ଓଡିଶା

odisha

ETV Bharat / bharat

ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲା: ଜାଣନ୍ତୁ ଘଟଣାକ୍ରମ... - ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲା

ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

NEWDELHI
ଫାଇଲ ଫଟୋ

By

Published : Dec 16, 2019, 6:27 PM IST

Updated : Dec 16, 2019, 8:24 PM IST

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଉନ୍ନାଓ ଦୁଷ୍କର୍ମ ଓ ଅପହରଣ ମାମଲାରେ ପୂର୍ବତନ ବିଜେପି ବିଧାୟକ କୁଲଦୀପ ସିଂହ ସେନଗାର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆସନ୍ତୁ ଜାଣିବା ଏହି ମାମଲାର ଘଟଣାକ୍ରମ ସମ୍ପର୍କରେ...

ଜୁନ 4, 2017: ଉତ୍ତର ପ୍ରଦେଶ ଉନ୍ନାଓରେ ଜଣେ ନାବାଳିକାକୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ମାଖି ଥାନାରେ ଅଭିଯୋଗ ।

ଜୁନ 11, 2017:ଅରୟା ଅଞ୍ଚଳରୁ ନାବାଳିକା ଉଦ୍ଧାର। କୂଳଦୀପ, ତାଙ୍କ ଭାଇ ଅତୁଲ ସିଂ ଓ ସହଯୋଗୀ ଦୁଷ୍କର୍ମ କରିଥିବା ନାବାଳିକାଙ୍କ ଅଭିଯୋଗ। ଏହାର ଦିନକ ପରେ ଅଭିଯୁକ୍ତଙ୍କ ବିରୋଧରେ 363(ଅପହରଣ) ଓ 366( ଜବରଦସ୍ତି ବିବାହ ପାଇଁ ଅପହରଣ କରିବା) ଧାରାରେ ମାମଲା ରୁଜୁ ।

ଏପ୍ରିଲ 3, 2018: ପୀଡିତାଙ୍କ ପିତାଙ୍କୁ ଅତୁଲ ସିଂଙ୍କ ମାଡ ଓ ମାମଲା ପ୍ରତ୍ୟାହାର କରିବାକୁ ଚାପ। ଏହାପରେ ବିଧାୟକ ଓ ପୀଡିତାଙ୍କ ପକ୍ଷରୁ ଥାନାରେ ଅଭିଯୋଗ। ପୀଡିତାଙ୍କ ବାପାକୁ ଗିରଫ କଲା ପୋଲିସ ।

ଏପ୍ରିଲ 4, 2018:ଅନ୍ୟ ଅଭିଯୁକ୍ତ ଭିନିତ, ସୋନୁ, ବୌୱା ଆଦି ଅଭିଯୁକ୍ତଙ୍କ ବିରୁଦ୍ଧରେ ପୀଡିତାଙ୍କ ମାଆ ଦାଏର କଲେ ମାମଲା । ଏତଲାରୁ ତତ୍କାଳୀନ ବିଧାୟକଙ୍କ ଭାଇ ଅତୁଲ ସିଂଙ୍କ ନାମ ପ୍ରତ୍ୟାହୃତ କଲା ପୋଲିସ । ଅତୁଲ ସିଂଙ୍କ ମାଡରେ ଆହତ ପୀଡିତାଙ୍କ ବାପାଙ୍କ ଚିକିତ୍ସା ପରେ ତାଙ୍କୁ ପୁଣି ଜେଲ ପଠାଗଲା ।

ଏପ୍ରିଲ 8, 2018: ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ପୀଡିତାଙ୍କ ସହ ପରିବାର ସଦସ୍ୟଙ୍କ ସାମୂହିକ ଆତ୍ମହତ୍ୟା ଉଦ୍ୟମ । ତାଙ୍କୁ ନ୍ୟାୟ ମିଳୁ ନଥିବା ଓ ପରିବାରର ସମସ୍ତଙ୍କୁ ହତ୍ୟା କରିବାକୁ ବିଧାୟକ କୁଳଦୀପ ସିଂ ସେନଗାର ଧମକ ଦେଇଥିବା ପୀଡିତାଙ୍କ ଅଭିଯୋଗ।

ଏପ୍ରିଲ 9, 2018: ଉନ୍ନାଓ ଜେଲରେ ପୀଡିତାଙ୍କ ପିତାଙ୍କ ମୃତ୍ୟୁ। ଏହାପରେ ଉତ୍ତର ପ୍ରଦେଶ ବିରୋଧୀ ଦଳ ପକ୍ଷରୁ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ । ଲକ୍ଷ୍ନୌ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ।

