ଓଡିଶା

odisha

ETV Bharat / bharat

ଅଭିଶପ୍ତ ପ୍ରେମୀ ଯୁଗଳ, ପ୍ରକୃତିର ନିୟମ ଆଗରେ ଅଟକିଲା ବିବାହ - nature made a couple to postpone marriage

ପ୍ରଥମେ ନିପା, ପରେ ବନ୍ୟା ଓ ଏବେ କୋରୋନା । ପ୍ରତି ଥର ବିବାହର ନିର୍ଦ୍ଧାରିତ ତାରିଖ ବେଳେ ପ୍ରକୃତି ସାଧୁଛି ଦାଉ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

Unlucky couple of kerala, nature made a couple to postpone marriage, marriage postponed thrice for nature, ପ୍ରକୃତି ପାଇଁ ବନ୍ଦ ବିବାହ, କେରଳର ପ୍ରେମୀ ଯୁଗଳଙ୍କ ପ୍ରକୃତି ପାଇଁ ବିବାହ ବନ୍ଦ, କେରଳର ଅଭିଶପ୍ତ ପ୍ରେମୀ ଯୁଗଳ
ଅଭିଶପ୍ତ ପ୍ରେମୀ ଯୁଗଳ, ପ୍ରକୃତିର ନିୟମ ଆଗରେ ଅଟକିଲା ବିବାହ

By

Published : Mar 23, 2020, 12:58 AM IST

ଥିରୁଅନନ୍ତପୁରମ: ପ୍ରକୃତିର ନିୟମ ପାଇଁ ତିନି ତିନି ଥର ବନ୍ଧା ପଡିଛି ଦାମ୍ପତ୍ତ୍ୟ ଖୁସି । ପ୍ରଥମେ ନିପା, ପରେ ବନ୍ୟା ଓ ଏବେ କୋରୋନା । ପ୍ରତି ଥର ବିବାହର ନିର୍ଦ୍ଧାରିତ ତାରିଖ ବେଳେ ପ୍ରକୃତି ସାଧୁଛି ଦାଉ । ଆଉ ସ୍ଥଗିତ ରହିଯାଉଛି ଛୁଆ ବେଳ ବନ୍ଧୁଙ୍କ ବିବାହ । ଏ ହେଉଛନ୍ତି କେରଳର ଏରାନିପଲାମର ଏକ ପ୍ରେମୀ ଦମ୍ପତ୍ତିଙ୍କ କଥା । ଛୁଆ ବେଳର ବନ୍ଧୁ ଏବେ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ପ୍ରସ୍ତୁତ । ସମସ୍ତ ପ୍ରସ୍ତୁତି ବି ଶେଷ । ହେଲେ ଠିକ୍‌ ବିବାହ ବେଳକୁ ମାଡି ଆସୁଛି ପ୍ରକୃତିର କରାଳ ରୂପ ।

ପ୍ରଥମେ 20 ମାର୍ଚ୍ଚ 2018ରେ ଉଭୟଙ୍କ ବିବାହ ତାରିଖ ନିର୍ଦ୍ଧାରିତ ହୋଇଥିଲା । ହେଲେ ଠିକ୍‌ ଏହି ସମୟରେ କେରଳରେ ନିପା ଭୂତାଣୁ ସଂକ୍ରମଣରେ 17 ଜଣଙ୍କ ମୃତ୍ୟୁ ପରେ ଅଟକିଗଲା ବିବାହ । ଏହାପରେ ନିପା ଭୂତାଣୁ ପ୍ରକୋପ କମିବା ପରେ ପୁନର୍ବାର ବିବାହ ତାରିଖ ନିର୍ଦ୍ଧାରଣ କରିବାର ପରିବାର ଲୋକେ ସ୍ଥିର କରିଥିଲେ ହେଁ ବର ପକ୍ଷରୁ ଜଣେ ବନ୍ଧୁଙ୍କ ବିୟୋଗ ପରେ ପୁଣି ବର୍ଷେ ଯାଏଁ ଘୁଞ୍ଚିଥିଲା ବିବାହ ।

ପରେ 2019 ମସିହାରେ ଓନମ ସମୟରେ ବିବାହ ତାରିଖ ପୁନଃନିର୍ଦ୍ଧାରଣ ହୋଇଥିବା ବେଳେ ଆସିଥିଲା ପ୍ରଳୟଙ୍କରୀ ବନ୍ୟା । ପୁଣି ଥରେ ଅଟକିଗଲା ବିବାହ । ଆଉ ଚଳିତବର୍ଷ ମାର୍ଚ୍ଚ 20କୁ ପୁଣି ହେଲା ତାରିଖ ନିର୍ଦ୍ଧାରଣ । ହେଲେ ବିଧିର ବିଧାନ ଏତେ କ୍ରୁର ଯେ ଏଥର ପୁଣି ମାଡି ଆସିଲା କୋରୋନା ଭୂତାଣୁର ସଂକ୍ରମଣ । ବର୍ତ୍ତମାନ ଦେଶରେ ସମସ୍ତ ଜନ ସମାଗମକୁ ବ୍ୟାନ୍‌ କରାଯାଇଥିବା ବେଳେ 3ୟ ଥର ପାଇଁ ଅଟକିଛି ପ୍ରେମୀ ଯୁଗଳଙ୍କ ବିବାହ ।

ABOUT THE AUTHOR

...view details