ଲକ୍ଷ୍ନୌ: ଶିକ୍ଷକ ନିୟୁକ୍ତି ଉପରେ ରୋକ ଲଗାଇଲେ କୋର୍ଟ । ବୁଧବାର ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶରେ 69,000 ସହକାରୀ ଶିକ୍ଷା ସହାୟକରେ ପାଇବାକୁ ଥିବା ନିୟୁକ୍ତିକୁ ସ୍ଥଗିତ ରଖିଛନ୍ତି। ଲକ୍ଷ୍ନୌ ଉଚ୍ଚ ନ୍ୟାୟଳୟ ଦ୍ବାରା ଗଠିତ ଖଣ୍ଡପୀଠ ଏନେଇ ଶୁଣାଣିକୁ ଆସନ୍ତା 12 ଜୁଲାଇ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ବିଚାରପତି ଆଲୋକ ମାଥୁର ରିଟ ପିଟିସନ ଆଧାରରେ ଏହି ରାୟ ଶୁଣାଣି କରିଛନ୍ତି ।
ୟୁପି 69 ହଜାର ଆସିଷ୍ଟାଣ୍ଟ ଶିକ୍ଷକ ନିଯୁକ୍ତି: ରୋକ ଲଗାଇଲେ ହାଇକୋର୍ଟ - high court stays appointment of 69,000 basic teachers
ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶରେ 69,000 ସହକାରୀ ଶିକ୍ଷା ସହାୟକରେ ପାଇବାକୁ ଥିବା ନିୟୁକ୍ତି ଉପରେ ସ୍ଥଗିତ ରଖିଛନ୍ତି।
ଆସିଷ୍ଟାଣ୍ଟ ଶିକ୍ଷକ ନିଯୁକ୍ତି ଉପରେ ରୋକ
ତେବେ ଏନେଇ ଯାଚିକାକର୍ତ୍ତାମାନେ ଶିକ୍ଷକ ସହାୟକରେ ପ୍ରକାଶିତ ରେଜଳ୍ଟରେ କିଛି ପ୍ରଶ୍ନର ସତ୍ୟତା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ଏହା ଉପରେ ଶୁଣାଣି କରି କୋର୍ଟ ପକ୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ରୋକ ଲଗାଯାଇଛି । ତେବେ କୋର୍ଟ ପକ୍ଷରୁ ଯାଚିକାକର୍ତ୍ତାଙ୍କୁ ବିବାଦୀୟ ପ୍ରଶ୍ନ ଉପରେ ନିଜ ନିଜ ଆପତ୍ତିକୁ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କ ସମ୍ମୁଖରେ ପ୍ରସ୍ତୁତ କରିବାକୁ କୁହାଯାଇଛି ।