ଓଡିଶା

odisha

ETV Bharat / bharat

ଅନଲକ-4କୁ ନେଇ କଣ ରହିଛି ଗାଇଡ ଲାଇନ, ଜାଣନ୍ତୁ

ଶନିବାର ଅନଲକ-4 ପାଇଁ କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ନୂତନ ଗାଇଡ ଲାଇନ ଜାରି ହୋଇଛି । କେତେକ ନିୟମ ପୂର୍ବପର ବଳବତ୍ତର ରହିଛି ତ ଅନ୍ୟକେତେକକୁ କଟକଣାରୁ ବାଦ ଦିଆଯାଇଛି । ଅଧିକ ପଢନ୍ତୁ...

By

Published : Aug 30, 2020, 7:13 AM IST

ସେପ୍ଚେମ୍ବର 1ରୁ ଲାଗୁ ହେବ ଅନଲକ-4, ଜାଣନ୍ତୁ ନୂଆ ନିୟମ
ସେପ୍ଚେମ୍ବର 1ରୁ ଲାଗୁ ହେବ ଅନଲକ-4, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ:କୋରୋନା ସଂକ୍ରମଣରେ କେନ୍ଦ୍ର ସରକାର ଶନିବାର ଅନଲକ-4 ପାଇଁ ଗାଇଡଲାଇନ ଜାରି କରିଛନ୍ତି । ସାଧାରଣ ଜୀବନଯାପନକୁ ସ୍ବାଭାବିକ କରିବାକୁ ଅନେକ କିଛି କୋହଳ କରିଛନ୍ତି ସରକାର । ଏହି ନିୟମ ସେପ୍ଟେମ୍ବର 1ରୁ କାର୍ଯ୍ୟକାରୀ କରିବ ।

କୋଭିଡ-19ର ବିସ୍ତାରକୁ ରୋକିବାକୁ ତାଲା ବନ୍ଦରେ ଅର୍ଥନୀତିର ବ୍ୟାପକ ପ୍ରଭାବିତ ହୋଇଥିଲା । ଏହାକୁ ପୁନର୍ଜୀବିତ କରିବା ପାଇଁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଗାଇଡଲାଇନ ଅନୁସାରେ, ଏହି ନୂତନ ନିର୍ଦ୍ଦେଶାବଳୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରାପ୍ତ ମତାମତ ଏବଂ ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ବିଭାଗ ସହିତ ବ୍ୟାପକ ପରାମର୍ଶ ଉପରେ ଆଧାରିତ। ଏଥର କଣ୍ଟେନମେଣ୍ଟ ଜୋନରେ ସେପ୍ଟେମ୍ବର 30 ଯାଏଁ ଲକଡାଉନ ପାଳନ କରାଯିବ । ଅନଲକ-4ରେ ରାଜ୍ୟ ତଥା କେନ୍ଦ୍ର ସରକାର ମନ ଇଚ୍ଛା ଲକଡାଉନ ଲାଗୁ କରିପାରିବେ ନାହିଁ ।

ଅନଲକ-4ରେ ଅନୁସାରେ, ସେପ୍ଟେମ୍ବର 7ରୁ ଦେଶରେ ମେଟ୍ରୋ ସେବା ଆରମ୍ଭ ହେବ । ଏଥିପାଇଁ ଖୁବଶୀଘ୍ର ଏସଓପି ଜାରି କରାଯିବ । ସେହିପରି ସାମାଜିକ କାର୍ଯ୍ୟକ୍ରମକୁ କଟକଣାରୁ ମୁକ୍ତ କରାଯାଇଛି । 100 ଜଣଙ୍କୁ ନେଇ କାର୍ଯ୍ୟକ୍ରମ କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରୀନ ସିଗନାଲ ମିଳିଛି । ଏତତ୍‌ ବ୍ୟତୀତ ସେପ୍ଟେମ୍ବର 21ରୁ ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୀତିକ, ଧାର୍ମିକ ଓ କ୍ରୀଡା କାର୍ଯ୍ୟକ୍ରମକୁ ବି ଅନୁମତି ମିଳିଛି । ଏଥିରେ ସାମିଲ ହେବାକୁ ଲୋକେ ସାମାଜିକ ଦୂରତା, ଥର୍ନାଲ ସ୍କ୍ରିନିଂ, ମାସ୍କ ଓ ହାତ ଧୋଇବା ନିୟମକୁ କଡାକଡି ଭାବେ ପାଳନ କରିବେ । ଯଦି ଲକାଡଉନ ଲାଗୁ କରନ୍ତି ତେବେ କେନ୍ଦ୍ରର ଅନୁମତି ନେବାକୁ ପଡିବ ।

ବିବାହ କାର୍ଯ୍ୟରେ ଏବେ 50 ଓ ଶୁଦ୍ଧିକ୍ରିୟାରେ 20 ଜଣ ସାମିଲ ହୋଇପାରିବେ । ସେପ୍ଟେମ୍ବର 20 ପର ଠାରୁ 100 ଜଣ ସାମିଲ ହେବାକୁ ଅନୁମତି ମିଳିବ ।

ଅନ୍ୟପଟେ, ସେପ୍ଟେମ୍ବର 21ରୁ ମୁକ୍ତାକାଶ ରଙ୍ଗମଞ୍ଚ ଖୋଲିବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ତେବେ ପୂର୍ବଭଳି ଅନଲକ-4 ରେ ମଧ୍ୟ ସମଗ୍ର ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେପ୍ଟେମ୍ବର 30 ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଅନଲାଇନ ଶିକ୍ଷାକୁ ଅଧିକ ପ୍ରୋତ୍ସାହନ ଦିଆଯିବ । ଏଥିସହ ଅନଲାଇନ କ୍ଲାସ ପାଇଁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ 50 ପ୍ରତିଶତ ପିଲାଙ୍କୁ ଡାକି ପାଠ ପଢାଇ ପାରିବେ । ପୂର୍ବ ପରି ଏଥର ମଧ୍ୟ ସୁଇମିଂ ପୁଲ ଓ ଥିଏଟର ମଧ୍ୟ ଅନଲକ-4 ରେ ଖୋଲିବା ସମ୍ଭବ ନୁହେଁ ।

ABOUT THE AUTHOR

...view details