ଓଡିଶା

odisha

ETV Bharat / bharat

ଦିଲ୍ଲୀ ଏମ୍ସରେ ପହଞ୍ଚିଲେ ଉନ୍ନାଓ ଗଣଦୁଷ୍କର୍ମ ପୀଡିତା - ଉନ୍ନାଓ ଗଣଦୁଷ୍କର୍ମ ପୀଡିତା

ଉତ୍ତର ପ୍ରଦେଶର ଉନ୍ନାଓ ଘଟଣା ପୁଣିଥରେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଦୁଷ୍କର୍ମ ଅଭିଯୁକ୍ତ ଜାମିନରେ ଆସି ରଚିଛନ୍ତି ନାରକୀୟ କାଣ୍ଡ । ଦୁଷ୍କର୍ମ ପୀଡ଼ିତାଙ୍କୁ ଜିଅନ୍ତା ଜାଳିବା ପାଇଁ ଉଦ୍ୟମ କରିଥିଲେ । ଅଳ୍ପକେ ରକ୍ଷା ପାଇବା ପରେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୀଡିତା । ତାଙ୍କୁ ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଏବେ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅଧିକ ପଢନ୍ତୁ..

unnao rape case victim likely to be shifted to delhi
ଡିଜାଇନ ଫଟୋ

By

Published : Dec 5, 2019, 8:02 PM IST

Updated : Dec 5, 2019, 9:56 PM IST

ଉନ୍ନାଓ: ହାଇଦ୍ରାବାଦ ମହିଳା ପଶୁ ଚିକିତ୍ସକଙ୍କ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଥମୁନି ଦେଶରେ ନାରୀଙ୍କ ପ୍ରତି ବିଭତ୍ସ ମନୋବୃତ୍ତି । ପୁନରାବୃତ୍ତି ହେଉଛି ଲୋମହର୍ଷଣକାରୀ ଅତି ଭୟାନକ କାଣ୍ଡ । ଉତ୍ତର ପ୍ରଦେଶର ଉନ୍ନାଓ ଘଟଣା ପୁଣିଥରେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଦୁଷ୍କର୍ମ ଅଭିଯୁକ୍ତ ଜାମିନରେ ଆସି ରଚିଛନ୍ତି ନାରକୀୟ କାଣ୍ଡ । ଦୁଷ୍କର୍ମ ପୀଡ଼ିତାଙ୍କୁ ଜିଅନ୍ତା ଜାଳିବା ପାଇଁ ଉଦ୍ୟମ କରିଥିଲେ । ଅଳ୍ପକେ ରକ୍ଷା ପାଇବା ପରେ ଏବେ ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ପୀଡିତା । ତାଙ୍କୁ ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ଏବେ ସେ ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି । ବିମାନବନ୍ଦରରୁ ତାଙ୍କୁ ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସୂଚନା ଯେ ଉନ୍ନାଓ ପୀଡିତାଙ୍କୁ ସକାଳ 4ଟା ସମୟରେ ଜୀବନ୍ତ ଜଳାଇ ଦେଇଥିଲେ ଦୁଷ୍କର୍ମକାରୀ । ପରେ ତାଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ତାଙ୍କ ଶରୀରର 90ଭାଗ ସମ୍ପୂର୍ଣ୍ଣ ଭାବରେ ପୋଡି ଯାଇଥିବା କହିଥିଲେ । ଏବେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି । ଏବେ ତାଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏକ ବିଶେଷଜ୍ଞ ଡାକ୍ତରୀ ଦଳ ତାଙ୍କ ଚିିକିତ୍ସା କରିବେ । ଏହାସହ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥାର ଟିକ୍‌ନିକ ଖବର ହସ୍ପିଟାଲ ପକ୍ଷରୁ ବୁଲେଟିନ ଜାରି କରି ପ୍ରକାଶ କରାଯିବ ।

ପୀଡିତାଙ୍କୁ ଆମ୍ବୁଲାନ୍ସ ଯୋଗେ ବିମାନବନ୍ଦର ପର୍ଯ୍ୟନ୍ତ ନିଆଯାଇଥିଲା । ଏଥିପାଇଁ ସିଭିଲ ହସ୍ପିଟାଲରୁ ବିମାନବନ୍ଦର ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏନେଇ ସିଭିଲ ହସ୍ପିଟାଲର ବର୍ଣ୍ଣିଂ ୟୁନିଟ ବାହାରେ ଏଡିଜି ଜୋନ, ଏସପି, ଏସଏସପି କଡା ସୁରକ୍ଷାରେ ତୈନାତ ରହିଛନ୍ତି ।

ଏଠାରେ ସୂଚନା ଯୋଗ୍ୟ ଯେ, ପୀଡ଼ିତାଙ୍କୁ ପୋଡି ହତ୍ୟା କରିବା ମାମଲାରେ ହରିଶଙ୍କର ତ୍ରିବେଦୀ, ରାମକିଶୋର ତ୍ରିବେଦୀ, ଉମେଶ ବାଜପେୟୀ ଓ ଶିବମ ଦ୍ଵିବେଦୀ ଓ ଶୁଭମ ଦ୍ଵିବେଦୀ ଗିରଫ ହୋଇଛନ୍ତି । ଅନ୍ୟପଟେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଶିବମ ଦ୍ଵିବେଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ।

Last Updated : Dec 5, 2019, 9:56 PM IST

ABOUT THE AUTHOR

...view details