ଏପ୍ରିଲ 10, 2018:ପୀଡିତାଙ୍କ ବାପାଙ୍କ ପୋଷ୍ଟମର୍ଟମ ରିପୋର୍ଟ ପ୍ରକାଶ। ମୃତ୍ୟୁର କାରଣ ବ୍ରେନ ହାମରେଜ ଉଲ୍ଲେଖ । ଆଇନ ଶୃଙ୍ଖଳା ଏସଡିଜି ଆନନ୍ଦ କୁମାର ଗଠନ କଲେ ସ୍ବତନ୍ତ୍ର ତଦନ୍ତକାରୀ ଟିମ । ପୀଡିତାଙ୍କ ବାପାଙ୍କ ମୃତ୍ୟୁ ମାମଲାରେ ଅତୁଲ ସିଂ ଓ ଅନ୍ୟ 4 ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

ଏପ୍ରିଲ 11, 2018: ଲକ୍ଷ୍ନୌ ଏଡିଜି ରାଜୀବ କ୍ରିଷ୍ଣାଙ୍କୁ ଭେଟିଲେ ପୀଡିତା। ପୀଡିତାଙ୍କ ବାପାଙ୍କ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ ଗଠିତ। ମାମଲା ସିବିଆଇକୁ ହସ୍ତାନ୍ତର କଲେ ଉତ୍ତର ପ୍ରଦେଶ ସରକାର ।

ଜୁଲାଇ 7, 2018:ପୀଡିତାଙ୍କ ବାପାଙ୍କୁ ହତ୍ୟା ଅଭିଯୋଗରେ ଅତୁଲ ସିଂଙ୍କ ସହ 5 ଜଣଙ୍କ ବିରୁଦ୍ଧରେ ସିବିଆଇର ଚାର୍ଜସିଟ ଦାଖଲ।

ଜୁଲାଇ 11, 2018:ଦୁଷ୍କର୍ମ ମାମଲାରେ ସିବିଆଇ କୁଲଦୀପ ସିଂହ ସେନଗାର ଓ ସାକ୍ଷୀ ସିଂଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ।

ଜୁଲାଇ 13, 2018:ପୀଡିତାଙ୍କ ପିତାଙ୍କୁ ମିଥ୍ୟା ମାମଲାରେ ଫସାଇଥିବାରୁ କୁଲଦୀପ ସିଂହ ସେନଗାର ଓ ମାଖି ଥାନାର ଦୁଇ ପୋଲିସ ଅଧିକାରୀଙ୍କ ସହ ଅନ୍ୟ 7ଜଣଙ୍କ ବିରୋଧରେ ସିବିଆଇର ତୃତୀୟ ମାମଲା ରୁଜୁ।

ଜୁଲାଇ 4, 2019:ଏକ ହତ୍ୟା ଉଦ୍ୟମ ମାମଲାରେ ପୀଡିତାଙ୍କ ଦାଦାଙ୍କୁ ଜିଲ୍ଲା ଅଦାଲତ ଦ୍ବାରା 10 ବର୍ଷ ଜେଲ । ଏହି ମାମଲା ରୁଜୁ କରିଥିଲେ ଅତୁଲ ସିଂ।

ଜୁଲାଇ 28, 2019:କାର ଦୁର୍ଘଟଣା କରାଇ ଦୁଷ୍କର୍ମ ପୀଡିତା ଓ ପରିବାରକୁ ହତ୍ୟା ଉଦ୍ୟମ । ପୀଡିତା ଓ ତାଙ୍କ ଓକିଲ ଗୁରୁତର । ପୀଡିତାଙ୍କ ଖୁଡିଙ୍କ ଘଟଣାସ୍ଥଳରେ ମୃତ୍ୟୁ । ମାମଲାରେ ତାଙ୍କ ଖୁଡି ସାକ୍ଷୀ ରହିଥିଲେ ।

ଜୁଲାଇ 29, 2019:ଦୁର୍ଘଟଣା ଘଟାଇଥିବା ଅଭିଯୋଗରେ ବିଧାୟକ କୁଲଦୀପ ସିଂହ ସେନଗାରଙ୍କ ସହ ଅନ୍ୟ 29 ଜଣଙ୍କ ବିରୋଧରେ ମାମଲା ରୁଜୁ ।

ଡିସେମ୍ବର 16, 2019:ଦୁଷ୍କର୍ମ ମାମଲାରେ ଦିଲ୍ଲୀର ତୀଶ ହଜାରୀ କୋର୍ଟରେ କୁଲଦୀପ ସିଂହ ସେନଗାର ଦୋଷୀ ସାବ୍ୟସ୍ତ ।

Last Updated : Dec 16, 2019, 8:24 PM IST

ABOUT THE AUTHOR

...view details