । ଲୋକମାନେ ନିୟମକୁ ବେଖାତିର କରୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ପ୍ରସାଦ କହିଛନ୍ତି। ଏହାପୂର୍ବରୁ ମାସ୍କ ନପିନ୍ଧିଲେ 100 ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।

ABOUT THE AUTHOR

...view details