ପ୍ରୟାଗରାଜ: ଆଇପିଏଲ ମ୍ୟାଚ୍ ଫିକ୍ସିଂର ପର୍ଦ୍ଦାଫାସ କଲା ଉତ୍ତରପ୍ରଦେଶ ପୋଲିସ । ଏହି ମାମଲାରେ ସମ୍ପୃକ୍ତ 9 ଜଣଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ମିଳିଥିବା ସୂଚନା ଅନୁସାରେ, ଏକ ଦଳ ଅନଲାଇନ ମ୍ୟାଚ ଫିକ୍ସିଂ ଆଇପିଏଲରେ ଜଡିତ ଅଛନ୍ତି । ଗିରଫ ଅଭିଯୁକ୍ତମାନଙ୍କ ପାଖରୁ 4 ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାସହ 20ଟି ମୋବାଇଲ, ଗୋଟିଏ ଲ୍ୟାପଟପ୍,2ଟି ବାଇକ ଜବତ କରାଯାଇଛି। ଘଟଣା ବିଷୟରେ ଆହ୍ଲାବାଦ୍ ସୁପରିଟେଣ୍ଡେଣ୍ଟ ପୋଲିସ ଅତୁଲ ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।
ଆଇପିଏଲ ମ୍ୟାଚ ଫିକ୍ସିଂ ମାମଲା, 9 ଗିରଫ
ଆଇପିଏଲ ମ୍ୟାଚ୍ ଫିକ୍ସିଂର ପର୍ଦ୍ଦାଫାସ କଲା ଉତ୍ତରପ୍ରଦେଶ ପୋଲିସ । ଏହି ମାମଲାରେ ସମ୍ପୃକ୍ତ 9 ଜଣ ଗିରଫ।
ଫାଇଲ ଫଟୋ
ଗିରଫ ଅଭିଯୁକ୍ତ ମାନେ ହେଲେ ଅଙ୍କିତ ଜୈଶାଲ, ନୀତିନ ସାହୁ, ମୋହନ ସାହୁ, ବିବେକ ସାହୁ, ନବନୀତ ରାୟ, ଶିନ୍ତୁ କେଶରଭାନୀ, ସଚୀନ ଅଗରେରି, କେଶର ସୋନୀ ଓ ଅଙ୍କୁର ଗୁପ୍ତା। ଘଟଣା ବିଷୟରେ ଏକ ମାମଲା ରୁଜୁ ହୋଇ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି ।