ନୂଆଦିଲ୍ଲୀ: ପଦାରେ ପଡିଲା ଚୀନର ଦୋମୁହାଁ ନୀତି । ଆତଙ୍କବାଦକୁ ବିରୋଧ କରୁଥିବା ଚୀନ ପୁଲୱାମା ଘଟଣାରେ ଆତଙ୍କବାଦୀ ସଙ୍ଗଠନକୁ ପରୋକ୍ଷରେ ଦେଲା ସମର୍ଥନ । ଜାତିସଂଘରେ ପୁଲୱାମା ଘଟଣାକୁ ନେଇ ଦିଆଯାଇଥିବା ନିନ୍ଦା ପ୍ରସ୍ତାବରେ ଜୈସର ନାମକୁ ନେଇ ବିରୋଧ କରିଛି ଚୀନ ।
ପୁଲୱାମା ଆତଙ୍କବାଦୀଙ୍କୁ ସମର୍ଥନ ! - china
ଆତଙ୍କବାଦକୁ ବିରୋଧ କରୁଥିବା ଚୀନ ପୁଲୱାମା ଘଟଣାରେ ଆତଙ୍କବାଦୀ ସଙ୍ଗଠନକୁ ପରୋକ୍ଷରେ ଦେଲା ସମର୍ଥନ । ଜାତିସଂଘରେ ପୁଲୱାମା ଘଟଣାକୁ ନେଇ ଦିଆଯାଇଥିବା ନିନ୍ଦା ପ୍ରସ୍ତାବରେ ଜୈସର ନାମକୁ ନେଇ ବିରୋଧ କରିଛି ଚୀନ ।
ପ୍ରତିକାତ୍ମକ ଫଟୋ
ପୁଲୱାମା ଆତଙ୍କୀ ଆକ୍ରମଣରେ ନିଜକୁ ଦାୟୀ କରିଥିବା ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦକୁ ଜାତିସଂଘରେ ନିନ୍ଦା କରାଯିବାକୁ ଚୀନ ବିରୋଧ କରିଛି । ନିନ୍ଦା କରିବା ସହ ନିନ୍ଦା ପ୍ରସ୍ତାବରେ ଥିବା ଜୈସର ନାଁକୁ ବାଦ ଦେବାକୁ ଚୀନ ଜାତିସଂଘରେ କହିଥିବା ସୂଚନା ମିଳିଛି ।
ସୂଚନା ଥାଉକି, ଫେବୃଆରୀ 14 ତାରିଖରେ ଜମ୍ମୁ ଓ କଶ୍ମୀରର ପୁଲୱାମାରେ ଆତ୍ମଘାତୀ ବିସ୍ଫୋରଣ ଘଟି 46 ଜଣ ସିଆରପିଏଫ ଯବାନ ସହୀଦ ହୋଇଥିଲେ । ତେବେ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ଜୈସ-ଇ-ମହମ୍ମଦ ।