ଲକ୍ଷ୍ନୌ: ଶେଷ ହେଲା ଉନ୍ନାଓ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଆସିଲେ ଅନ୍ତିମ ସଂସ୍କାର ହେବନି ବୋଲି ପୀଡିତାଙ୍କ ସାନ ଉଭଣୀ ଅଡି ବସିଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ ଏବଂ ବରିଷ୍ଟ ଅଧିକାରୀଙ୍କ ପକ୍ଷରୁ ଚାକିରି ଏବଂ ସୁରକ୍ଷାର ଆଶ୍ବାସନା ମିଳିବା ପରେ ପୀଡିତାଙ୍କ ମର ଶରୀରକୁ ଗ୍ରାମ ବାହାର ଏକ ଜମିରେ ରିତିନୀତି ଅନୁଯାୟୀ ପୋତି ଦିଆଯାଇଛି । ଏହି ସମୟରେ ୟୁପି ସରକାରର 2 ମନ୍ତ୍ରୀ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଏବଂ କମଲ ରାନୀ ବରୁଣ ଉପସ୍ଥିତ ଥିଲେ ।
ପୈତୃକ ଗାଁରେ ଉନ୍ନାଓ ପୀଡିତାଙ୍କ ଅନ୍ତିମ ସଂସ୍କାର - ମାଟିରେ ମିଶିଲେ ଉନ୍ନାଓ ପୀଡ଼ିତା
ଶେଷ ହେଲା ଉନ୍ନାଓ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର । ଜିଲ୍ଲା ପ୍ରଶାସନ ଏବଂ ବରିଷ୍ଟ ଅଧିକାରୀଙ୍କ ପକ୍ଷରୁ ଚାକିରି ଏବଂ ସୁରକ୍ଷାର ଆଶ୍ବାସନା ମିଳିବା ପରେ ପୀଡିତାଙ୍କ ମର ଶରୀରକୁ ଗ୍ରାମ ବାହାର ଏକ ଜମିରେ ରିତିନୀତି ଅନୁଯାୟୀ ପୋତି ଦିଆଯାଇଛି ।
ଗତ ଶୁକ୍ରବାର ରାତିରେ ହସ୍ପିଟାଲରେ ପ୍ରାଣ ହରାଇଥିଲେ ପୀଡ଼ିତା । ଏହାପରେ ଶନିବାର ସଡ଼କପଥ ମାଧ୍ୟମରେ ଆମ୍ବୁଲାନ୍ସ ଯୋଗେ ପୀଡ଼ିତାଙ୍କ ମର ଶରୀରକୁ ଉନ୍ନାଓ ଅଣାଯାଇଥିଲା । ଆଜି ଶେଷକୃତ୍ୟୁ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଆସିବା ପର୍ଯ୍ୟନ୍ତ ଅନ୍ତିମ ସଂସ୍କାର ହେବନି ବୋଲି ପୀଡିତାଙ୍କ ସାନ ଉଭଣୀ ଦାବି କରିଥିଲେ । ଏହା ସହିତ ତାଙ୍କୁ ସରକାରୀ ଚାକିରି ଯୋଗାଇଦେବାକୁ ପ୍ରତିଶୃତି ଦିଆଯାଉ ବୋଲି ସେ କହିଥିଲେ ।
ତେବେ ପୀଡିତାଙ୍କ ଭଉଣୀଙ୍କୁ ସରକାରୀ ଚାକିରି ଯୋଗାଇବା ସହ ଭାଇଙ୍କୁ ଆତ୍ମରକ୍ଷା ପାଇଁ ଆଇନ ଅନୁଯାୟୀ ଅସ୍ତ୍ରଶସ୍ତ୍ର ରଖିବାକୁ ଅନୁମତି ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଦୁଇଟି ଘର ଯୋଗାଇ ଦିଆଯିବ ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲକ୍ଷ୍ନୌ ପୋଲିସ କମିଶନର ମୁକେଶ ମେଶ୍ରାମ ପ୍ରତିଶୃତି ଦେଇଛନ୍ତି ।