ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପୁଣି ଏକ ହୃଦୟଥରା ଘଟଣା । ଲଖୀମପୁର ଖେରି ଅଞ୍ଚଳରେ ନିର୍ଭୟା ଘଟଣାର ପୁନରାବୃଦ୍ଧି । ନୃଶଂସତାର ସବୁ ସୀମା ଟପି ଯାଇଛନ୍ତି ଦୁଷ୍କର୍ମକାରୀ । 13 ବର୍ଷୀୟ ଦଳିତ ନାବାଳିକାକୁ ଦୁଷ୍କର୍ମ ପରେ ଆଖୁ କ୍ଷେତରେ ଫିଙ୍ଗି ଦେଇଛନ୍ତି। ପୀଡିତାର ଆଖି ତାଡି ଦେବା ସହ ଜିଭ ମଧ୍ୟ କାଟି ଦେଇଛନ୍ତି। ଏପରି ଏକ ଜଘନ୍ୟ କାଣ୍ଡରେ ଉତ୍ତରପ୍ରଦେଶ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ।
ସୀମା ଟପିଲା ନୃଶଂସତା, ନାବାଳିକାକୁ ଦୃଷ୍କର୍ମ ପରେ ଆଖି ତାଡି ଜିଭ କାଟି ଦେଲେ ଦୁର୍ବୃତ୍ତ - 13 ବର୍ଷ ନାବାଳିକାକୁ ଦୁଷ୍କର୍ମ
ଉତ୍ତରପ୍ରଦେଶରେ ପୁଣି ଏକ ଦଳିତ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ଅତ୍ୟନ୍ତ ଜଙ୍ଘନ୍ୟ ଓ ନୃଶଂସତା ସହ ଦଳିତ ନାବାଳିକାକୁ ଦୁଷ୍କର୍ମ ପରେ ମାରି ଫିଙ୍ଗି ଚାଲିଗଲେ ଦୁର୍ବୃତ୍ତ ।
![ସୀମା ଟପିଲା ନୃଶଂସତା, ନାବାଳିକାକୁ ଦୃଷ୍କର୍ମ ପରେ ଆଖି ତାଡି ଜିଭ କାଟି ଦେଲେ ଦୁର୍ବୃତ୍ତ ନାବାଳିକାକୁ ଦୁଷ୍କର୍ମ ପରେ ଆଖି ତାଡି, ଜିଭ କାଟି ଫିଙ୍ଗି ଦେଲେ ଦୁର୍ବୃତ୍ତ](https://etvbharatimages.akamaized.net/etvbharat/prod-images/768-512-8438278-745-8438278-1597560463308.jpg)
ଏହି ଘଟଣାଟି ଲକ୍ଷ୍ମୌରୁ 130 କିମି ଦୂର ନେପାଳ ସଂଲଗ୍ନ ଲଖୀମପୁର ଖେରି ଠାରେ ଘଟିଛି । ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଶୁକ୍ରବାର ଠାରୁ ନିଖୋଜ ଥିଲେ । ଘରେ ଲୋକେ ବହୁ ଖୋଜା ଖୋଜି ପରେ ମଧ୍ୟ ଝିଅକୁ ପାଇଥିଲେ । ପରେ ସେମାନେ ଏକ ଆଖୁ ଜମିରୁ ନାବାଳିକାର ମୃତଦେହକୁ ଉଦ୍ଧାର କରିଥିଲେ । ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ଝିଅକୁ ବିଲରୁ ଉଦ୍ଧାର କରିବା ସମୟରେ ତାର ଆଖି ବାହାରି ପଡିଥିଲା ଓ ଜିଭ କାଟି ଫିଙ୍ଗି ଦେଇଥିଲେ ।
ସେପଟେ, ଏହି ଘଟଣାର ତଦନ୍ତ କରୁଥିବା ଲକ୍ଷ୍ମୀପୁରଖେରି ଏସପି ସତେନ୍ଦ୍ର କୁମାର କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟରେ କେବଳ ଦୁଷ୍କର୍ମ ହୋଇଥିବା ଜଣାପଡିଛି । ଏହି ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଦୁଃଖ ପ୍ରକାଶ କରି ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ପୂର୍ବତନ ସିଏମ୍ ଏକ ଟୁଇଟ୍ ଜରିଆରେ କହିଛନ୍ତି ଯେ, ୟୁପି, ଲାଖୀମପୁର ଖେରୀରର ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ନିର୍ଦ୍ଦୟ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ ଏବଂ ଲଜ୍ଜାଜନକ। ଆଜାମଗଡ ସହିତ ଖେରୀର ଅପରାଧୀଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଏସପି ଦାବି କରିଛି ।